ଭାରତର ଜାଗାକୁ ନିଜର କହି ନୂଆ ନକ୍ସା ପ୍ରସ୍ତୁତ କରିବା ପରେ ଏବେ କେଉଁ ନୂଆ ଝଟ୍‌କା ଦେବାକୁ ଯୋଜନା କରୁଛି ନେପାଳ୍ !

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧/୦୬ : ଭାରତ ନେପାଳ ସୀମା ବିବାଦ ଲଗାତାର ବଢିଚାଲିଛି | ଭାରତର ୩ଟି ଜାଗାକୁ ନିଜ ରାଜନୈତିକ ନକ୍ସାରେ ଦେଖାଇବା ପରେ ବର୍ତ୍ତମାନ ନେପାଳ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି | ନେପାଳ ଏହି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ କରିପାରେ | ନେପାଳ ଏକ ନୂଆ ଆଇନ ଲାଗୁ କରିବାକୁ ଯୋଜନା କରୁଛି | ନୂଆ ଆଇନ ଅନୁଯାୟୀ, ଭାରତୀୟ ମହିଳା ନେପାଳ ନାଗରିକଙ୍କୁ ବିବାହ କରି ନେପାଳ ଯାଇଥିବା ମହିଳାଙ୍କୁ ନେପାଳୀ ନାଗରିକତା ପାଇବା ପାଇଁ ୭ ବର୍ଷ ଅପେକ୍ଷା କରିବାକୁ ହେବ | ଏହି ୭ ବର୍ଷ ମଧ୍ୟରେ ସେ ନେପାଳରେ କୌଣସି ପ୍ରକାର ରାଜନୈତିକ ଅଧିକାର ପାଇପାରିବେ ନାହିଁ | ସାମାଜିକ ପରିଚୟ ପାଇଁ ନେପାଳରେ ବିବାହ କରିଥିବା ମହିଳାଙ୍କୁ କେବଳ ବିବାହ ପରିଚୟ ପତ୍ର ହିଁ ଦିଆଯିବ | ଏହି ପଦକ୍ଷେପ ନିକଟରେ ଜନତା ସମାଜବାଦୀ ପାର୍ଟି ସାଂସଦ ସରିତା ଗିରିଙ୍କ ବିରୋଧରେ ନିଆଯାଇଛି ଯିଏ ନେପାଳର ଭାରତୀୟ ସ୍ଥାନ ଉପରେ ଦାବି ସାବ୍ୟସ୍ତକୁ ବିରୋଧ କରିଥିଲେ |

{"id":289458,"sizeSlug":"large"}

ନେପାଳରେ ନୂଆ ରାଜନୈତିକ ନକ୍ସା ଜାରି କରିବାକୁ ବିଲ ପ୍ରଣୟନ କରାଯାଇଛି | ଏହା ଅନୁଯାୟୀ, ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରାକୁ ନେପାଳ ନିଜର ବୋଲି ଦାବି କରୁଛି | ଏପରିକି ନେପାଳ ରାଷ୍ଟ୍ରପତି ମଧ୍ୟ ବିବାଦୀୟ ନକ୍ସାକୁ ନିଜର ମଞ୍ଜୁରୀ ଦେଇଛନ୍ତି | ଏହିସବୁ ସ୍ଥାନ ସାମରିକ ସ୍ଥରରେ ଭାରତ ପାଇଁ ବହୁତ ମହତ୍ଵପୂର୍ଣ୍ଣ |  

{"id":289459,"sizeSlug":"large"}

ଏହି ସ୍ଥାନରେ ଭାରତୀୟ ନେପାଳୀ ସାଂସଦ ସରିତା ଗିରି ଆପତ୍ତି କରିଥିଲେ | ସେ କହିଥିଲେ ଯେ କଳାପାଣି ଭାରତର ଅଂଶ | ସରିତା ଗିରିଙ୍କ ବୟାନ ପରେ ହିନ୍ଦୁ ସାଂସଦଙ୍କୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.