ଭାରତୀୟ ଛାତ୍ର ଆବିଷ୍କାର କଲେ ବିଜୁଳି ଅପଚୟ ରୋକିବାର ଉପାୟ : ବିଶ୍ବସ୍ତରରେ ହେଉଛି ଭୁରିଭୁରି ପ୍ରଶଂସା

Published By : Prameya-News7 Bureau | May 28, 2019 IST

ଜୟପୁର ୨୮/୫: ସବୁବେଳେ ଭାରତୀୟମାନେ ଏପରି କିଛି ଭିନ୍ନ କାମ କରିଥାଆନ୍ତି ଯାହା ଦ୍ବାରା ସମଗ୍ର ବିଶ୍ବରେ ତାଙ୍କୁ ଖ୍ୟାତି ମିଳିଥାଏ। ନିକଟରେ ଭାରତର ଜଣେ ଛାତ୍ର କିଛି ଏପରି କାମ କରି ଦେଖାଇଛନ୍ତି ଯାହା ଫଳରେ ତାଙ୍କ ଚର୍ଚ୍ଚା ସମଗ୍ର ବିଶ୍ବରେ ହେଉଛି।

{"id":116917,"width":595,"height":396}

ଦୁବାଇରେ ରହୁଥିବା ଜଣେ ଭାରତୀୟ ଛାତ୍ର ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ବିଜ୍ଞାନ ମେଳା ପ୍ରତିଯୋଗିତାର ଫାଇନାଲରେ ସ୍ଥାନ ପାଇଥିବା ୧୦୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଶୀର୍ଷତମ ସ୍ଥାନ ପ୍ରାପ୍ତ କରିଥିଲେ। ଏହି ସ୍ଥାନ ତାଙ୍କୁ ବିଜୁଳିର ଅପଚୟକୁ ରୋକିବା ପାଇଁ ଏବଂ ଷ୍ଟ୍ରିଟ ଲାଇଟକୁ ସ୍ମାର୍ଟ କରିବା ପାଇଁ ପ୍ରଥମ ସ୍ଥାନ ମିଳିଛି।

{"id":116918,"width":596,"height":338}

ସୂଚନା ଅନୁଯାୟୀ ଦୁବାଇରେ ଭାରତୀୟ ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଶାମିଲ କରିମ ଏପରି କରି ଦେଖାଇଛନ୍ତି। ଶାମିଲଙ୍କ ଘର ଭାରତର ଚେନ୍ନାଇରେ। ଏଥିପାଇଁ ତାଙ୍କୁ ଗୁଗଲ ଫେୟାର ସାଇନ୍ସ କଣ୍ଟେଷ୍ଟ ପାଇଁ ମନୋନୀତ କରାଯାଇଛି। ଏହି ପ୍ରତିଯୋଗିତାରେ ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଭାଗ ନେଉଛନ୍ତି।

{"id":116919,"width":594,"height":476}

ଏଥିରେ ଶାମିଲ ନିଜ ସ୍ଥାନ ସୃଷ୍ଟି କରିବା ପାଇଁ ସଫଳତା ହାସଲ କରିଛନ୍ତି। ତାଙ୍କ ପ୍ରୋଜେକ୍ଟଟି ହେଉଛି ଯଦି କୈାଣସି ବ୍ୟକ୍ତି  କିମ୍ବା କାର ରାସ୍ତାରୁ ଅତିକ୍ରମ କରୁଛନ୍ତି  ତେବେ ଆଗ ରାସ୍ତାରେ ଆଲୋକ ଆପେଆପେ ଉଜ୍ଜ୍ବଳ ହୋଇଯାଇଥାଏ,ଏବଂ ତାଙ୍କ ପଛପଟେ ରାସ୍ତାରେ ଆଲୋକ ଧିମା ହୋଇଯାଇଥାଏ।

{"id":116920,"width":596,"height":402}

ଯାହା ଫଳରେ ବିଜୁଳି ସଞ୍ଚୟରେ ଅତ୍ୟନ୍ତ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଶାମିଲ ମହଙ୍ଗା ଇନଫ୍ରାରେଡ ମୋଶନ ଡିଟେକ୍ଟର ବ୍ୟବହାର କରିବା ପରିବର୍ତ୍ତେ ଫଟୋ ରେଜିଷ୍ଟାର ବ୍ୟବହାର କରିଛନ୍ତି ଯାହା ଫଳରେ ଅତିକ୍ରମ କରୁଥିବା କାରକିମ୍ବା ଲୋକଙ୍କୁ ସହଜରେ ଏହା ଜଣା ପଡ଼ିବ।

{"id":116921,"width":597,"height":318}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.