Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଶ୍ବକପ୍ ପାଇଁ ଇଂଲଣ୍ଡ ଗଲା ଟିମ୍ ଇଣ୍ଡିଆ, ସଫଳତା ପାଇଁ ବିରାଟ ବାହିନୀକୁ ସାରା ଦେଶର ଶୁଭେଚ୍ଛା

22/05/2019 at 10:25 AM

ମୁମ୍ବାଇ ୨୨|୫:  ଟିମ୍ ଇଣ୍ଡିଆର ବିଶ୍ୱକପ ଅଭିଯାନ । ୨୦୧୯ ଆଇସିସି କ୍ରିକେଟ୍ ବିଶ୍ୱକପ ପାଇଁ ଇଂଲଣ୍ଡ ଗସ୍ତ କରିଛି ଭାରତୀୟ କ୍ରିକେଟ୍ ଦଳ । ବିପକ୍ଷ ଦଳର ଦୁର୍ବଳତା ନୁହେଁ, ବରଂ ନିଜ ଦଳର ଷ୍ଟ୍ରଙ୍ଗ ପଏଂଟକୁ ନେଇ ଲଢ଼େଇ କରିବ ଟିମ୍ ଇଣ୍ଡିଆ । ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପଡ଼ିଆରେ ଖେଳାଳିମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ରହିବ ।

ଇଂଲଣ୍ଡ ପାଇଁ ଦଳର ଗସ୍ତ ପୂର୍ବରୁ ଏପରି କିଛି ମନ୍ତ୍ର ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ବିଶ୍ୱକପରେ ହାଇଭୋଲଟେଜ୍ ମ୍ୟାଚଗୁଡ଼ିକରେ ଚାପଗ୍ରସ୍ତ ନହେବା ଉପରେ ସେ ଜୋର ଦେଇଛନ୍ତି ।  ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଲଢ଼େଇ ନେଇ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି ।

ପ୍ରତି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, ପ୍ରତି ବିପକ୍ଷ ଦଳକୁ ଗୁରୁତ୍ୱର ସହ ନେଇ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଖେଳାଳିମାନଙ୍କୁ ପଡ଼ିଆରେ ଲଢ଼ୁଆ ମନୋଭାବ ସହ ପ୍ରତିପକ୍ଷ ଟିମକୁ କଡ଼ା ଟକ୍କର ଦେବାକୁ ସେ ପରାମର୍ଶ ଦେଇଛନ୍ତି ।  ମେ ୩୦ରୁ ଇଂଲଣ୍ଡରେ ଦ୍ୱାଦଶ ବିଶ୍ୱକପ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଭାରତ ଜୁନ୍ ୫ରୁ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହିଦିନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ଜୁନ୍ ୧୬ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଅନୁଷ୍ଠିତ ହେବ ଭାରତର ହାଇପ୍ରୋଫାଇଲ ମ୍ୟାଚ୍ । ଜୁଲାଇ ୧୪ରେ ଲର୍ଡସରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

   Related Posts