ବିଶ୍ବକପରେ ଭଲ ପ୍ରଦର୍ଶନ ପାଇଁ ଟିମ ଇଣ୍ଡଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କୋହଲିଙ୍କ ବଦଳରେ ଏହି କ୍ୟାପଟେନଙ୍କୁ କଲେ ଭୁରି ଭୁରି ପ୍ରଶଂସା…

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଲୀ୧୭|୭:  ବିଶ୍ବକପ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଟିମ ଠାରୁ ହାରିବା ପରେ ଟିମ ଇଣ୍ଡିଆର ମୁଖ୍ୟ  କୋଚ ରବି ଶାସ୍ତ୍ରୀଙ୍କୁ ସମାଲୋଚନର ଶିକାର ହେବାକୁ ପଡ଼ିଥିଲା। ପୁଣି ୨୦୧୯ ବିଶ୍ବକପ ମ୍ୟାଚରେ ବାଉଣ୍ଡ୍ରି ଆଧାରରେ ଇଂଲଣ୍ଡ ଟିମକୁ ଆଇସିସି ବିଜେତା ବୋଲି ଘୋଷଣା କରିଥିଲେ । ଆଇସିସିର ଏହି ନିୟମକୁ ନେଇ  କ୍ରିକେଟପ୍ରେମୀ , ଅଭିନେତା ଓ ପୂର୍ବତନ କ୍ରିକେଟରମାନେ ସମାଲୋଚନା କରିଥିଲେ।

wp:core-embed/twitter {"url":"https://twitter.com/RaviShastriOfc/status/1151246831311101952","type":"rich","providerNameSlug":"twitter","className":""}
https://twitter.com/RaviShastriOfc/status/1151246831311101952
/wp:core-embed/twitter

ବହୁ ବାଦ ବିବାଦରେ ଚଳିତ ବିଶ୍ବକପ ଖେଳ ସମାପ୍ତ ହୋଇଛି। ଏହି ସମୟରେ ଭାରତୀୟ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ବିଶ୍ବକପ ମ୍ୟାଚରେ ଓ୍ବିଲିୟମସନ ନିଜର ଦକ୍ଷତା ସମସ୍ତଙ୍କ ସାମ୍ନାରେ ପ୍ରତିପାଦନ କରିଛନ୍ତି। ରବି ଶାସ୍ତ୍ରୀ  ଓ୍ବିଲିୟମସନଙ୍କୁ ପ୍ରଶଂସା କରି ଟ୍ବିଇଟରେ ଲେଖିଛନ୍ତି, ବିଶ୍ବକପରେ  ଓ୍ବିଲିୟମସନଙ୍କ ଦକ୍ଷତା ଓ ନେତୃତ୍ବ ସବୁଦିନ ପାଇଁ ମନେ ରିହିବ।

 ଆହୁରି ମଧ୍ୟ ଲେଖିଛନ୍ତି, ତମ ଦକ୍ଷତା  ଓ ଶାନ୍ତି ପାଇଁ ୪୮ ଘଣ୍ଟା ପରେ ଜାଣିବ ତମେ କଣ ପାଇଲ?  ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ ଦକ୍ଷତା ଓ ଦମଦାର ପ୍ରଦର୍ଶନ  ପାଇଁ  ନିଜ ଟିମକୁ ଫାଇନାଲ ମ୍ୟାଚରେ ପହଞ୍ଚାଇଥିଲେ। ପୁରା ବାଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଶତକ ଓ ଦୁଇଟି ଅର୍ଧଶତକ ହାସଲ କରିବା ସହ ୫୭୮ ରନ ସଂଗ୍ରହ କରିଥିଲେ।ବିଶ୍ବକପରେ ଥିବା ସବୁ ଅଧିନାୟକଙ୍କ ଠାରୁ ଓ୍ବିଲିୟମସନ ଅଧିକ ଓ୍ବିକେଟ ହାସଲ କରିଛନ୍ତି।

 ସେଥିପାଇଁ ଓ୍ବିଲିୟମସଙ୍କୁ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ଆଇସିସି ଘୋଷଣା କରିଛି। ଭାଗ୍ୟସାଥ ନଦେବାରୁ ବିଶ୍ବକପ ହାତ ଛଡ଼ା ହୋଇଗଲା ବୋଲି ଅଭିଜ୍ଞ କ୍ରିକେଟରମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.