ଇତିହାସରେ ଅଗଷ୍ଟ ୫ ତାରିଖ, ମନେ ରଖିବେ ଦେଶବାସୀ : ଆଜି ପୁଣି ଥରେ ଯୋଡିହେଲା ଆଉ ଏକ ପୃଷ୍ଠା

Published By : Prameya-News7 Bureau | August 05, 2021 IST

ନୂଆଦିଲ୍ଲୀ ୦୫/୦୮ : ଇତିହାସରେ ଲିପିବଦ୍ଧ ହୋଇ ରହିବ ଅଗଷ୍ଟ ୫ ତାରିଖ । ଏହି ଦିନ ନିଆଯାଇଥିଲା ଦେଶର ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏବେ ୨୦୨୧ ଅଗଷ୍ଟ ମାସ ୫ ତାରିଖରେ ଆଉ ଏକ ଇତିହାସ ଲେଖାହୋଇଛି । ତାହା ହେଉଛି ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଦଳର ବ୍ରୋଞ୍ଜ ପଦକ ବିଜୟ । ଜର୍ମାନୀକୁ ୪-୫ ଗୋଲରେ ହରାଇ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଛି ଭାରତୀୟ ହକି ଟିମ । ଆଜି ହେଉଛି ଅଗଷ୍ଟ ୫ ତାରିଖ ଅର୍ଥାତ ଇତିହାସ ପୁଣିଥରେ ଦୋହରିଛି ।

ଅଗଷ୍ଟ ୫ ତାରିଖ ହେଉଛି ଭାରତ ତଥା ସମଗ୍ର ଦେଶବାସୀଙ୍କ ପାଇଁ ଖାସ ଦିନ । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଏବଂ ଜାମ୍ମୁ କାଶ୍ମୀରବାସୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଥିଲା । ସେହିଭଳି ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ହୋଇଥିଲା । ଆଇନଗତ ଲଢେଇରେ ଦୀର୍ଘଦିନ ପରେ ରାମ ମନ୍ଦିର ନିର୍ମାଶ ସପକ୍ଷରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସେହିଭଳି ଆଜି ଭାରତୀୟ ହକି ଟିମ ଜପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକରେ ଜର୍ମାନୀକୁ ହରାଇ ଇତିହାସ ରଚିଛି ।

Tokyo 2020 Olympics - Hockey - Men - Bronze medal match - Germany v India - Oi Hockey Stadium, Tokyo, Japan - August 5, 2021. Players of India pose for a group photos as they celebrate winning their match for bronze. REUTERS/Hamad I Mohammed

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଅଗଷ୍ଟ ୫ ତାରିଖ ଇତିହାସରେ ଲିପିବଦ୍ଧ ହୋଇ ରହିବ । ୫ ଅଗଷ୍ଟରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅନୁଚ୍ଛେଦ ହଟାଯାଇଥିଲା, ଏହାର ବର୍ଷକ ପରେ ଏହି ଦିନରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ହୋଇଥିଲା ଏବଂ ଚଳିତ ବର୍ଷ ହକିରେ ଭାରତୀୟ ଟିମକୁ ୪ ଦଶକ ପ​‌ରେ ମେଡାଲ ମିଳିଛି ।’  

{"width":835,"height":495}
If Congress govt formed, Article 370 will be restored: Digvijay Singh

ମୋଦି କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଦେଶ ଅନେକ କିର୍ତ୍ତିମାନ ହାସଲ କରିଛି । ଅଲିମ୍ପିକରେ ଦେଶର କ୍ରୀଡାବିତମାନେ ଅନେକ ସଫଳତା ହାସଲ କରିଛନ୍ତି । ଦେଶରେ କରୋନା ଟିକାକରଣ ୫୦ କୋଟି ଡୋଜ୍ ପାର କରିଛି । ସେହିଭଳି GST ଆଦାୟ ମଧ୍ୟ ବୃଦ୍ଧି ପାଇଛି । ଏକ୍ସପୋର୍ଟରେ ମଧ୍ୟ୍ ରେକର୍ଡ କରିଛି ଭାରତ । ଦେଶର ପ୍ରଥମ ସ୍ବଦେଶୀ ବିମାନବାହନ INS ବିକ୍ରାନ୍ତର ଟ୍ରାଏଲ ଆରମ୍ଭ ହୋଇଯାଇଛି ।

Live updates: Ayodhya Ram Mandir Bhumi Pujan | LIVE: PM मोदी लखनऊ से  अयोध्या के लिए रवाना, CM योगी करेंगे अगवानी | Hindi News, देश

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.