Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବିନା ଅନୁମତିରେ ପାକିସ୍ତାନ ଗଲା ଭାରତୀୟ କବାଡି ଟିମ୍‌- ଦେଖା ଦେଲାଣି ବିବାଦ

10/02/2020 at 5:32 PM

ଲାହୋର ୧୦।୦୨: ବିନା ଅନୁମତିରେ ପାକିସ୍ତାନ ଗସ୍ତ । ଭାରତୀୟ କବାଡ ଦଳ ବିଶ୍ବ କବାଡି ଚମ୍ପିଆନସିପ୍‌ରେ ଭାଗ ନେବାକୁ ପାକିସ୍ତାନ ଗସ୍ତ କରିଛି । ଭାରତୀୟ ଦଳ ପାକିସ୍ତ ଗସ୍ତ କରିବା ପୂର୍ବରୁ କୌଣସି ମହାସଂଘ ବା ଖେଳ ବିଭାଗର ଅନୁମତି ନେଇନାହିଁ । ଯାହାକୁ ନେଇ ବିବାଦ ଦେଖାଦେଲାନି । ତେବେ ସମସ୍ତ ବିଭାଗ ଓ ମହାସଂଗ କହୁଛନ୍ତି ଯେ, ପାକିସ୍ତାନ ଗସ୍ତ ପାଇଁ ଆମେ କୌଣସି ଦଳକୁ ଅନୁମତି ଦେଇନାହୁଁ , ତେବେ ଦଳ ପାକିସ୍ତାନ ଗସ୍ତ କଲା କିପରା ।

ପାକିସ୍ତାନରେ ବିଶ୍ବ କବାଡି ଚମ୍ପିଆନସିପ୍‌ ସୋମବାର ଠାରୁ ଆରମ୍ଭ ହେଉଛି । ଲାହୋର ବ୍ୟତୀତ ଅନ୍ୟ କିଛି ସ୍ଥାନମାନଙ୍କରେ ମ୍ୟାଚ୍‌ସବୁ ଖେଳାଯିବ । ତେବେ ଭାରତୀୟ କବାଡି ଓ୍ବାଘା ବର୍ଡର ଦେଇ ପାକିସ୍ତାନ ଗସ୍ତ କରିଛି । ଓ୍ବାଘା ବର୍ଡରେ ଭାରତୀୟ ସୀମ ଅତିକ୍ରମ କରିବା ପରେ ସେମାନଙ୍କ ପାକିସ୍ତାନ କବାଡି ସଂଘ ସ୍ବାଗତ କରିଥିଲା । ଏବଂ କଡା ସୁରକ୍ଷା ବଳୟ ମଧ୍ୟରେ ଲାହୋର ଏକ ହୋଟେଲକୁ ନିଆଯାଇଛି । ଯେଉଁଠାରେ ପାକିସ୍ତାନର ଖେଳମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିଛନ୍ତି ।

ତେବେ ଭାରତର ଯେକୌଣସି ଦଳ ଯଦି ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛି । ତେବେ ଦଳର ଗସ୍ତ ନେଇ ସଂଘ ଖେଳ ବିଭାଗକୁ ଜଣାଇବ । ପରେ ବିଦେଶ ମନ୍ତ୍ରାଳୟ , ତାପରେ ସୁରକ୍ଷା ଦୃଷ୍ଟିରୁ ଗୃହ ବିଭାଗକୁ ଜଣାଇବା ଉଚିତ । ଯାହାକି ଭାରତୀୟ ନିୟମଅନୁସାରେ ରହିଛି । ତେବେ ପାକିସ୍ତାନ ଗସ୍ତ କରିଥିବା ଏହି ଭାରତୀୟ କବାଡି ଦଳ କାହାରି ଅନୁମତି ନେଇନାହିଁ ।

ଭାରତୀୟ କବାଡି ମହାସଂଘର ଅଧ୍ୟକ୍ଷ କହିଛନ୍ତି ଯେ,ପାକିସ୍ତାନ ଗସ୍ତ କରିବାକୁ କୌଣସି ଟିମ୍‌କୁ ଅନୁମତି ଦିଆଯାଇନାହିଁ, କି ଗସ୍ତ ବିଷୟରେ ମହାସଂଘକୁ କିଛି ଜଣାନାହିଁ । ତେଣୁ ଗସ୍ତ କରିଥିବା ଟିମ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts