Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କୋଭାକ୍ସିନ-ସ୍ପୁଟନିକ ଟିକା ଉପରେ ନାହିଁ ଆମେରିକାର ବିଶ୍ୱାସ: ଏଠାରେ ପାଠ ପଢିବାକୁ ହେଲେ ପୁଣିଥରେ ନେବାକୁ ପଡିବ ଭାକସିନ୍

7/06/2021 at 12:27 PM

ନୂଆଦିଲ୍ଲୀ ୭/୬ : ଭାରତରେ ରହୁଥିବା ୨୫ ବର୍ଷୀୟ ମିଲୋନି ଦୋସି କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ କରିବାକୁ ଚାହୁଁଛନ୍ତି । ମିଲୋନି ଭରତ ବାୟୋଟେକ ଦ୍ୱାରା ପ୍ରସ୍ତୁତି ଟିକାର ଉଭୟ ଡୋଜ୍ ଟିକା ନେଇଥିଲେ । କିନ୍ତୁ ସମସ୍ୟା ହେଉଛି ମିଲୋନି ନେଇଥିବା ଟିକା WHOରୁ ଅନୁମୋଦନ ପାଇନାହିଁ । ସେଥିପାଇଁ ତାଙ୍କୁ କଲମ୍ବିଆ ୟୁନିଭରସିଟି କହିଛି ଯେ ଯେତେବେଳେ ସେ କ୍ୟାମ୍ପସରେ ଆସିବେ ସେତେବେଳେ ସେ ପୁଣିଥରେ ଭାକସିନ୍ ନେବେ ।

ତେବେ, ବର୍ତ୍ତମାନ ସୁଦ୍ଧା କୌଣସି ବିଶେଷଜ୍ଞ କିମ୍ବା ଡାକ୍ତର କହିନାହାଁନ୍ତି ଯେ ପୁନର୍ବାର ଟିକା ନେବା କେତେ ସୁରକ୍ଷିତ ହେବ । କେବଳ ମିଲୋନି ନୁହଁନ୍ତି, ମିଲୋନି ପରି ଏମିତି ଲକ୍ଷାଧିକ ଛାତ୍ରଛାତ୍ରୀ ଯିଏକି , କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍-ଭି ର ଉଭୟ ଡୋଜ ନେଇସାରିଛନ୍ତି ସେମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି । ଆମେରିକୀୟ ୱେବସାଇଟ୍ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଠାରୁ ଆମେରିକାର ୪୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଟିକା ନେବାକୁ ପଡିବ । ଏହାର କାରଣ ହେଉଛି ଏହି ଦୁଇଟି ଟିକା ଏପର୍ଯ୍ୟନ୍ତ WHO ରୁ ଅନୁମୋଦନ ପାଇନାହିଁ ।

   Related Posts