Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଦୁବାଇର ଏକ ଆପାର୍ଟମେଣ୍ଟରୁ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

14/12/2018 at 8:21 PM

ଦୁବାଇ ୧୪|୧୨: ଦୁବାଇର ଏକ ଆପାର୍ଟମେଣ୍ଟରୁ ୨୨ବର୍ଷୀୟ ଭାରତୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ହିମାଂଶୁ ଶର୍ମା । ଦୁବାଇରୁ ୧୪କିଲୋମିଟର ଦୂର ଗାରହୁଡ ସ୍ଥିତ ଏକ ଆପାର୍ଟମେଣ୍ଟରୁ ହିମାଂଶୁଙ୍କ ମୃତଦେହ ମିଳିଛି । ସେ ଜଣେ ଗିଟାର ବାଦକ ଭାବେ ଜଣାଶୁଣା ଥିଲେ । ଦୁବାଇ ପୋଲିସ ହିମାଂଶୁଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛି । ପୋଲିସ ମୃତଦେହ ଜବତ କରି ଫୋରେନସିକ ଯାଞ୍ଚ ପାଇଁ ପଠାଇଛି । ପୋଲିସ ଘଟଣାର ଯାଞ୍ଚ କରୁଛି ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫୋରେନସିକ ଯାଞ୍ଚରେ ହିମାଂଶୁଙ୍କ ମୃତ୍ୟୁରେ କିଛି ବି ଅସାମାନ୍ୟ ନଥିଲା । ପୋଲିସ କହିଛି ଯେ ଜରୁରୀ କାଗଜ ପତ୍ର କାମ ପରେ ହିମାଂଶୁଙ୍କ ମୃତଦେହ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ।
ହିମାଂଶୁ ଦୁବାଇରେ ମଣିପାଲ ଏକାଡେମୀ ଅଫ୍ ହାୟର‌ ଏଜୁକେସନରେ ବାସ୍ତୁଶାସ୍ତ୍ରର ୫ମ ବର୍ଷର ଛାତ୍ର ଥିଲେ । ବ୍ୟାଣ୍ଡ ମେଟଲ ହେଡ୍ ର ସଦସ୍ୟ ଥିଲେ । ସେ ଗିଟାର ବାଦନ ପାଇଁ ଯୁବପିଢି ମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ ।

   Related Posts