Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରବେଶିକା ଏବଂ ପାଠ୍ୟକ୍ରମ ପରୀକ୍ଷା ପ୍ରସ୍ତୁତି ବଜାର ଅଭିବୃଦ୍ଧି ଆଶାଠାରୁ ଅନେକ ବେଶୀ, ବଜାର ଆକାର ୭.୨୨ ବିଲିୟନ ଡଲାର ବୃଦ୍ଧି ଆଶା

4/05/2021 at 1:03 PM

ନୂଆଦିଲ୍ଲୀ,୦୪/୦୫: ଭବିଷ୍ୟତରେ ଆଗରେ ରହିବ ଭାରତର ପ୍ରବେଶିକା ଏବଂ ପାଠ୍ୟକ୍ରମ ପରୀକ୍ଷା ପ୍ରସ୍ତୁତି ବଜାର । ଏହି ବଜାରରେ ବିଶ୍ୱ ବିଦ୍ୟାଳୟ ପରୀକ୍ଷା, ସାର୍ଟିଫେକ୍ ପରୀକ୍ଷା, ଉଚ୍ଚ ମାଧ୍ୟମିକ ପରୀକ୍ଷା ଆଦି ରହିଛି । ୨୦୨୧ରୁ ୨୦୨୫ ମଧ୍ୟରେ ଏହି ବଜାର ୭.୨୨ ବିଲିୟନକୁ ବୃଦ୍ଧି ପାଇବ । ଯାହା ବର୍ତ୍ତମାନର ପ୍ରାୟ ୧୪ ପ୍ରତିଶତ ବୋଲି ସିଏଜିଆର ରିପୋର୍ଟରେ ପ୍ରକାଶ ପାଇଛି ।

କରୋନା ସଙ୍କଟ ପାଇଁ ଭାରତରେ ପରୀକ୍ଷା ପ୍ରସ୍ତୁତି ବଜାର ମାନ୍ଦା ରହିଛି । କାରଣ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦି ବନ୍ଦ ରହିଛି । ଫଳରେ ଅଫଲାଇନ୍ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଏବେ ଅନଲାଇନ୍‌ ପରୀକ୍ଷାକୁ ପ୍ରାଥମିକତା ଦିଆଯାଉଛି ।  ତେବେ ଦେଶରେ ଅନେକ ଷ୍ଟାଟ୍ଅପ୍, ପରୀକ୍ଷା ପ୍ରସ୍ତୁତି କୋର୍ସ ଆଦି ଖୋଲିବା ପରେ ଏହି ବଜାର ଅଭିବୃଦ୍ଧି କରିବ । ଏଥିରେ ବିଭିନ୍ନ ଷ୍ଟଡି ମାଟେରିଆଲ୍ସ, ଟେଷ୍ଟ ପେପର୍ସ, ଅନଲାଇନରେ ମିଳୁଥିବା ପାଠ୍ୟ ଉପକ୍ରମ ଆଦି ରହିଛି ।

ଭାରତରେ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ କେ-୧୨ ଓ ଉଚ୍ଚ ଶିକ୍ଷାରେ ସାମିଲ ହୋଇଥାନ୍ତି । ପାଠକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ମଧ୍ୟ ବଢିଛି । ତେଣୁ ସେମାନେ ନୂଆ ନୂଆ ଷ୍ଟଡି ମାଟେରିଆଲ୍ସ ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ଛାତ୍ରଛାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ମାଟେରିଆଲ୍ସ ପ୍ରସ୍ତୁତ କରୁଛନ୍ତି । ଏହା ଉଭୟ ଅଫଲାଇନ୍ ଓ ଅନଲାଇନରେ ମିଳୁଛି ।  ୨୦୨୦ ବିଶ୍ୱବିଦ୍ୟାଳୟ ପରୀକ୍ଷା ବେଳେ ଏହି ବଜାର ଖୁବ୍ ଲାଭରେ ରହିଥିଲା । ସୋସିଆଲ ଲର୍ଣ୍ଣିଂ, ଓ୍ୱେବ୍ ଆନାଲିଟିକ୍ସ ଆଦି ଜରିଆରେ ବିଭିନ୍ନ ଷ୍ଟାର୍ଟଅପ୍ ଲାଭବାନ ହୋଇଥିଲେ ।

ଭାରତର ପରୀକ୍ଷା ପ୍ରସ୍ତୁତି ବଜାରର କିଛି ଷ୍ଟାର୍ଟଅପ୍

ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ୍, ବଂଶଲ କ୍ଲାସେସ୍ କୋଟା, ସିଏଳ ଏଜୁକେଟ୍ ଲିମିଟେଡ୍, ଫିଟଜି ଲିମିଟେଡ୍, ଟେଷ୍ଟବୁକ୍ ଏଡୁ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, । ଏହି ସବୁ ଷ୍ଟାର୍ଟଅପ୍ ଆଇଆଇଟି, ଜେଇଇ ନିଟ୍, କ୍ୟାଟ୍, ଜ୍ୟାଟ୍ ଆଦି ପରୀକ୍ଷା ପ୍ରସ୍ତୁତି ପାଇଁ ଅନେକ ବହି ତଥା ମାଟେରିଆଳ ପ୍ରସ୍ତୁତ କରିଥାନ୍ତି ।

   Related Posts