Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଟିକ୍‌ଟକ୍‌ର ସୁପରଷ୍ଟାର : ଯାହାଙ୍କ ଫ୍ୟାନ୍ ଫଲୋଅର୍ସ କୌଣସି ବଲିଉଡ ଷ୍ଟାରଙ୍କଠୁ କମ୍ ନୁହେଁ

19/05/2020 at 7:21 PM

ମୁମ୍ବାଇ ୧୯/୫: ସୋସିଆଲ ମିଡିଆରେ ଭାରତୀୟ ଫିଲ୍ମ ଷ୍ଟାରଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଅନେକ। ଫେସବୁକ୍,ଟ୍ବିଟର ଏବଂ ଇନଷ୍ଟାଗ୍ରାମରେ ଭାରତୀୟ ଫିଲ୍ମ ଷ୍ଟାରଙ୍କୁ ଖୁବ୍ ପସନ୍ଦ କରାଯାଇଥାଏ। ସେହିପରି ଟିକଟକରେ ମଧ୍ୟ ଅନେକ ଭାରତୀୟ ଅଛନ୍ତି ସେମାନେ ଫିଲ୍ମ ଷ୍ଟାର ନହେଲେ ବି ତାଙ୍କୁ ଫିଲ୍ମ ଷ୍ଟାରଠୁ ଅଧିକ ପସନ୍ଦ କରାଯାଇଥାଏ।

ଟିକଟକ୍ ଏକ ସୋସିଆଲ୍ ମିଡିଆ ଆପ୍ଲିକେସନ୍ ଯାହା ଜରିଆରେ ସ୍ମାର୍ଟଫୋନ୍ ୟୁଜର ଛୋଟ ଛୋଟ ଭିଡିଓ କରି ସେୟାର କରି ପାରିବେ। ଗୁଗଲ୍ ପ୍ଲେ ଷ୍ଟୋରରୁ ଟିକଟକ୍ ଆପକୁ ଡାଉନଲୋଡ କରାଯାଇ ପାରିବ। ଆସନ୍ତୁ ଜାଣିବା ଟିକଟକର ସେହି ଭାରତୀୟ କଳାକାରଙ୍କ ବିଷୟରେ ଯେଉଁମାନେ ଝଡ଼ ସୃଷ୍ଟି କରିଛନ୍ତି।

 ୧. ରିୟାଜ ଅଲ୍ଲୀ : ଟିକଟକରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଭାରତୀୟଙ୍କ ତାଲିକାରେ ରିୟାଜ ଅଲ୍ଲୀଙ୍କ ନାଁ ସବୁଠୁ ଆଗରେ ରହିଛି। ରିୟାଜଙ୍କ ଜନ୍ମ ୨୦୦୩ମସିହାରେ ସେପ୍ଟେମ୍ବର ୧୪ତାରିଖରେ ଭୁଟାନରେ ହୋଇଥିଲା। ବର୍ତ୍ତମାନ ରିୟାଜ ତାଙ୍କ ବାପା ମାଆଙ୍କ ସହ ମୁମ୍ବାଇରେ ରହୁଛନ୍ତି।

୨.ଫୈଜଲ୍ ଶେଖ୍ : ଟିକଟକରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଭାରତୀୟଙ୍କ ଲିଷ୍ଟରେ ଦ୍ବିତୀୟ ନମ୍ବରରେ ଫୈଜଲ୍ ​‌ଶେଖ୍ ଅଛନ୍ତି। ତାଙ୍କ ଫ୍ୟାନ୍‌ ତାଙ୍କୁ ମିଷ୍ଟର ଫୈଜୁ ନାଁରେ ଜାଣନ୍ତି। ଫୈଜଲ୍ ଟିକଟକ୍ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ନିକଟରେ ୟୁଟ୍ୟୁବରେ ତାଙ୍କର ମ୍ୟୁଜିକ୍ ଭିଡିଓ ‘ବେଓ୍ବଫାଇ’ ରିଲିଜ କରାଯାଇଥିଲା। ଯାହାକୁ ୪ସପ୍ତହରେ ୩୦ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି।  

୩. ଅରଶିଫା ଖାନ୍ : ଷ୍ଟାର ପ୍ଲସର ଟେଲିଭିଜନ୍ ଶୋ ‘ଏକ ବୀର କି ଅରଦାସ ବୀରା’ରେ ଗୁଞ୍ଜନ ଭୂମିକାରେ ଅଭିନୟ କରିଥିବା ଅର୍ଶିଫା ଖାନ୍ ଏହି ତାଲିକାରେ ତୃତୀୟ ନମ୍ବରରେ ଅଛନ୍ତି। ଟିକଟକରେ ତାଙ୍କୁ ପାଖାପାଖି ୨୬.୬ମିଲିୟନ୍ ଲୋକ ଫଲୋ କରୁଛନ୍ତି। ଅର୍ଶିଫାଙ୍କ ଜନ୍ମ ୨୦୦୩ମସିହା ଅପ୍ରେଲ୍ ୩ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଶାହାଜାହାନପୁରରେ ହୋଇଥିଲା। ତାଙ୍କ ପ୍ରିୟ ଅଭିନେତା ସଲମାନ ଖାନ୍।

୪. ଜନ୍ନତ ଜୁବୈର ରେହମାନୀ : ‘ଲଭ କା ଦି ଏଣ୍ଡ’ ଏବଂ ‘ହିଚକି’ ଫିଲ୍ମରେ କାମ କରିଥିବା ଜନ୍ନତ ଜୁବୈର ରେହମାନୀ ଜରେ ଲୋକପ୍ରିୟ ଅଭିନେତ୍ରୀ। ଜନ୍ନତ ‘ଦିଲ ମିଲ ଗୟେ’,‘ମାଟି କି ବାନୋ’ ଏବଂ ‘ଫୁଲଓ୍ବା’ ଭଳି ଟେଲିଭିଜନ୍ ଶୋ ରେ ମଧ୍ୟ ଅଭିନୟ କରି ସାରିଛନ୍ତି।  ଟିକଟକରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଭାରତୀୟଙ୍କ ତାଲିକାରେ ଜନ୍ନତ ଚତୁର୍ଥ ସଂଖ୍ୟାରେ ଅଛନ୍ତି।

୫. ନିଶା ଗୁରଗୈନ : ନିଶା ଗୁରଗୈନ ଜଣେ ଉଦୀୟମାନ ଭାରତୀୟ ଟିକଟକ୍ ଷ୍ଟାର। ‘ମୁଝେ ୟାଦ ହେ ଆତା ତେରା ଓ୍ବ ନଜରେଁ ମିଲାନା’ ଗୀତରେ ଏକ ଲିପ୍-ସିଙ୍କ ମ୍ୟୁଜିକାଲ୍ ଭିଡିଓ ଅପଲୋଡ କରିବା ପରେ ନିଶା ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥିଲେ।

   Related Posts