Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଜିନୋମ୍‌ ଯାଞ୍ଚ ପାଇଁ ପଠାଯାଇଥିବା ୫୦ ପ୍ରତିଶତ ନମୂନାରେ ମିଳିଲା ଅତ୍ୟଧିକ ସଂକ୍ରାମକ ଭାରିଆଣ୍ଟ, ଚିନ୍ତାରେ ବିଶେଷଜ୍ଞ

18/04/2021 at 9:39 AM

ମୁମ୍ବାଇ ୧୮/୦୪ : ମହାରାଷ୍ଟ୍ରରେ ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ପ୍ରତିଦିନ ୬୦ ହଜାରରୁ ଉର୍ଦ୍ଧ୍ବ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଆଣ୍ଟ । ଚିହ୍ନଟ ହୋଇଥିବା ପଜିଟିଭ ନମୂନା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ସାମ୍ପୁଲରେ SARS-CoV-2 ନାମକ ଅତ୍ୟଧିକ ସଂକ୍ରାମକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଯାହାକି ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନମୂନାରେ ଭିନ୍ନ ଭିନ୍ନ ଭାରିଆଣ୍ଟ ମିଳୁଛି । ବିଦର୍ଭ ଏବଂ ମୁମ୍ବାଇରେ ଚିହ୍ନଟ ପଜିଟିଭମାନଙ୍କ ନମୂନାରେ ଭିନ୍ନ ଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳିଛି । ପରୀକ୍ଷା ପାଇଁ ପଠାଯାଇଥିବା ୧୧ଶହ ନମୂନା ମଧ୍ୟରୁ ୫ଶହ ନମୂନା ପରୀକ୍ଷା ଶେଷ ହୋଇଛି । ଯେଉଁଥିରେ ଅଧିକାଂଶ ଇଂଲଣ୍ଡର ଭାରିଆଣ୍ଟ ଦେଖିବାକୁ ମିଳୁଛି । ଯାହାକି ଅତ୍ୟଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୭ ହଜାର ୧୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୪୧୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଗତ ୨୪ ଘଣ୍ଟାରେ ୫୬ ହଜାର ୭୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ।

   Related Posts