Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆମେରିକାରେ ଭାରତୀୟ ଯୁବତୀଙ୍କ ସହ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା, ଅଭିଯୁକ୍ତ ଗିରଫ

26/11/2019 at 8:01 PM

ଓ୍ବାସିଙ୍ଗଟନ୍‌୨୬/୧୧: ଆମେରିକାର ଚିକାଗୋରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତ ଛାତ୍ରୀଙ୍କ ଘର ହାଇଦ୍ରାବାଦରେ । ସେ ଆମେରିକାର ଚିକାଗୋ ୟୁନିର୍ଭସିଟିରେ ମେଡିକାଲ ପାଠ ପଢ଼ୁଥିଲେ। ଗତ ଶନିବାରରେ ଯୁବତୀଙ୍କୁ ଦୁଷ୍କର୍ମ କରି କଲେଜ କ୍ୟାମ୍ପସ ବାହାରେ ଥିବା ଏକ ଗ୍ୟାରେଜରେ ଅଭିଯୁକ୍ତ ଫିଙ୍ଗି ଦେଇଥିଲା। ଏହି ଘଟଣାରେ ଆମେରିକାର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁସାରେ ଅଭିଯୁକ୍ତ ଡୋନାଲଡ୍‌ ଥ୍ରୁମ୍ୟାନକୁ ପୋଲିସ ଗିରଫ କରିଛି। ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ତାଙ୍କ ସହ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଡାକ୍ତର କହିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ତାଙ୍କ ଝିଅ ଘରକୁ ଫୋନ କରି ନ ଥିଲେ। ତେଣୁ ତାଙ୍କ ସଂପର୍କୀୟ କଲେଜ କର୍ତ୍ତୁପକ୍ଷଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲେ। ଏପରିକି ତାଙ୍କ ଝିଅ ନିଖୋଜ ରିପୋର୍ଟ ଥାନାରେ ଦାଖଲ କରିଥିଲେ। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ କଥାକୁ ଗୁରୁତର ସହ ନେବା ସହ କଲେଜ କର୍ତ୍ତୁପକ୍ଷ କଲେଜ କ୍ୟାମ୍ପସରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ।

ଗତ ଶୁକ୍ରବାର ଦିନ୧:୩୫ ମିନିଟ୍‌ ଅଭିଯୁକ୍ତ ଛାତ୍ରୀଙ୍କ ପିଛା କରୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ଥିଲା। ସିସିଟିଭି ଫୁଟେଜ ଆଧାରରେ ଆମେରିକା ପୋଲିସ ଯାଞ୍ଚ କରିଥିଲା। ଏହା ପରେ କଲେଜ ପରିସର ଓ ବାହାରେ ଖୋଜାଖୋଜି କରିବା ପରେ ବାହାରେ ଥିବା ଗ୍ୟାରେଜରୁ ମୃତ କଲେଜ ଛାତ୍ରୀଙ୍କ ଶବ ଠାବ କରାଯାଇଥିଲା। ଏହାପରେ ଆମେରିକାର ବ୍ଲୁ ଲାଇନ ଷ୍ଟେସନ ନିକଟରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

   Related Posts