ବିଦେଶରେ ଭାରତୀୟ ଛାତ୍ରୀଙ୍କୁ ଛୁରାମାଡ଼: ଟ୍ବିଟ୍ କରି ନମ୍ବର ଦେଲେ ବୈଦେଶିକ ମନ୍ତ୍ରୀ
24/01/2020 at 7:20 PM

ନୂଆଦିଲ୍ଲୀ୨୪/୧: ବିଦେଶରେ ଭାରତୀୟ ଛାତ୍ରୀଙ୍କୁ ଛୁରା ମାଡ଼ କରିଛି ଜଣେ ଅଜଣା ଦୁର୍ବୃତ୍ତ। ଏ ସଂପର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଙ୍କର ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ କାନାଡ଼ା ଟୋରୋଣ୍ଟୋରେ ଜଣେ ଭାରତୀୟ ଛାତ୍ରୀ ଅଞ୍ଚେଲ୍ ଅଲବର୍ଟଙ୍କୁ ଆକ୍ରମଣ ହୋଇଛି। ସେ ଗୁରୁତର ଆଘାତ ପାଇଛନ୍ତି। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭିସା ଦେବାରେ ବୈଦେଶିକ ମନ୍ତ୍ରୀ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏସ୍ ଜୟଙ୍କର ଟ୍ବିଟ୍ରେ ଲେଖିଛନ୍ତି ଯେ କୌଣସି ଅସୁବିଧା ହେଲେ ତୁରନ୍ତ +୯୧୯୮୭୩୯୮୩୮୮ ନମ୍ବରରେ ଯୋଗାଯୋଗ କରିବେ।
ପୋଲିସ୍ର ସୂଚନା ଅନୁସାରେ ବୁଧବାରରେ ଟୁରୋଣ୍ଟୋରେ ଭାରତୀୟ ଛାତ୍ରୀଙ୍କୁ ଛୁରା ମାଡ଼ କରାଯାଇଥିଲା।ତାମିଲନାଡ଼ୁର ମୂଳ ବାସିନ୍ଦା ହେଉଛନ୍ତି ଛାତ୍ରୀ ଲାଞ୍ଚେଲ ଅଲବର୍ଟ। କାନାଡ଼ାର ୟର୍କ ବିଶ୍ବ ବିଦ୍ୟାଳୟରେ ଛାତ୍ରୀ ଅଞ୍ଚେଲ୍ ପାଠ ପଢ଼ନ୍ତି। ତାଙ୍କ ସଂପର୍କୀୟଙ୍କ ଘରକୁ ଯିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଥିଲା।
ଟୋରେଣ୍ଟୋ ପୋଲିସର ସୂଚନା ଅନୁସାରେ ଗତ ବୁଧବାର ସକାଳ ୧୦ଟାରେ ଛାତ୍ରୀଙ୍କୁ ଛୁରା ମାଡ଼ କରାଯାଇଥିଲା। ଲିଚ୍ ଏବିନ୍ୟୁ ଓ ଅସିନାବିଓନ ରୋଡ଼ ନିକଟରେ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଥିଲା। ଛୁରାମାଡ଼ କରିଥିବା ଯୁବକକୁ ଧରିବା ପାଇଁ ଟୋରୋଣ୍ଟୋ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।