ଭାରତର ଏହି ଗାଁରେ ପଶି ପାରେ ନାହିଁ ପୋଲିସ୍‌ , ପ୍ରେମୀଯୁଗଳଙ୍କ ଏହା ହେଉଛି ସର୍ବୋତ୍ତମ ସ୍ଥାନ

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪।୧୨ : ଭାରତରେ ପ୍ରେମ ବିବାହକୁ ଏପର୍ଯ୍ୟନ୍ତ ଗ୍ରହଣ କରଯାଇ ନାହିଁ । ଏହି ବିବାହକୁ ଅନେକ ଲୋକମାନେ ଖରାପ ନଜର ସହ ଖରାପ ବୋଲି ଭାବନ୍ତି । ବିଶେଷକରି ଯଦି ଏହି ବିବାହ ଏକ ଅନ୍ୟ ଜାତିର ହୁଏ । ତେବେ ଅନେକ ଦ୍ବନ୍ଦ ଦେଖା ଦେଇଥାଏ । ଯେତେବେଳେ ବିଭିନ୍ନ ଭିନ୍ନର ଦୁଇଜଣ ବ୍ୟକ୍ତି ବିବାହ କରନ୍ତି, ସେମାନଙ୍କୁ ସମାଜର ଅନେକ ପ୍ରକାରର ବାରଣକୁ ସାମ୍ନା କରିବାକୁ ପଡେ । ଏଭଳି ପରିସ୍ଥିତିରେ ପ୍ରେମୀ ଯୁଗଳମାନେ ଘରୁ ପଳାଇବାକୁ ବହୁତ ଭୟ କରନ୍ତି। ଯଦି ଆପଣ ମଧ୍ୟ କାହାକୁ ଭଲ ପାଉଥାନ୍ତି ଏବଂ ଘରର ଛାଡି ଅନ୍ୟ କେଉଁଠି ରହୁଥିବେ ହେଲେ ଭୟ ରହୁଥିବ । ତେବେ ଆପଣଙ୍କ ପାଇଁ ଏହି ସ୍ଥାନ ସବୁଠାରୁ ଉପଯୁକ୍ତ । ତେବେ ଜାଣନ୍ତୁ ଏହି ସ୍ଥାନ ବିଷୟରେ କେଉଁ ରହିଛି ।

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରେମୀଯୁଗଳଙ୍କୁ ବହୁ ମାତ୍ରାରେ ସୁରକ୍ଷା ଦେଇଥାଏ । ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଥିବା ଶଙ୍ଗଚୁଲ ମହାଦେବ ମନ୍ଦିର । ଦେଶର ବିଭିନ୍ନ ସ୍ଥାନରୁ ପଳାଇ ଆସିଥିବା ଅନେକ ପ୍ରେମୀଙ୍କୁ ଏହି ମନ୍ଦିରରେ ଆଶ୍ରୟ ନେଇଥାନ୍ତି । ସେମାନଙ୍କୁ ଏଠାରେ ରହିବା ଏବଂ ଖାଇବା ପାଇଁ ମଧ୍ୟ ଦିଆଯାଇଥାଏ । ପ୍ରେମୀଯୁଗଳଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହି ମନ୍ଦିର ଭିତରକୁ କେହି ଆସିପାରିବେ ନାହିଁ । ତେବେ ଯେଉଁ ପ୍ରେମୀ ଯୁଗଳ ଘରୁ ପଳାଇ ଆସି ଏହି ମନ୍ଦିରରେ ଆଶ୍ରୟ ନେଉଥାନ୍ତି ତାଙ୍କୁ ଖୁବ୍‌ ଭଲ ଭାବେରେ ଅତିଥି ଭାବେ ସମ୍ମାନ ଦିଆଯାଏ । ଏହାର ଏକ ବିଶେଷ କାରଣ ମଧ୍ୟ ଅଛି । ବାସ୍ତବରେ, ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି ସେମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ନ ଦିଅନ୍ତି, ତେବେ ଭଗବାନ ସେମାନଙ୍କ ଉପରେ ରାଗି ଯିବେ । କାହିଁକି ନା ଏହାକୁ ବିଶ୍ବାସ କରି କୁହାଯାଏ କି ପାଣ୍ଡବମାନେ ଅଜ୍ଞାତବାସ ପାଇଁ ଏହି ସ୍ଥାନକୁ ଆସିଥିଲେ । ସେତେବେଳେ ଲୋକମାନେ ତାଙ୍କୁ ଏହି ମନ୍ଦିରରେ ଲୁଚାଇ ରଖିଥିଲେ । ଯେତେବେଳେ କୌରବ ସେଠାକୁ ଆସିଲେ ସେତେବେ ଶଙ୍ଗଚୁଲ ମହାଦେବ ନିଜେ ସେମାନଙ୍କୁ ଗାଁକୁ ଆସିବା ଉପରେ ରୋକ୍‌ ଲଗାଇ ଦେଇଥିଲେ । ଏହା ବ୍ୟତୀତ ସେ କହିଥିଲେ ତାଙ୍କ ଶରଣକୁ ଆସିଥିବା ଲୋକଙ୍କୁ ସେ ସୁରକ୍ଷା ଦେବେ ।

ଏହି ମାନ୍ୟତାକୁ ଆଧାର କରି, ଯେଉଁମାନେ ଏଠାକୁ ଆଶ୍ରୟ ନେବାକୁ ଆସନ୍ତି, ସେମାନେ ଆଜି ମଧ୍ୟ ସୁରକ୍ଷିତ ଭାବେ ରୁହନ୍ତି । ଏହି ପରମ୍ପରା ଶତାବ୍ଦୀରୁ ଧରି ଚାଲିଆସୁଛି । ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କୁ ଏଠାରେ ଖାଇବା ଏବଂ ରହିବା ପାଇଁ ସ୍ଥାନ ଦିଆଯାଏ । ଏହି ଗାଁରେ ପୋଲିସମାନଙ୍କୁ ମଧ୍ୟ ପ୍ରବେଶ କରିବା ଉପରେ ମଧ୍ୟ ନିଷେଧାଦେଶ ରହିଛି। ଏହା ବ୍ୟତୀତ ଏଠାରେ କେହି ଉଚ୍ଚ ସ୍ୱରରେ କଥାବାର୍ତ୍ତା କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ପ୍ରେମୀଯୁଗଳଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସ୍ଥାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.