୨୦୨୧ ମହିଳା ବିଶ୍ୱକପ: ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କଲା ଭାରତ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ, ୧୬|୦୪:  ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୧ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ପାପ୍ତ କରିଛି । ଆଇସିସିର ଟେକ୍ନିକାଲ କମିଟି ମହିଳା ଚାମ୍ପିଅନସିପର ତିନୋଟି ସିରିଜକୁ ବାତିଲ କରିଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ଗତ ବର୍ଷ ୩ ମ୍ୟାଚର ସିରିଜ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା କାରଣରୁ ହୋଇପାରି ନଥିଲା । ଚାମ୍ପିଅନସିପ୍  ପରେ ଅଷ୍ଟ୍ରେଲିଆ ୩୭ ପଏଁଣ୍ଟ ସହ ପ୍ରଥମରେ ରହିଛି । ସେହିପରି ଇଂଲଣ୍ଡ ୨୯ ପଏଁଣ୍ଟ ପାଇ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା ୨୫ ପଏଁଣ୍ଟ ସହ ତୃତୀୟ ଓ ଭାରତ ୨୩ ପଏଁଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

wp:core-embed/twitter {"url":"https://twitter.com/BCCIWomen/status/1250423304105504768?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1250423304105504768\u0026ref_url=https%3A%2F%2Fwww.bhaskar.com%2Fsports%2Fcricket%2Fnews%2Findian-women-team-qualified-for-2021-odi-world-cup-india-vs-pakistan-cricket-news-updates-127179961.html","type":"rich","providerNameSlug":"twitter","className":""}
https://twitter.com/BCCIWomen/status/1250423304105504768?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1250423304105504768&ref_url=https%3A%2F%2Fwww.bhaskar.com%2Fsports%2Fcricket%2Fnews%2Findian-women-team-qualified-for-2021-odi-world-cup-india-vs-pakistan-cricket-news-updates-127179961.html
/wp:core-embed/twitter

ଏହା ବ୍ୟତୀତ ନ୍ୟୁଜିଲାଣ୍ଡକୁ ମଧ୍ୟ ଚାମ୍ପିଅନସିପରେ ସ୍ଥାନ ମିଳିଛି । ଅନ୍ୟ ତିନୋଟି ଟିମକୁ ନେଇ କ୍ୱାଲିଫାୟାରରେ ନିଷ୍ପତ୍ତି ନିଆଯିବ । ଏହି ବିଶ୍ୱକପ ଆସନ୍ତା ବର୍ଷ ଫେବ୍ରୁଆରୀ ୬ରୁ ମାର୍ଚ୍ଚ ୭ ମଧ୍ୟରେ ଖେଳାଯିବ ।

ଆଇସିସି ବିଶ୍ୱକପରଯୋଗ୍ୟତା ପର୍ଯ୍ୟୟ ଶ୍ରୀଲଙ୍କାରେ ଜୁଲାଇ ୩ରୁ ୧୯ ମଧ୍ୟରେ ଅନୁଷ୍ଠିତ ହୋଇଥାନ୍ତା । ଏଥିରେ ଶ୍ରୀଲଙ୍କା, ପାକିସ୍ତାନ, ଓ୍ୱେଷ୍ଟଇଣ଼୍ଡିଜ, ବାଂଲାଦେଶ, ଥାଇଲାଣ୍ଡ, ଆୟାରଲାଣ୍ଡ, ଜିମ୍ବାଓ୍ୱେ, ପାପୁଆ ନ୍ୟୁ ଗିନି, ଆମେରିକା  ଓ ନେଦରଲାଣ୍ଡ ଭାଗ ନେଇଥାନ୍ତେ । କିନ୍ତୁ କରୋନା ଭାଇରସ ପାଇଁ ଏହି ଚାମ୍ପିଅନସିପକୁ ଟାଳିବାକୁ ପଡିଛି । ଏହାପରେ ଭାରତ ବ୍ୟତୀତ ଅନ୍ୟ ଚାରୋଟି ଦେଶକୁ ବିଶ୍ୱକପରେ ସିଧାସଳଖ ଟିକେଟ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.