ଚୀନରେ ବ୍ୟାପୁଛି ରହସ୍ୟମୟ ସଂକ୍ରମଣ, ସାମ୍ନାକୁ ଆସିଲା ୧୪୦ ନୂଆ ମାମଲା, ଭାରତୀୟ ଶିକ୍ଷୟିତ୍ରୀବି ଆକ୍ରାନ୍ତ ସନ୍ଦେହ

Published By : Prameya-News7 Bureau | January 20, 2020 IST

ବୁହାନ : ଚୀନ ପୁଣି ଥରେ 'ସାର୍ସ' ଭଳି ଏକ ଭୟାନକ ଭୂତାଣୁ ସଂକ୍ରମଣର ଶିକାର ହୋଇଛି। ଫଳରେ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ ଜଣ ନୂଆ ସଂକ୍ରମିତ ହୋଇଥିବା ଅଧିକାରୀକ ଭାବେ କୁହାଯାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଜଣେ ଭାରତୀୟ ଶିକ୍ଷୟିତ୍ରୀ ବି ଅଛନ୍ତି। ଏହି ଭୂତାଣୁ ସଂକ୍ରମିତଙ୍କ ଲକ୍ଷଣ ଅତୀତରେ ହୋଇଥିବା ସାର୍ସ ଭୂତାଣୁ ସଂକ୍ରମଣ ସହ ସମାନ ହୋଇଥିଲେ ହେଁ ଆକ୍ରାନ୍ତଙ୍କ ବଞ୍ଚିବାର ପ୍ରତିଶତ ଅତ୍ୟନ୍ତ ନଗଣ୍ୟ ବୋଲି କୁହାଯାଇଛି।

{"id":213902,"width":578,"height":335,"sizeSlug":"large"}

ଚୀନ ସହର ବୁହାନ ଏବେ ଏହି ରହସ୍ୟମୟ ଭୂତାଣୁ ରେ ସଂକ୍ରମିତ ହୋଇଛି। ଏଠାରେ ଅବସ୍ଥାନ କରୁଥିବା ଜନୈକା ଭାରତୀୟ ଶିକ୍ଷୟିତ୍ରୀ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ଅନୁମାନ କରାଯାଉଥିଲା। ତେବେ ଡାକ୍ତରୀ ପରୀକ୍ଷଣ ପରେ ସେ ଷ୍ଟ୍ରେପ୍ଟୋକୋକଲ ସଂକ୍ରମଣର ଶିକାର ହୋଇଛନ୍ତି ବୋଲି ଜଣାପଡିଥିବା ତାଙ୍କ ସ୍ୱାମୀ ଅଂଶୁମାନ ଖୋବାଲ କହିଛନ୍ତି। ତେବେ ବୁହାନରେ ହେଉଥିବା ସଂକ୍ରମଣ 'କରୋନା ଭାଇରସ' ପରିବାରର। ଏଣୁ ଶିକ୍ଷୟିତ୍ରୀ ବି କୋରାନା ଭାଇରସ ସଂକ୍ରମିତ ହୋଇଥିବାର ପ୍ରଥମେ ଆଶଙ୍କା କରାଯାଉଥିବା ବେଳେ ନୂଆ ଭୂତାଣୁ ସଂକ୍ରମିତଙ୍କ ଲାଗି ହସ୍ପିଟାଲରେ କରାଯାଇଥିବା ଆଇସୋଲେଟେଡ କକ୍ଷରେ ତାଙ୍କର ଚିକିତ୍ସା ହେଉଥିଲା।

{"id":213903,"sizeSlug":"large"}

ତେବେ ଶିକ୍ଷୟିତ୍ରୀ କରୋନା ଭୂତାଣୁ ସଂକ୍ରମିତ ହୋଇନଥିବା ଜଣାପଡିବା ପରେ ଏବେ ପରିବାର ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। କରୋନା ଭାଇରସ ପରିବାର ଭୂତାଣୁଙ୍କର ଏକ ବିଶାଳ ସମୂହ। ତେବେ ଏଥିରୁ ୬ଟି ବିଷାଣୁ କେବଳ ମଣିଷଙ୍କୁ ଆକ୍ରାନ୍ତ କରେ। ୨୦୦୨-୦୩ରେ ଚୀନ ହଂକଂରେ ହୋଇଥିବା ସାର୍ସ ସଂକ୍ରମଣ ମଧ୍ୟ କରୋନା ଭାଇରସ ପରିବାରର। ଏହି ଭୂତାଣୁ ସଂକ୍ରମଣ ଯୋଗୁ ସେତେବେଳେ କେବଳ ଚୀନରେ ୬୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।

{"id":213907,"sizeSlug":"large"}

ତେବେ ଚୀନ ବୁହାନରେ ହେଉଥିବା ନୂଆ ସଂକ୍ରମଣ ଲାଗି ଭାରତ ସରକାରଙ୍କ ପକ୍ଷରୁ ବିଶେଷ ଆଡଭାଇଜରୀ ଜାରି କରାଯାଇଛି। ବିଶେଷ କରି ଚୀନ ଯାଉଥିବା ଓ ସେଠାରୁ ଆସୁଥିବା ଲୋକଙ୍କ ଲାଗି ଏହି ଆଡଭାଇଜରୀ ଜାରି ହୋଇଥିବା ବେଳେ ଏଥିଲାଗି ସତର୍କତା ଅବଲମ୍ବନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚୀନ ବୁହାନରେ ୫୦୦ ଭାରତୀୟ ଛାତ୍ର ଏବେ ଡାକ୍ତରୀ ପଢୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.