Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୀମା ବିବାଦରେ ନିଜ ଲୋକଙ୍କୁ ଧୋକାରେ ରଖିଛି ଚୀନ, ସତ ଲୁଚାଇବା ପାଇଁ ଭାରତୀୟ ଓ୍ଵେବ୍‌ସାଇଟ୍‌କୁ କଲା ବ୍ଲକ୍

30/06/2020 at 4:47 PM

ନୂଆଦିଲ୍ଲୀ ୩୦।୦୬: ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ। ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ ମଲେ ତା ଉପରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହିଁ ଚୀନ। ଏହି ପ୍ରସଙ୍ଗରେ ସତ୍ୟକୁ ଲୁଚାଇବାକୁ ରୀତିମତ ପ୍ରୟାସ କରି ଚାଲିଛି ସି  ଜିନପିଙ୍ଗ ସରକାର। ଏବେ ଚୀନ ନିଜ ଦେଶରେ ଭାରତର ଟିଭି ଚ୍ୟାନେଲ୍‌ ଏବଂ ନ୍ୟୁଜ୍ ଓ୍ଵେବ୍‌ସାଇଟ୍‌କୁ ବ୍ଲକ କରି ଦେଇଛି। ଚୀନ ଏମିତି ଏଥିପାଇଁ କରିଛି, ଯଦ୍ଵାରା ତାର ନାଗରିକଙ୍କ ପାଖକୁ ଘଟଣାର ସତ କଥା ନଆସି ପାରିବ। କିନ୍ତୁ ଭିପିଏନ ଜରିଆରେ ଭାରତୀୟ ନ୍ୟୁଜ୍ ଓ୍ଵେବ୍‌ସାଇଟ୍‌ ଖୋଲା ଯାଇ ପାରିବ।

ବେଜିଂ ରାଜନୈତିକ ସୂତ୍ର ଅନୁଯାୟୀ, ଭାରତୀୟ ଟିଭି ଚ୍ୟାନେଲ୍‌କୁ ଚୀନରେ ଆଇପି ଟିଭି ଜରିଆରେ ମଧ୍ୟ ଦେଖା ଯାଇ ପାରିବ। ଅନ୍ୟପକ୍ଷେ ଗତ ଦୁଇ ଦିନ ହେବ  ଆଇଫୋନ୍ ଓ ଡେସ୍କଟପ୍‌ରେ ଏକ୍ସପ୍ରେସ୍ ଭିପିଏନ କାମ କରୁନାହିଁ। ଭିପିଏନ ଏମିତି ଏକ ଶକ୍ତିଶାଳୀ ଟୁଲ୍‌, ଯାହା ଜରିଆରେ କୌଣସି ବି ୟୁଜର  ବ୍ଲକ୍ କରାଯାଇଥିବା ଓ୍ଵେବ୍‌ସାଇଟ୍ ମଧ୍ୟ ଦେଖିପାରିବେ। ମାତ୍ର ଚୀନ ଉନ୍ନତ ଜ୍ଞାନ କୌଶଳ ବଳରେ ଏମିତି ଏକ ଫାୟରଓ୍ଵାଲ ତିଆରି କରିଛି, ଯାହା ଭିପିଏନକୁ ମଧ୍ୟ ବ୍ଲକ୍ ଦରି ପାରୁଛି।

ଚୀନ ପୂର୍ବରୁ ମଧ୍ୟ ନିଜର ଦମନକାରୀ ଅନଲାଇନ୍‌ ସେନସରସିପ୍ ପାଇଁ ବଦନାମ। ସି ଜିନପିଙ୍ଗ ସରକାର ଦେଶରେ ଅନେକ ଅନଲାଇନ୍‌ ଓ୍ଵେବ୍‌ସାଇଟ୍‌ ଉପରେ ରୋକ୍‌ ଲଗାଇଛନ୍ତି। ସେଠାକାର କମ୍ୟୁନିଷ୍ଟ ସରକାର ଏମିତି ଅନେକ ଆଡଭାନ୍ସ ଜ୍ଞାନ କୌଶଳ ପ୍ରୟୋଗ କରୁଛି, ଯେଉଁଥିରେ ଅନ୍ୟ ଦେଶର କିଛି ଓ୍ଵେବ୍‌ସାଇଟ୍‌କୁ ନିଜ ଦେଶରେ ଖୋଲିବାକୁ ଦେଉ ନାହିଁ। ଉଦାହରଣ ସ୍ଵରୂପ, ଯେମିତି ହଂକଂ ବିରୋଧ ପ୍ରଦର୍ଶନ ସମ୍ବନ୍ଧିତ କୌଣସି ଶବ୍ଦ ବିବିସି କିମ୍ବା ସିଏନଏନରେ ପ୍ରକାଶିତ ହୁଏ ତେବେ ସ୍କ୍ରିନ ମନକୁ ମନ ବ୍ଲକ ହୋଇ ଯାଉଛି କିମ୍ବା ଏହା ୟୁଜର ହୋମ୍ ପେଜ୍ କିମ୍ବା ଟପିକ୍ ପେଜ୍ ଉପରକୁ ଚାଲି ଯାଉଛି।

ଲଦାଖରେ ସାମରିକ ଶକ୍ତି ବଳରେ ନାଲି ଆଖି ଦେଖାଉଥିବା ଚୀନକୁ ଭାରତ ସାମରିକ ଶକ୍ତି ସହିତ ଆର୍ଥିକ ମୋର୍ଚ୍ଚାରେ ଘେରିଛି। ଦେଶରେ ଚାଇନା ବୟକଟ ଅଭିଯାନ ଜୋର ଧରିଛି। ଏହି କ୍ରମରେ ଗତକାଲି ଭାରତ ସରକାର ଚୀନର ୫୯ଟି ଆପ୍ଲିକେସନକୁ ନିଷିଦ୍ଧ ବା ବ୍ୟାନ କରିଛନ୍ତି। ଏହା ସହିତ ଗୁଗଲକୁ ନିଜର ପ୍ଲେ ଷ୍ଟୋରରୁ ଏସବୁ ଆପ୍ସ ହଟାଇ ଦେବାକୁ ଆଦେଶ ଦିଆଯାଇଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ଚୀନ ବିଚଳିତ ହୋଇ ପଡିଛି। ଏହା ଉପରେ ଦୁଃଖ ପ୍ରକାଶ କରି ସ୍ଥିତି ଉପରେ ନଜର ରଖିଥିବା କଥା କହିଛି।

   Related Posts