Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଗିନିଜ୍ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ଭାରତର ବାଘ ଗଣନା ସର୍ଭେ, ୪ ବର୍ଷ ପୂର୍ବରୁ ଟାର୍ଗେଟ୍ ପୂରା

11/07/2020 at 7:28 PM

ଭୁବନେଶ୍ଵର ୧୧।୦୭: ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଭାରତର ବାଘ ଗଣନା ସର୍ଭେ । ୨୦୧୮ ବାଘ ଗଣନା ସର୍ଭେକୁ ବିଶ୍ଵର ସବୁଠୁ ବଡ ବାଘ ଗଣନା ସର୍ଭେ ବୋଲି କୁହାଯାଇଛି । ଏବେ ଦେଶରେ ୨ ହଜାର ୯୬୭ ଟି ବାଘ ଥିବାବେଳେ ଓଡ଼ିଶାରେ ମାତ୍ର ୨୮ଟି ବାଘ ଥିବା ଜଣାପଡିଛି । ବାଘ ଗଣନା ପ୍ରତି ୪ ବର୍ଷରେ ଥରେ ହୋଇଥାଏ ।

କ୍ୟାମେରା ଟ୍ରାପିଙ୍ଗ ମେଥଡ୍‌ରେ ପ୍ରାୟ ୧ ଲକ୍ଷ ୨୧ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା  । ଏଥିପାଇଁ ୨୬ ହଜାର ୮୩୮ ସ୍ଥାନରେ କ୍ୟାମେରା ଲଗାଯାଇଥିଲା । ଯେଉଁଥିରେ ପ୍ରାୟ ୩ କୋଟି ୪୮ ଲକ୍ଷ ଫଟୋଗ୍ରାଫ୍ ଉତ୍ତୋଳନ ହୋଇଥିଲା । ଏହି ରେକର୍ଡକୁ ଗିନିଜ୍ ବୁକ୍ ଚଳିତ ବର୍ଷ ସ୍ଥାନ ଦେଇଛି ।

ଏବେ ଦେଶରେ ୨ ହଜାର ୯୬୭ ଟି ବାଘ ଅଛନ୍ତି । ସେଥିରୁ ୨୪୬୧ ବଡ଼ ବାଘ ଥିବା ବେଳେ ବାକି ବାଘ ଛୁଆ। ଏହା ମଧ୍ୟରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡରେ ୧୪୯୨ଟି ବାଘ ଅଛନ୍ତି । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ବିଟ୍ କରି ଏହା ଏକ ଏକ ବଡ଼ ସଫଳତା ବୋଲି କହିଛନ୍ତି ।

୨୦୨୨ ସୁଦ୍ଧା ଭାରତରେ ବାଘ ସଂଖ୍ୟା ଦୁଇଗୁଣ କରିବାକୁ ଯେଉଁ ଟାର୍ଗେଟ ଥିଲା ତାହା ୪ ବର୍ଷ ପୂର୍ବରୁ ସଫଳ ହୋଇଛି । ଅର୍ଥାତ ୨୦୨୨ ସୁଦ୍ଧା ବାଘ ସଂଖ୍ୟା ୨୮୦୦ ରେ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ବେଳେ ୨୦୧୮ ରେ ଏହା ୨୯୬୭ ଛୁଇଁଛି । ଏବେ ବିଶ୍ବର ବାଘ ସଂଖ୍ୟାର ୭୦ ପ୍ରତିଶତ ବାଘ କେବଳ ଭାରତରେ ଅଛନ୍ତି । ଗ୍ରାଉଣ୍ଡ ସର୍ଭେ ଓ କ୍ୟାମେରା ଟ୍ରାପ୍ ତଥ୍ୟ ଅନୁସାରେ ଏବେ ଭାରତର ୨୦ ଟି ରାଜ୍ୟରେ ବାଘ ଅଛନ୍ତି । ତେବେ ୨୦୧୮ ବାଘ ଗଣନା ଅନୁଯାୟୀ ଓଡିଶାରେ ୨୮ ଟି ବାଘ ଥିବା ଏନଟିସିଏ ଦର୍ଶାଇଛି ।

   Related Posts