Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍‌ ଘୋଷଣା : ବାଦ୍ ପଡିଲେ ରୋହିତ, ଦଳରେ ନୂଆ ମୁହଁ

4/02/2020 at 10:41 AM

ମୁମ୍ବାଇ ୦୪।୦୨: ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜର ୨ଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଘୋଷଣା ହୋଇଥିବା ଖେଳାଳିଙ୍କ ମଧ୍ୟରୁ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଯୁବ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ବାଲ୍‌ଙ୍କ ଚୟନ କରାଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ବେଳେ ରୋହିତଙ୍କ ବାମ ଗୋଡ ମାଂସପେଶୀରେ ଆଘାଣ ଲାଗିଥିଲା । ବ୍ୟାଟିଂ କରୁଥିବା ସମୟରେ ତୁରନ୍ତ ପଡିଆ ଛାଡିବାକୁ ପଡିଥିଲା । ଖୁବ୍ ଜୋରରେ ତାଙ୍କ ଲାଗିଥିବାରୁ ତାଙ୍କ ଆଗାମୀ ଦିନିକିଆ ସିରିଜରୁ ମଧ୍ୟ ବାଦ୍ ଦିଆଯାଇଛି ।

ରୋହିତ ଶର୍ମାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲ୍‌ ଟିମ୍‌ରେ ସାମିଲ ହୋଇଛନ୍ତି । ତେବେ ଶିଖର ଧାଓ୍ବନ ଟିମ୍‌ରେ ସାମିଲ ନାହାନ୍ତି । ଏଭଳି ସ୍ଥିତିରେ ମୟଙ୍କ ଅଗ୍ରଓ୍ବାଲ୍‌ ଓ ପୃଥୀ ସ୍ବ ଭାରତୀୟ ଦଳରେ ଟେଷ୍ଟ ଟିମ୍‌ର ଓପନର ଭାବେ ଚୟନ କରାଯାଇଛି। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ଖେଳିଯିବ । ଯାହା ଫେବୃଆରୀ ୨୧ ଓ ୨୯ ତାରିଖରେ ଖେଳାଯିବ ।  

ତେବେ ଆସନ୍ତୁ ଜାଣିବା ଚୟନ କରାଯାଇଥିବା ଟେଷ୍ଟ ଟିମ୍‌-

ବିରାଟ କୋହିଲ (ଅଧିନାୟକ),ମୟଙ୍କ ଅଗ୍ରଓ୍ବାଲ୍‌, ପୃଥ୍ବୀ ସ, ଶୁଭମନ୍ ଗିଲ୍, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମାନ ବିହାରୀ, ରିଦ୍ଧିମାନ ଶାହା (ଓ୍ବିକେଟ ରକ୍ଷକ), ରିଷଭ ପନ୍ଥ ( ଓ୍ବିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଜଶ୍‌ପ୍ରିତ୍ ବୁମ୍‌ରାହ, ଉମେଶ ଯାଦବ, ମହମ୍ମଦ ସାମି, ନଭଦୀପ ସାଇନି, ଇଶାନ୍ତ ଶର୍ମା ( ଫିଟନେସ୍ ଅନୁଯାୟୀ)

   Related Posts