Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଭରସା ଦେଲା ରୁଷ, ଭାରତ ସହିତ ଶୀଘ୍ର ପୂରା ହେବ ପ୍ରତିରକ୍ଷା ରାଜିନାମା

23/06/2020 at 9:16 PM

ମସ୍କୋ ୨୩।୦୬: ରୁଷରେ ବିଜୟ ଦିବସର ପାଳନ ପାଇଁ ମସ୍କୋ ପହଞ୍ଚିଥିବା ଭାରତର କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ଦୂତାବାସରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପଚକ୍ର ଅର୍ପିତ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହା ପରେ ରୁଷର ଉପ ପ୍ରଧାନମନ୍ତ୍ରୀ ୟୁରି ଇଭାନୋଭିକ ବୋରିସୋଭଙ୍କୁ ଭେଟିଛନ୍ତି। ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ନିବିଡ ସଂପର୍କ ରହିଛି। ରୁଷ ଭରସା ଦେଇଛି ଯେ, ଭାରତ ସହିତ ହୋଇଥିବା ରାଜିନାମାକୁ ଶୀଘ୍ର ପୂରଣ କରାଯିବ।

ରାଜନାଥ କହିଛନ୍ତି, ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ରୁଷବାସୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲି। ଭାରତୀୟ ଆର୍ମି ମଧ୍ୟ ସୋଭିଏତ ଆର୍ମିକୁ ସହାୟତା ଦେବା ସମୟରେ ସହିଦ ହୋଇଥିଲେ। ସିଂହ କହିଛନ୍ତି, ମସ୍କୋରେ କୋଭିଡ୍-୧୯ ମହାମାରୀ ପରେ କୌଣସି ବି ଭାରତୀୟ ପ୍ରତିନିଧିଙ୍କ ଏହା ପ୍ରଥମ ଗସ୍ତ ଏବଂ ଏହା ଭାରତ ଓ ରୁଷର ଖାସ୍ ବନ୍ଧୁତ୍ଵକୁ ପ୍ରମାଣିତ କରିଛି। ସିଂହ କହିଛନ୍ତି, ମହାମାରୀ ପରି ସଙ୍କଟ ପରେ ବି ଆମର ଦ୍ଵିପାକ୍ଷିକ ସମ୍ବନ୍ଧ ଜାରି ରହିଛି। ମୋତେ ଭରସା ଦିଆଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଯେଉଁ ରାଜିନାମା ହୋଇଛି ତାକୁ ଶୀଘ୍ର ସଂପନ୍ନ କରାଯିବ।

ଏହି ରାଜିନାମା ଉପରେ ରହିଛି ନଜର

ଭାରତ ଓ ରୁଷ ମଧ୍ୟରେ ୨୦୧୮ରେ ଦୁନିଆର ସବୁଠୁ ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ-୪୦୦ ନେଇ ୫ ଅରବ ଡଲାର ଅର୍ଥାତ ୪୦ ହଜାର କୋଟି ଟଙ୍କାର ରାଜିନାମା ହୋଇଛି। ଭାରତ ଏହାର ପାଞ୍ଚ ୟୁନିଟ୍‌ କିଣିବା ନେଇ ଚୁକ୍ତି କରିଛି। ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମ ଶତ୍ରୁର କ୍ଷେପଣାସ୍ତ୍ରକୁ ଖସାଇବାକୁ ସକ୍ଷମ। ଏହା ଶତ୍ରୁର କ୍ରୁଜ୍, ଏୟାରକ୍ରାଫ୍ଟ ଓ ବାଲିଷ୍ଟିକ୍ ମିସାଇଲ୍‌ ମାରି ଖସାଇବାରେ ସକ୍ଷମ। ଭାରତକୁ ଏହାର ବହୁତ  ଜରୁରୀ ରହିଛି କାରଣ ପାକିସ୍ତାନ ପାଖରେ ଅପଗ୍ରେଟେଡ୍ ଏଫ-୧୬ର ୨୦ ଲଢୁଆ ସ୍କ୍ଵାଡ୍ରନ ରହିଛି। ଏହା  ବ୍ୟତୀତ ଏହା ପାଖରେ ଚୀନରୁ ମିଳିଥିବା ଜେ-୧୭ ମଧ୍ୟ ବଡ ସଂଖ୍ୟାରେ ରହିଛି। ଅନ୍ୟପଟେ ଚୀନ ପାଖରେ  ୧୭୦୦ ଲଢୁଆ ବିମାନ ରହିଛି। ଏଥିରୁ ୮୦୦ଟି ଚତୁର୍ଥ ପିଢିର ଲଢୁଆ ବିମାନ ସାମିଲ। ପ୍ରତିରକ୍ଷା  ମନ୍ତ୍ରୀ କହିଛନ୍ତି, ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧ ବହୁତ ଭଲ ରହିଛି। ୟୁରିରେ ଉପ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ସେ ପୂରା ସନ୍ତୁଷ୍ଟ ଅଛନ୍ତି।

ରାଜନାଥଙ୍କ ମହତ୍ଵପୂର୍ଣ୍ଣ ଗସ୍ତ

ଭାରତର ତିନି ସେନା ଜୁନ ୨୪ରେ  ହେବାକୁ ଥିବା ରୁଷ ବିଜୟ ଦିବସ ପରେଡରେ ସାମିଲ ହେବେ। ରାଜନାଥ ସିଂହଙ୍କ ଏହି ଯାତ୍ରା ବହୁତ ମହତ୍ଵପୂର୍ଣ୍ଣ ରହିଛି। ସିଂହ ନିଜର ଯାତ୍ରା ସମୟରେ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ଶୀଘ୍ର ଯୋଗାଇ ଦେବା ଏବଂ ଅନ୍ୟ ଦ୍ଵିପାକ୍ଷିକ ସମ୍ବନ୍ଧକୁ ଆହୁରି  ବିସ୍ତାରିତ କରିବା ଉପରେ ଆଲୋଚନା କରି ପାରନ୍ତି। ରାଜନାଥ ମଙ୍ଗଳବାର ସନ୍ଧ୍ୟାରେ ମସ୍କୋ ପହଞ୍ଚିଛନ୍ତି। ଅନ୍ୟପଟେ ଭାରତର ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର ରୁଷର ଉପ ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଏଭି ଫାମିନଙ୍କୁ ଭେଟିଛନ୍ତି।

   Related Posts