Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଇସିସି ଟି-୨୦ ବିଶ୍ଵ କପ୍: ଭାରତୀୟ ଧୂରନ୍ଧରଙ୍କୁ AUS vs NZ ଫାଇନାଲ୍‌ରେ ମିଳିବ ସୁଯୋଗ, ଦେଖାଇବେ ନିଜର ଦମ

12/11/2021 at 9:30 PM

ଦୁବାଇ ୧୨।୧୧: ଭାରତୀୟ ଦଳ ପାଇଁ ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୧ ନିରାଶଜନକ ରହିଗଲା। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଦଳ ସୁପର-୧୨ରୁ ଆଗକୁ  ବଢି ପାରିଲା ନାହିଁ। ଆଉ ଟାଇଟଲ୍ ଦୌଡରୁ ବାଦ୍ ପଡିଲା। ଏବେ ଫାଇନାଲ୍ ଖେଳିବା ଏବଂ ଟ୍ରଫି ଜିତିବା ପାଇଁ ଦଳକୁ ଆହୁରି ଗୋଟିଏ ବର୍ଷ  ଅପେକ୍ଷା କରିବାକୁ ପଡିବ। ହେଲେ ଏହା ପୂର୍ବରୁ ନଭେମ୍ଵର ୧୪ରେ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପଡୋଶୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଏହି ଫାଇନାଲ୍‌ରେ ଭାରତୀୟ ଖେଳାଳିଙ୍କ ବଦଳରେ ଭାରତୀୟ ଅମ୍ପାୟର ନୀତିନ ମେନନଙ୍କୁ ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିବ।

ଆଇସିସି ନଭେମ୍ବର ୧୪ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ ପାଇଁ ଅମ୍ପାୟରଙ୍କ ପ୍ୟାନେଲ୍ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟରେ ଲଗାତାର ସଠିକ୍ ନିଷ୍ପତ୍ତି କାରଣରୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ଅମ୍ପାୟର ଦକ୍ଷିଣ ଆଫ୍ରିକାର ମରାୟା ଇରାସମସ ଏବଂ ଇଂଲଣ୍ଡର ରିଚାର୍ଡ କେଟଲବରଙ୍କୁ ପଡିଆ ଅମ୍ପାୟର ପାଇଁ ନିଯୁକ୍ତ କରାଯାଇଛି। ସେପଟେ ଭାରତର ଉଦୀୟମାନ ପ୍ରତିଭାବାଶାଳୀ ଅମ୍ପାୟର ନୀତିନ ମେନନଙ୍କୁ ଥାର୍ଡ ଅମ୍ପାୟରର ଦାୟିତ୍ଵ ଦିଆଯାଇଛି। ନୀତିନ ପଡିଆରେ ଖେଳ ଉପରେ ତୀକ୍ଷ୍ଣ ନଜର ରଖିବେ ଏବଂ ସଠିକ୍ ନିଷ୍ପତ୍ତି ଦେବେ।

୩୮ ବର୍ଷୀୟ ନୀତିନ ମେନନ ପ୍ରଥମ ଥର କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଅମ୍ପାୟରିଂ ପ୍ୟାନେଲର ଅଂଶ ହୋଇଛନ୍ତି। ମେନନଙ୍କୁ ଚଳିତ ବର୍ଷ ଆରମ୍ଭରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ନିଜର ପାଖାପାଖି ୧୦୦ ପ୍ରତିଶତ ସଠିକ୍ ନିଷ୍ପତ୍ତି କାରଣରୁ ପ୍ରଶଂସା ମିଳିବା ସହ ନୂତନ ପରିଚୟ ମିଳିଥିଲା। ଏହି ପ୍ରଦର୍ଶନକୁ ସେ ଆଇପିଏଲ ଏବଂ ପୁଣି ଟି-୨୦ ବିଶ୍ଵ କପ୍‌ ସମୟରେ ମଧ୍ୟ ଜାରି ରଖିଛନ୍ତି। ମେନନ ଆଇସିସି ଏଲିଟ୍ ପ୍ୟାନେଲର ସଦସ୍ୟ। ଏହି ତିନି ଜଣଙ୍କ ବ୍ୟତୀତ ଶ୍ରୀଲଙ୍କାର ଅନୁଭବୀ ଅମ୍ପାୟର କୁମାର ଧର୍ମସେନାଙ୍କୁ ଚତୁର୍ଥ ଅମ୍ପାୟରର ଦାୟିତ୍ଵ ଦିଆଯାଇଥିବା ବେଳେ ଶ୍ରୀଲଙ୍କାର ରଞ୍ଜନ ମଦୁଗଲେଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣା ମୁକାବିଲାର ମ୍ୟାଚ୍ ରେଫରୀ ଦାୟିତ୍ଵ ଦିଆଯାଇଛି।

   Related Posts