ନୂଆ ଜର୍ସି ପିନ୍ଧି ଫଟୋ ସେୟାର କଲେ ଭାରତୀୟ ଖେଳାଳି : ଆସନ୍ତାକାଲି ଇଂଲଣ୍ଡ ମ୍ୟାଚରେ ଭାରତୀୟ ଟିମ୍ ପିନ୍ଧିବ ଅରେଞ୍ଜ ଜର୍ସି

Published By : Prameya-News7 Bureau | June 29, 2019 IST

ମଞ୍ଚେଷ୍ଟର ୨୯/୬ : ଭାରତୀୟ ଖେଳାଳିଙ୍କୁ ଶନିବାର ଦିନ ପ୍ରଥମଥର ପାଇଁ ନୂଆ ଜର୍ସିରେ ଦେଖିବାକୁ ମିଳିଥିଲା । ଭାରତୀୟ ଖେଳାଳି ନୂଆ ଜର୍ସି ପିନ୍ଧି ଫଟୋ ସୋଶିଆଲ ମିଡିଆରେ ସେୟାର କରିଥିଲେ । ଧୋନି, କୋହଲି, ସାମୀଙ୍କ ସମେତ ଅନ୍ୟ ଖେଳାଳି ପ୍ରଥମଥର ପାଇଁ ନାରଙ୍ଗି ଓ ନୀଳ ରଙ୍ଗ ଜର୍ସି ପିନ୍ଧି ଫଟୋ ସେୟାର କରିଥିଲେ । ଆଇସିସି କ୍ରିକେଟ ବିଶ୍ୱକପ ଟ୍ୱିଟର ପେଜରେ ଖେଳାଳିଙ୍କ ଫଟୋ ସେୟାର କରିଛି ।

{"id":128405}

ନୂଆ ଜର୍ସି ଡିଜାଇନ କରିଥିବା କମ୍ପାନୀ କହିବାନୁଯାୟୀ, ଚଳିତ ବର୍ଷ ଏକ ଦିବସୀୟ ଏବଂ ବିଦେଶ ଗସ୍ତ କିଟ ପାଇଁ ଯୁବପିଢୀଙ୍କୁ ଧ୍ୟାନରେ ରଖି ଏହାକୁ ଡିଜାଇନ କରାଯାଇଛି । ଏହା ଭାରତୀୟ ଖେଳାଳିଙ୍କ ସ୍ୱଭାବ ଦର୍ଶାଉଛି । ପ୍ରେସ ରିଲିଜରେ କୁହାଯାଇଛି ଯେ, ପୁରୁଣା କିଟ ଭଳି ଏଥିରେ ମଧ୍ୟ ଖେଳାଳିଙ୍କ ଫ୍ଲେକ୍ସିବିଲିଟି ପ୍ରତି ଧ୍ୟାନ ଦିଆଯାଇଛି । ଏହାସହ ଏହି ଜର୍ସିକୁ ହାଲୁକା ଭାବେ ତିଆରି କରାଯାଇଛି, ଯେଉଁଥିପାଇଁ ଖେଳାଳି ପଡିଆରେ ସବୁବେଳେ ନୁଜକୁ ସତେଜ ଅନୁଭବ କରିବେ ।  

{"id":128406}

ଆଇସିସି ନିୟମ ଅନୁଯାୟୀ, ଯେତେବେଳେ ଏମିତି ଦୁଇଟି ଟିମ ମଧ୍ୟରେ ମୁକାବିଲା ହେବ ଯାହାର ଜର୍ସିର ରାଙ୍କ ଏକ ଭଳି ସେଥିରେ ଅନ୍ୟ ଟିମ ଅଲ୍ଟରନେଟ ଜର୍ସି ପିନ୍ଧି ଖେଳିପାରିବେ । ଜୁନ ୩୦ରେ ହେବାକୁ ଥିବା ଭାରତ ଇଂଲଣ୍ଡ ମ୍ୟାଚରେ ଉଭୟ ଭାରତ ଓ ଇଂଲଣ୍ଡ ଟିମର ଜର୍ସିର ରଙ୍ଗ ନୀଳ । ଏଥିପାଇଁ ଭାରତ ଅଲ୍ଟରନେଟ ଜର୍ସି ବ୍ୟବହାର କରିବ ।

{"id":128407}

ଭାରତ ଆଫଗାନିସ୍ତାନ ମ୍ୟାଚରେ ଆଫଗାନିସ୍ତାନ ନୀଳ ଜର୍ସି ବଦଳରେ ଅଲ୍ଟରନେଟ ଜର୍ସି ପିନ୍ଧିଥିଲା । ଠିକ ସେହିଭଳି ଦକ୍ଷିଣ ଆଫ୍ରିକା ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାବେଳେ ହଳଦିଆ ରଙ୍ଗର ଜର୍ସି ପିନ୍ଧିଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାର ପାରମ୍ପରିକ ଜର୍ସି ସବୁଜ ରଙ୍ଗର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.