ଭାରତ-ଆମେରିକା ଚମତ୍କାର ସମନ୍ବୟ : ଆରବ ସାଗରରେ ଆମେରିକା ଟ୍ୟାଙ୍କରରୁ ଇନ୍ଧନ ଭର୍ତି କଲା ଭାରତୀୟ ଯୁଦ୍ଧ ଜାହାଜ

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୯: ଭାରତ ଏବଂ ଆମେରିକା ମଧ୍ୟରେ ରକ୍ଷା ସମ୍ପର୍କ କେତେ ଉନ୍ନତ,ଏହାର ଝଲକ ସେହି ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଭାରତୀୟ ଯୁଦ୍ଧ ଜାହାଜ ଆରବ ସାଗରରେ ଆମେରିକୀୟ ନୌସେନାର ଟ୍ୟାଙ୍କରରୁ ଇନ୍ଧନ ନେଇଥିଲା। ରକ୍ଷା ଚୁକ୍ତିର ପ୍ରାବଧାନ ଜରିଆରେ ସୋମବାର ନାଭିର ଏକ ଭାରତୀୟ ଯୁଦ୍ଧ ଜାହାଜ ଉତ୍ତର ଆରବ ସାଗରରେ ଆମେରିକୀୟ ନୌସେନାର ଟ୍ୟାଙ୍କର ୟୁଏସଏନଏ ୟୁକୋନରୁ ଇନ୍ଧନ ନେଇଥିଲା।

ଭାରତୀୟ ନୌସେନାର ମୁଖ୍ୟ କହିଥିଲେ ଯେ ଉତ୍ତର ଆରବ ସାଗରରେ ମିଶନରେ ମୁତୟନ ଥିବା ଆଇଏନଏସ୍ ତଲଓ୍ବାର ଲେମୋଆ ଜରିଆରେ ଆମେରିକୀୟ ନୌସେନା ବେଡ଼େ ଟ୍ୟାଙ୍କର ୟୁଏସଏନଏ ୟୁକୋନରୁ ଇନ୍ଧନ ନେଇଥିଲା। ୨୦୧୬ମସିହାରେ ଭାରତ ଏବଂ ଆମେରିକା ଲେମୋଆ ଉପରେ ହସ୍ତାକ୍ଷର କରିଥିଲେ ଯାହା ଅନୁସାରେ ଦୁଇ ସେନା ପରସ୍ପରକୁ ମରାମତି ଏବଂ ଅନ୍ୟ ସେବା ସମ୍ବନ୍ଧୀୟ ଆବଶ୍ୟକତା ପାଇଁ ପରସ୍ପରର ବନ୍ଦରର ଉପଯୋଗ କରିବେ। ଭାରତ ଫ୍ରାନ୍ସ,ସିଙ୍ଗାପୁର,ଅଷ୍ଟେଲିଆ  ଏବଂ ଜାପାନ ସହ ଏପରି ଚୁକ୍ତି କରି ସାରିଛି।

wp:core-embed/twitter {"url":"https://twitter.com/indiannavy/status/1305548636789514244","type":"rich","providerNameSlug":"twitter","className":""}
https://twitter.com/indiannavy/status/1305548636789514244
/wp:core-embed/twitter

ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ରକ୍ଷା ସମ୍ବନ୍ଧ ଲଗାତାର ମଜବୁତ ହେଉଛି। ଦୁଇ ଦେଶ ୨୦୧୮ମସିହାରେ ଆଉ ଏକ ରକ୍ଷା ଚୁକ୍ତି COMCASA ଅର୍ଥାତ୍ କମ୍ୟୁନିକେସନ କମ୍ପାଟିବିଲିଟି ଆଣ୍ଡ ସିକ୍ୟୁରିଟି ଆଗ୍ରିମେଣ୍ଟ ଉପରେ ମଧ୍ୟ ଦସ୍ତଖତ କରିଛି, ଯାହା ଅନୁସାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସହଯୋଗ ଏବଂ ଆମେରିକାରୁ ଭାରତକୁ ଉତ୍କୃଷ୍ଟ ପଦ୍ଧତି ବିକା ଯିବାର ବ୍ୟବସ୍ଥା ରହିଛି।

ଏବର୍ଷ ଜୁଲାଇ ମାସରେ ଭାରତୀୟ ନୌସେନା ୟୁଏସ୍ ନାଭି କ୍ୟାରିୟର ଷ୍ଟ୍ରାଇକ୍ ଗୃପ୍ ସହ ଆଣ୍ଡାମାନ-ନିକୋବରରେ ସୈନ୍ୟ ଅଭ୍ୟାସ କରିଥିଲା। ଏଥିରେ ଆମେରିକା ତରଫରୁ ପରମାତୁ ଶକ୍ତି ଯୁକ୍ତ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ନିମିଟଜ ମଧ୍ୟ ଭାଗ ନେଇଥିଲା। ଏହି ସୈନ୍ୟ ଅଭ୍ୟାସ​‌ରେ ଭାରତୀୟ ନାଭିର ୪ଟି ଜାହାଜ ମଧ୍ୟ ଭାଗ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.