କରୋନା ଛଡ଼ାଇ ନେଇଥିଲା ଚାକିରୀ, ଲାଗିଗଲା ଲଟେରି: ରାତାରାତି ବଦଳିଗଲା ଭାଗ୍ୟ

Published By : Prameya-News7 Bureau | December 21, 2020 IST

ଦୁବାଇ ୨୧/୧୨: ବଦଳିଗଲା ଭାଗ୍ୟ ! କରୋନା ଛଡ଼ାଇ ନେଇଥିଲା ରୋଜଗାର କିନ୍ତୁ ରାତାରାତି କୋଟିପତି ହୋଇଗଲେ ବ୍ୟକ୍ତି। ନବନୀତ ସଞ୍ଜିବନ ନାମକ ଜଣେ ବ୍ୟକ୍ତି ଦୁବାଇରେ ଚାକିରୀ କରୁଥିଲେ। କରୋନା କାଳରେ ତାଙ୍କ ଚାକିରୀ ଯିବା ଉପରେ ଥିଲା। ଏପରିକି ତାଙ୍କର ଏକପ୍ରକାର ରୋଜଗାର ବି ବନ୍ଦ ହୋଇଥିଲା। ତେଣୁ ଚାକିରୀ ସନ୍ଧାନରେ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ୁଥିଲେ ସଞ୍ଜିବନ। କିନ୍ତୁ ହଠାତ ତାଙ୍କୁ ଫୋନ୍‌ ଆସିଲା, ସଞ୍ଜିବନ ଆପଣ ଜିତିଛନ୍ତି ୭.୩ କୋଟି ଟଙ୍କା… !

କେରଳର କାସରଗଡ଼ର ସଞ୍ଜିବନ ଶୁଳ୍କ ମୁକ୍ତ ଲଟେରି ଦୁବାଇରେ ଖେଳିଥିଲେ। ଭାଗ୍ୟ ପରିବର୍ତ୍ତନ ହେଲା ଆଉ ସେ ଜିତିଗଲେ ୭.୩ କୋଟି ଟଙ୍କା। ଦୁବାଇର ଏକ କମ୍ପାନୀରେ ୪ ବର୍ଷ ଧରି ସେ ଚାକିରୀ କରୁଥିଲେ। କିନ୍ତୁ କରୋନା ଛଡ଼ାଇ ନେଇଥିଲା ରୋଜଗାର । ବହୁ ଖୋଜାଖୋଜି ପରେ ଚାକିରୀ ନମିଳିବାରୁ ଘରକୁ ଫେରି ସେ ଚାକିରୀ ଖୋଜିବେ ବୋଲି ମନସ୍ଥ କରିଥିଲେ। ଘରକୁ ବାହାରିଥିବା ବେଳେ ଲଟେରି ଜିତିଥିବା ନେଇ ସଞ୍ଜିବନଙ୍କ ପାଖକୁ କଲ୍‌ ଆସିଥିଲା। ତେବେ ନଭେମ୍ବର ୨୨ରେ ହିଁ ସେ ଟିକେଟ୍‌ କିଣିଥିଲେ।

ତେବେ ସଞ୍ଜିବନ ଏତେ ଦୁଃଖି ଥିଲେ ଯେ ଲଟେରି ଜିଣିବା ପରେ ବି ସାଙ୍ଗମାନଙ୍କୁ ଖୁସି ଖବର କାହାକୁ ଦେଇନଥିଲେ। ଚାକିରୀ ନମିଳିବା ପରେ ସେ ୧୦୦,୦୦୦ ଧିରମ ଋଣ କରିଥିଲେ। ଲଟେରି ଟଙ୍କା ମିଳିବା ପରେ ସଞ୍ଜିବନ ଏବେ ଋଣ ପରିଶୋଧ କରିପାରିବେ ବୋଲି କହିଛନ୍ତି। ସଞ୍ଜିବନ ୧୭୧ ତମ ଭାରତୀୟ ଯିଏକି ଦୁବାଇରେ ଲଟେରି ଜିଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.