Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଇଂଲଣ୍ଡକୁ ହରାଇ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ଭାରତ, ନ୍ୟୁଜିଲାଣ୍ଡ ସହ ଲର୍ଡସ୍‌ରେ ହେବ ମୁକାବିଲା : ଜାଣନ୍ତୁ କେବେ…

6/03/2021 at 5:05 PM

ଅହମ୍ମଦାବାଦ ୦୬/୦୩ : ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌କୁ ଏକ ଇନିଂସ ଏବଂ ୨୫ ରନରେ ଜିତି ନେଇଛି ଭାରତ । ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍‌ର ଫାଇନାଲରେ ମଧ୍ୟ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଇଂଲଣ୍ଡର ଐତିହାସିକ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍‌ର ଫାଇନାଲ ମ୍ୟାଚ୍‌ ଖେଳିବ ଭାରତ । ଫାଇନାଲ ମୁକାବିଲା ଚଳିତ ବର୍ଷ ଜୁନ୍‌ ୧୮ ରୁ ୨୨ ଯାଏଁ ଇଂଲଣ୍ଡର ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡରେ ଖେଳାଯିବ ।

ବିଶ୍ବ ଟେଷ୍ଟ ଚାମ୍ପିୟନ୍‌ସିପ୍‌ର ଫାଇନାଲରେ ପ୍ରବେଶ କରିବା ପାଇଁ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ବିଜୟ କିମ୍ବା ଡ୍ର ରଖିବା ଆବଶ୍ୟକ ଥିଲା । କିନ୍ତୁ ଅଶ୍ବିନ-ଅକ୍ଷର ସ୍ପିନ୍‌ ଯୋଡି ଦ୍ବିତୀୟ ଇନିଂସରେ ୫ଟି ଲେଖାଏଁ ଓ୍ବିକେଟ୍‌ ନେଇ ଇଂଲଣ୍ଡ ଧୂଳି ଚଟାଇଥିଲେ । ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ମାତ୍ର ୩ ଦିନରେ ଶେଷ ହୋଇଯାଇଥିଲା। ଭାରତ-ଇଂଲଣ୍ଡ ମଧ୍ୟରେ ମୋଟେରାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ ମାତ୍ର ୨ ଦିନରେ ଶେଷ ହୋଇଥିଲା ।

ଅନ୍ତିମ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ବ୍ୟାଟିଂ କରିଥିବା ଭାରତ ୩୬୫ ରନ କରିବା ସହିତ ଇଂଲଣ୍ଡକୁ ୧୬୦ ରନର ଲିଡ୍‌ ଦେଇଥିଲା । କିନ୍ତୁ ଦ୍ବିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୫୪.୫ ଓଭରରେ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଡାନିଏଲ ଲୋରିନ୍ସ ସର୍ବାଧିକ ୫୦ ରନ କରିଥିଲେ । ଅଧିନାୟକ ଜୋ ରୁଟ୍‌ ମାତ୍ର ୩୦ ରନ କରି ଆଉଟ ହୋଇଥିଲେ । ଏହା ସହିତ ଓଲି ପପ୍‌ ୧୫ ଏବଂ ବେନ୍‌ ଫୋକ୍‌ସ ୧୩ ରନ କରିଥିଲେ । ଇଂଲଣ୍ଡର ୭ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ମଧ୍ୟ କରିପାରିନଥିଲେ ।  

   Related Posts