ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ : ଆସନ୍ତା ୫ତାରିଖରୁ ଆରମ୍ଭ ହେବ ଟିକେଟ୍ ବିକ୍ରି

Published By : Prameya-News7 Bureau | December 04, 2019 IST

କଟକ ୦୪।୧୨ : ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବାରବାଟିରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥିପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ  ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

{"id":193544,"sizeSlug":"large"}

ମୁମ୍ବାଇର ୱେଷ୍ଟଲ୍ୟାଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଅନଲାଇନ୍ ଟିକେଟ୍ ବିକ୍ରି କରାଯିବ । www.paytm.com  ଓ   www.insider.in  ଏହି ୨ଟି ୱେବ୍ ସାଇଟ୍ ରେ ଟିକେଟ୍ ବୁକ୍ କରିହେବ । ଏଥିପାଇଁ ଆବଶ୍ୟକ ହେଲେ ପେ ଟିଏମ୍ ଆପ୍ କିମ୍ବା ଇନ୍ସାଇଡର୍ ଡଟ୍ ଇନ୍ ଆପ୍ ଡାଉନ୍ଲୋଡ୍ କରି ଟିକେଟ୍ ବୁକ୍ କରିହେବ । ଟିକେଟ୍ ଦାମ୍ ବି ସ୍ଥିର କରିଛି ଓ.ସି.ଏ । ଗ୍ୟାଲେରି  ନମ୍ବର ୨ ଓ ୪ ଟିକେଟ୍ ଦାମ୍ ୫ ଶହ ଟଙ୍କା ଲେଖାଏଁ ରଖାଯାଇଛି । ଏଥିପାଇଁ ମୋଟ୍ ୬ ହଜାର ଟିକେଟ୍ ବିକ୍ରି ହେବ । ସେହିଭଳି ଗ୍ୟାଲେରୀ ନମ୍ବର ୬ ଟିକେଟର ଦାମ୍ ୪ଶହ ଟଙ୍କା , ନ୍ୟୁ ପ୍ୟାଭିଲିଅନ୍ ଦାମ୍ ୫ ହଜାର , ସ୍ପେଶାଲ୍ ଏନ୍କ୍ଲୋଜର୍ ଟିକେଟ୍ ଦାମ୍ ୩ ହଜାର ଟଙ୍କା , ଏ.ସି ବକ୍ସ ଗ୍ୟାଲେରୀ ଟିକେଟ୍ ଦାମ୍ ୫ ହଜାର ଟଙ୍କା ରହିଛି । ସବୁ ଟିକେଟ୍ ରେ ୧୮ ପ୍ରତିଶତ ଜି.ଏସ୍.ଟି , ଲାଗିବ । ଅନଲାଇନ୍ ଟିକେଟ୍ ବୁକ୍ ହେବା ପରେ ୧୯ ରୁ ୨୧ ତାରିଖ ମଧ୍ୟରେ କେମ୍ବ୍ରିଜ୍ ସ୍କୁଲ୍ କାଉଣ୍ଟର୍ ରୁ ଟିକେଟ୍ କଲେକ୍ଟ କରିହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ତେବେ ୱେବ୍ ସାଇଟ୍ ୫ ତାରିଖରୁ କେଉଁ ସମୟରେ ଖୋଲିବ ଏବଂ ଟିକେଟ୍ ବୁକ୍ ଆରମ୍ଭ ହେବ ସେନେଇ କିଛି ଉଲ୍ଲେଖ କରିନାହିଁ ଓସିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.