Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ତ୍ରିକୋଣୀୟ କ୍ରିକେଟ୍ ସିରିଜ୍‌ରେ ଇଂଲଣ୍ଡକୁ ମାତ ଦେଲା ଭାରତୀୟ ମହିଳା ଟିମ୍

31/01/2020 at 9:37 PM

କାନବେରା ୩୧।୧:  ଅନ୍ତର୍ଜାତୀୟ ଟି-୨୦ ତ୍ରିକୋଣୀୟ ସିରିଜ୍ର ପ୍ରଥମ ମ୍ୟାଚ୍‌କୁ ଶୁକ୍ରବାର କାନବେରାରେ ଖେଳାଇଯାଇଛି।  ଇଂଲଣ୍ଡ ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆ ହାତେଇ ନେଇଛି ମ୍ୟାଚ୍ । ଇଂଲିଶ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରୁ ୭ ୱିକେଟ୍ ବିନିମୟରେ ସଂଗ୍ରହ କରିଥିଲା ୧୪୭ ରନ୍। ତେବେ  ହରମନପ୍ରୀତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୫ ୱିକେଟ୍ ବିନିମୟରେ ୧୯ ଓଭର ୩ଟି ବଲରୁ ୧୫୦ ରନ ସଂଗ୍ରହ କରିଛି।

ଇଂଲଣ୍ଡ ପ୍ରଥମରୁ ଲଡଖଡେଇ ଯାଇଥିଲା। ତେବେ ହେଥରନାଇଟ୍ ଦଳକୁ ମଜଭୁତି ଦେବା ସହ ସ୍କୋର ଆଗକୁ ବଢେଇଥିଲେ। ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ ରାଜେଶ୍ୱରୀ ଗାୟକୱାଡ । ପ୍ରଥମ ଓଭରରେ ସେ ଜୋନ୍ସଙ୍କ ୱିକେଟ୍‌ଟି ହାତେଇଥିବା ବେଳେ ଦ୍ୱିତୀୟ ଓଭରରେ ଡାନୀଙ୍କୁ ପାଭଲିୟନକୁ ପଠାଇଦେଇଥିଲେ। ଫଳରେ ଇଂଲଣ୍ଡ ପାୱାର ପ୍ଲେରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।

୧୪୮ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ନିର୍ଦ୍ଧାରିତ ଲକ୍ଷ ଆଡକୁ ଭିଡିନେଇଥିଲେ ସେଫାଳୀ ବର୍ମା। ତେବେ ୧୮ ବଲରୁ ଟିମ୍‌କୁ ୨୬ ରନର ଆବଶ୍ୟକତା ଥିବା ବେଳେ ହରମନପ୍ରୀତ ଓ ଦିପ୍ତୀ ଶର୍ମା ଚିତାକର୍ଷକ କ୍ରିଡା ପ୍ରଦର୍ଶନ କରିଥିଲେ। ଶେଷ ଓଭରରେ କ୍ୟପ୍ଟେନ ଛକା ଲଗା ଟିମ୍ ନିମନ୍ତେ  ବିଜୟ ଛଡାଇ ଆଣିଛନ୍ତି।

   Related Posts