Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମହିଳା ଟି୨୦ ବିଶ୍ୱକପ: ଇତିହାସ ରଚିଲା ଭାରତୀୟ କ୍ରିକେଟ ଟିମ୍, ପ୍ରଥମ ଥର ପାଇଁ ଫାଇନାଲରେ କଲା ପ୍ରବେଶ

5/03/2020 at 3:28 PM

ସିଡନୀ ମାର୍ଚ୍ଚ ୦୫ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିବା ସହ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସେମିଫାଇନାଲ ବର୍ଷା ପାଇଁ ବାତିଲ ହେବା ପରେ ପଏଁଣ୍ଟ ତାଲିକାରେ ଶୀର୍ଷରେ ଥିବା ହେତୁ ଭାରତ ଫାଇନାଲକୁ ଉତୀର୍ଣ୍ଣ ହୋଇଛି। ଗ୍ରୁପ କରେ ଭାରତ ୪ଟି ବିଜୟ ସହ ୮ ପଏଁଣ୍ଟ ହାସଲ କରିଥିଲା। ସେହିପରି ଗ୍ରୁପ ଖରେ ଇଂଲଣ୍ଡ ୬ ପଏଁଣ୍ଟ ପାଇଥିଲା।

ଏହା ପୂର୍ବରୁ ହୋଇଥିବା ୭ଟି ମହିଳା ଟି୨୦ ବିଶ୍ୱକପରେ ଭାରତ କେବଳ ସେମିଫାଇନଲ ଯାଏଁ ଯାଇପାରିଥିଲା। ୨୦୧୮ ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ୮ ଓ୍ୱିକେଟରେ ପରାସ୍ତ ହୋଇଥିଲା। ଆଶନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନଲ ବିଜେତାଙ୍କୁ ଭେଟିବ। ବର୍ଷା ଫାଇଁ ଏହି ମ୍ୟାଚ ମଧ୍ୟ ବାତିଲ ହେବାର ସମ୍ଭାବନା ରହିଛଛି। ଯଦି ଏପରି ହୁଏ ଦକ୍ଷିଣ ଆଫ୍ରିକା ପଏଁଣ୍ଟ ଅନୁସାକେ ଫାଇନାଲରେ ପ୍ରବେଶ କରିବ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସେମିଫାଇନାଲରେ ବର୍ଷା ବାଧକ ସାଜିଥିଲା। ଆଇସିସି ନିୟମାନୁସାରେ ଅତିକମରେ ୧୦ ଓଭର ଖେଳ ହେବା ଜରୁରୀ ଅଟେ। କିନ୍ତୁ ବର୍ଷା ରୋକିନଥିଲା। ଫଳରେ ବାଧ୍ୟ ହୋଇ ମ୍ୟାଚ ବାତିଲ ନିଷ୍ପତ୍ତି ନିଆଯାଇଥିଲା।

   Related Posts