Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଚୀନକୁ ତାରି ଭାଷାରେ ମିଳିବ ଜବାବ: ପୂର୍ବ ଲଦାଖରେ ଆହୁରି ବଢାଯାଉଛି ସୈନିକ ସଂଖ୍ୟା, ସମାଧାନ ନହେବା ଯାଏଁ ଇଞ୍ଚେ ବି ପଛକୁ ହଟିବେନି ଯବାନ

29/05/2020 at 10:09 PM

ନୂଆଦିଲ୍ଲୀ ୨୯।୦୫: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ସୈନ୍ୟ ଚାପ ନୀତି ଉପରେ ଆଗକୁ ବଢୁଥିବା ଚୀନକୁ ତାରି ଭାଷାରେ ଜବାବ ଦେବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି। ସେନାର ଗତିରୋଧ ହେଉଥିବା ଅଞ୍ଚଳରେ ସୈନିକ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ହୋଇଛି। ସୂତ୍ର ମୁତାବକ ଏଲଏସିରେ ସ୍ଥିତିକୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଲଏସିକୁ ଅତିରିକ୍ତ ସୈନ୍ୟ ପଠାଇବା କାମ ଆରମ୍ଭ ମଧ୍ୟ ହୋଇ ଯାଇଛି।

ସୂତ୍ର ଅନୁଯାୟୀ, ତିନି ଚାରି ଦିନ ହେବ ଲଗାତାର ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଉଛି। ଏଲଏସିରେ ଚୀନର ଚାପ ପକାଇ ବିସ୍ତାରବାଦୀ ନୀତି ଉପରେ ଆଲୋଚନା ହୋଇଛି। ଏହା ପରେ ସ୍ଥିର ହୋଇଛି ଯେ, ଭାରତ ମଧ୍ୟ ନିଜ ସୀମାରେ ସୈନିକ ସଂଖ୍ୟା ବୃଦ୍ଧି କରିବ। ଯଦ୍ଵାରା ଚୀନର ସମ୍ଭାବିତ ଗତିବିଧିର ଦୃଢ ଜବାବ ଦିଆଯାଇ ପାରିବ। କିନ୍ତୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ ଯେ, ଭାରତୀୟ ସେନା ପକ୍ଷରୁ ଏମିତି କିଛି କରାଯିବ ନାହିଁ, ଯେଉଁଥିରେ ଉତ୍ତେଜନା ବଢିବ। କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ, ଭାରତ କୌଣସି ପ୍ରକାରର ଚାପରେ ଆସି ନିଜ ଅଞ୍ଚଳରେ ପଛଘୁଞ୍ଚା ଦେବ।

ସୈନିକ ସଂଖ୍ୟା ହେବ ବରାବର

ଜଣେ ଅଧିକାରୀ କହିଛନ୍ତି, ଯେବେ ଚୀନ ନିଜର ସୈନିକଙ୍କ ସଂଖ୍ୟା ବଢାଇବା ଆରମ୍ଭ କଲା, ଏହା ପରେ ଆମ ପକ୍ଷରୁ ମଧ୍ୟ ବରାବର ସୈନିକ ମୁତୟନ କରିବାକୁ ଚେଷ୍ଟା କରାଯାଇଛି। ରିଜର୍ଭ ଫୋର୍ସକୁ ଆଗକୁ ପଠାଇବା କାର୍ଯ୍ୟ ଆରମ୍ଭ କରାଯାଇଛି। ସ୍ଥିତିକୁ ସମୀକ୍ଷା କରିବା ପରେ ସୀମାରେ ଆହୁରି ସୈନିକ ସଂଖ୍ୟା ବଢାଇବା ଉଚିତ୍ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପରିସ୍ଥିତିରେ ସୁଧାର ନାହିଁ

ସୂତ୍ର ଅନୁଯାୟୀ, ବୁଧବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିଲ୍ଲୀରେ ହୋଇଥିବା ଆର୍ମି କମାଣ୍ଡର ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜଣେ ଅଧିକାରୀ କହିଛନ୍ତି ଏଲଏସିରେ ପୂର୍ବପରି ଉତ୍ତେଜନାମୂଳକ ସ୍ଥିତି ରହିଛି। କିନ୍ତୁ ଉତ୍ତେଜନା ବଢିବା ପରି ସେମିତି କିଛି ଘଟଣା ଘଟିନାହିଁ। ମାତ୍ର ଚୀନ ସୈନିକ ଏବେ ମଧ୍ୟ ପୂର୍ବ ଲଦାଖରେ ପଛକୁ ହଟି ନାହାନ୍ତି।

ସମାଧାନ ନହେବା ପର୍ଯ୍ୟନ୍ତ ସୈନିକ ପଜିସନରେ ରହିବେ

କୂଟନୈତିକସ୍ତରରେ ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଛି। କିନ୍ତୁ ଯେ ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ନାହିଁ ସେ ପର୍ଯ୍ୟନ୍ତ ଭାରତୀୟ ସୈନିକ ମଧ୍ୟ ସେଠାରେ ଗୋଟେ ଇଞ୍ଚ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ। ପୂର୍ବ ଲଦାଖର ଅତି କମରେ ଚାରୋଟି ଅଞ୍ଚଳରେ ଦୁଇ ଦେଶର ସୈନିକ ମେ ୫ରୁ ପରସ୍ପର ଉପରେ ଆଖିରେ ଆଖି ମିଶାଇ ଛିଡା ହୋଇ ରହିଛନ୍ତି।

   Related Posts