ଆମେରିକା ସୁପର ମାର୍କେଟ୍‌ରେ ବିକ୍ରି ହେଉଛି ଦାନ୍ତକାଠି, ଖଣ୍ଡକୁ ମୂଲ୍ୟ ୧୫ ଡଲାର

Published By : Prameya-News7 Bureau | September 18, 2020 IST

ନ୍ୟୁୟର୍କ : ଯୋଗ ହେଉ ଅଥବା ଆୟୁର୍ବେଦ ପାରମ୍ପରିକ ଭାରତୀୟ ଜ୍ଞାନ ଓ ସମଗ୍ରୀକୁ ଆମେରିକୀୟମାନେ ଏବେ ସେମାନଙ୍କ ଦୈନନ୍ଦିନ ଜୀବନରେ ସାମିଲ କରିସାରିଲେଣି। ଆମେରିକୀୟ କିପରି ଭାରତୀୟଙ୍କୁ ଅନୁକରଣ କରୁଛନ୍ତି ତାହା ସେଠାକାର ସୁପରମାର୍କେଟ୍‌ ମାନଙ୍କରେ ମିଳୁଥିବା ଦାନ୍ତକାଠିରୁ ସ୍ପଷ୍ଟ ହୋଇଯାଏ। ଆମେରିକୀୟ ସୁପରମାର୍କେଟ୍‌ରେ ଭାରତୀୟ ଦାନ୍ତକାଠିର ଚାଦିହା କେତେ ପ୍ରଥମ ଥର ଆରପିଜି ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ ହର୍ଷ ଗୋୟେଙ୍କା ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। 

wp:html /wp:html

ହର୍ଷ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଭାରତୀୟ ଦେଶୀୟ ଦାନ୍ତକାଠିକୁ ଆମେରିକା ସୁପରମାର୍କେଟ୍‌ ଆକର୍ଷକ ପ୍ୟାକ୍‌ରେ ଅର୍ଗାନିକ ଟୁଥ୍‌ ବ୍ରସ୍‌ ନାମରେ ବିକ୍ରି କରୁଥିବା ଉଲ୍ଲେଖ କରିଛନ୍ତି। ଆମେରିକାରେ ଖଣ୍ଡିଏ ଭାରତୀୟ ବବୁଲ ଦାନ୍ତକାଠି ଯେତିକି ଦରରେ ବିକ୍ରି ହେଉଛି ଭାରତରେ ସେତିକି ଟଙ୍କାରେ ୬ ମାସ ପାଇଁ ଗୋଟିଏ ପରିବାର ଲାଗି ଟୁଥ୍ ପେଷ୍ଟ ସାଙ୍ଗକୁ ବ୍ରସ୍‌ ମଧ୍ୟ ହୋଇଯିବ। ଅର୍ଗାନିକ ଟୁଥ୍ ବ୍ରସ ପ୍ୟାକେଟ୍ ମୂଲ୍ୟ ଅନୁସାରେ ଖଣ୍ଡକର ମୂଲ୍ୟ ଅନୁନ୍ୟ ୧୫ ଡଲାର ପଡୁଥିବା ସେ ଉଲ୍ଲେଖ କରିଛନ୍ତି।

{"id":331392,"width":580,"height":580,"sizeSlug":"large"}

ବଜାରରେ ଏହାକୁ ମାର୍କେଟିଂ କରାଇବା ଲାଗି କମ୍ପାନୀମାନେ ଆକର୍ଷକ ପ୍ୟାକ୍‌ ସାଙ୍ଗରେ ଦାନ୍ତକାଠି ଚୋବାଇ ପାରୁନଥିଲେ କଟର ବି ରଖୁଛନ୍ତି। ପ୍ୟାକ୍‌ରେ ଏହାକୁ ଶତ ପ୍ରତିଶତ ପ୍ରାକୃତିକ ଓ ଶତ ପ୍ରତିଶତ ଅର୍ଗାନିକ ବୋଲି ଲେଖି ବିକ୍ରି କରୁଛନ୍ତି। ପୂର୍ବରୁ ଏହା କେବଳ ଇ-କମର୍ସ ସାଇଟ୍‌ ମାନଙ୍କରେ ମିଳୁଥିଲା। ତେବେ ଏବେ ସୁପର ମାର୍କେଟ୍‌ରେ ମିଳିବା ପରେ ଇ-କମର୍ସ ସାଇଟ୍‌ ସେମାନଙ୍କ କ୍ୟାଟଲଗରୁ କାଢି ଦେଇଛନ୍ତି।

{"id":331394,"width":578,"height":434,"sizeSlug":"large"}

ଏହି ସବୁ ଦାନ୍ତକାଠି ଭାରତୀୟ ଗାଁ ଗଣ୍ଡାରେ ବ୍ୟବହାର କରୁଥିବା ନିମ୍ବ, ବବୁଲ ଓ ଅନ୍ୟ ଔଷଧିୟ ବୃକ୍ଷର ଡାଳ। ଭାରତୀୟ ଶହଶହ ବର୍ଷରୁ ଦାନ୍ତ ଓ ମାଢିର ସୁରକ୍ଷା ଲାଗି ଦାନ୍ତକାଠି ବ୍ୟବହାର କରିଆସୁଛନ୍ତି। ଦାନ୍ତକାଠି ବ୍ୟବହାର ଦ୍ୱାରା ଦାନ୍ତ ସନ୍ଦିଛଡା ହୋଇ ନଥାଏ ଓ ସନ୍ଦର ପଙକ୍ତିରେ ରହିଥାଏ ଯାହା ଦୀର୍ଧ ବର୍ଷ ପର୍ଯ୍ୟନ୍ତ  ମଜଭୁତ ମଧ୍ୟ ରହେ। ହେଲେ ଏବେ କ୍ୱଚିତ ଗାଁ ଗହଳିରେ ଲୋକେ ଏପରି ଦାନ୍ତଘଷୁଥିବା ବେଳେ ଆମେରିକାରେ ଲୋକପ୍ରିୟ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.