ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା : ଦଳକୁ ଫେରିଲେ ରୋହିତ ଶର୍ମା

Published By : Prameya-News7 Bureau | January 13, 2020 IST

ନୂଆଦିଲ୍ଲୀ ୧୩/୧: ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ ଟି-ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଶ୍ରୀଲଙ୍କା ସିରିଜରେ ବିଶ୍ରାମ ନେଇଥିବା ରୋହିତ ଶର୍ମା ଦଳକୁ ଫେରିଛନ୍ତି । ୱିକେଟ୍ କିପର ସଞ୍ଜୁ ସାମସନ ଦଳର ବାଦ୍ ପଡ଼ିଛନ୍ତି । ତାଙ୍କ ବଦଳରେ ରିଷଭ ପନ୍ଥ କିପିଂ କରିବେ । 

ଅଧିନାୟକ ବିରାଟ କୋହଲିଙ୍କ ସହ ଉପଅଧିନାୟକ ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ଥ, ଶିବନ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଯଶପ୍ରିତ ବୁମରାହା, ମହମ୍ମଦ ସାମି, ନବଦୀପ ସାଇନି, ରବୀନ୍ଦ୍ର ଜାଡେଜା ଏବଂ ସାର୍ଦ୍ଦୁଳ ଠାକୁର ଦଳରେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇ ଟିମ୍ ଇଣ୍ଡିଆ ୫ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ।ଏହାସହ ୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ ଟିମ୍ ଇଣ୍ଡିଆ । ତେବେ ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.