Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦେଶରେ ଫଶି ରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ: ଫେରାଇ ଆଣିବା ପାଇଁ ଚାଲିଛି ଜୋରଦାର ପ୍ରୟାସ…

17/03/2020 at 3:30 PM

ନୂଆଦିଲ୍ଲୀ୧୭/୩: କରୋନା ପାଇଁ ପୂରା ବିଶ୍ବରେ ପଡିଛି ହାହାକାର। ବିଦେଶରେ ଫଶି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛି।

ବିଶେଷକରି ଇରାନରେ ଫଶି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ  ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି। ଏହି ପିଟିସନ ଉପରେ ତତ୍‌କାଳୀନ ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ସହମତି ପ୍ରକାଶ କରିଛନ୍ତି।

ସେହିପରି ମଧ୍ୟପୂର୍ବରେ ଥିବା ଦେଶଗୁଡିକ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି ହୋଇଛି। ଅନ୍ୟପଟେ ଉତ୍ତରାଖଣ୍ଡ ସରକାର କୋରନା ଭାଇରସ୍‌କୁ ମହାମାରି ଭାବେ ଘୋଷଣା କରିଛି। ଥଣ୍ଡ, ଜ୍ବରରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ହେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ମଧ୍ୟ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି।

ସେହିପରି ପାକିସ୍ତାନରେ କରୋନ ଭାଇରସ୍‌ ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ହୋଇଛି। ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା ୧୯୫ କରୋନ ରୋଗୀ ଚିହ୍ନଟ ହୋଇଛନ୍ତି।

   Related Posts