Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେପାଳରେ ଦେଖାଯାଉନି ଭାରତୀୟ ଟେଲିଭିଜନ ଚାନେଲ, ପ୍ରସାରଣରେ ଲାଗିଛି ଅଘୋଷିତ ରୋକ୍

9/07/2020 at 9:37 PM

କାଠମାଣ୍ଡୁ ୯।୭: ନେପାଳରେ ଭାରତୀୟ ଟେଲିଭିଜନ ଚାନେଲର ପ୍ରସାରଣ ଉପରେ ରୋକ ଲାଗିଛି। ଚାନେଲଗୁଡିକର ସିଗ୍ନାଲ ବନ୍ଦ କରିଦିଆଯାଇଥିବାରୁ ଦେଶର କୌଣସି ସ୍ଥାନରେ ଏବେ ଭାରତୀୟ ଟିଭି ଚାନେଲ ଦେଖା ଯାଉନଥିବା କେବୁଲ ଅପରେଟର୍ସ କହିଛନ୍ତି। ତେବେ ନେପାଳ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଅଧିକାରୀକ ନିର୍ଦ୍ଦେଶ ଜାରି ହୋଇଥିବାର ସୂଚନା ନାହିଁ।

ନେପାଳରେ କ୍ଷମତା କନ୍ଦଳ ବେଳକୁ ବେଳ ଉଗ୍ର ହେବାରେ ଲାଗିଛି। ଏଥିରେ ଭାରତୀୟ ଟେଲିଭିଜନ ଚାନେଲଙ୍କ ଭିତ୍ତିହୀନ ପ୍ରଚାର ସମସ୍ତ ସୀମା ପାର କରିଛି ବୋଲି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ମୁଖପାତ୍ର ନାରାୟଣ କାଜୀ ଶ୍ରେଷ୍ଠ କହିଛନ୍ତି।  ଏନସିପିରେ ଉପୁଜିଥିବା ସଂକଟର ସମାଧାନ ରାସ୍ତା ଏବେ ଫିଟୁ ନାହିଁ। ଏଥିଲାଗି ପ୍ରଧାନମନ୍ତ୍ରୀ ଓ  ପୁଷ୍ପ କମଲ ଦହଲ  ‘ପ୍ରଚଣ୍ଡ’ ଙ୍କ ମଧ୍ୟରେ ଅନେକ ଥର ବୈଠକ ହେଲାଣି। ତେବେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରଚଣ୍ଡ ବିଭିନ୍ନ ପ୍ରସଙ୍ଗରେ ବିଫଳ ବୋଲି କହିବା ସହ ତାଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କରୁଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଓଲି ହିଁ ନିଜେ ଦେଶରେ ରାଜନୈତିକ ସଂକଟର ମୁଖ୍ୟ କାରଣ। ନିକଟରେ ଏକ ଜନସମାବେଶରେ ଭାରତ ତାଙ୍କୁ କ୍ଷମତାରୁ ହଟାଇବାକୁ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରିଥିଲେ। ଏଥିରେ ତାଙ୍କ ଦଳର ନେତା ମଧ୍ୟ ସାମିଲ ବୋଲି କହିବାକୁ ବି ସେ ପଛାଇ ନଥିଲେ। ଏପରି ଅଭିଯୋଗର ପ୍ରମାଣ ମଗାଯିବାରୁ ଓଲି ପଛକୁ ହଟିଥିବା ବେଳେ ଦେଶରେ ତାଙ୍କର ଇସ୍ତଫା ଦାବି ଏବେ ଜୋର ଧରିଛି।   

   Related Posts