Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||
  • ପାଟଣା : ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ ! ସ୍କୁଲ ବାରଣ୍ଡାର ବୃଦ୍ଧଙ୍କ ମୃତଦେହ ଠାବ
  • ||

ପିଏଲଏ କବ୍‌ଜା ତିବ୍ବତ ଉପରେ ଚକ୍କର ମାରିଲା ଭାରତର ଗୁଇନ୍ଦା ସାଟେଲାଇଟ୍, ଚୀନରେ ଚାଞ୍ଚଲ୍ୟ

26/07/2020 at 7:08 PM

ନୂଆଦିଲ୍ଲୀ ୨୬।୦୭: ଦୀର୍ଘ ସମୟରୁ ଭାରତ-ଚୀନ ସୀମାରେ ଚୀନ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ଏବେ ଭାରତ ଚୀନକୁ ତାରି ଚାଲ୍‌ରେ ଘେରିବାରୁ ଚୀନ ବିଳିବିଳେଇବାରେ ଲାଗିଛି ଏବଂ ନିଜର ସେନା ଜୁଟାଇବାରେ ଲାଗିଛି। ଉଲ୍ଲେଖନୀୟ ଭାରତର ଏକ ଗୁଇନ୍ଦା ସାଟେଲାଇଟ୍‌ ନିକଟରେ ଚୀନ ଅଧିକୃତ ତିବ୍ବତ ଉପରେ ଚକ୍କର ମାରୁଛି। ଏହି ସାଟେଲାଇଟ୍‌ ଗୁରୁତ୍ଵପୂର୍ଣ୍ଣ ସୂଚନା ସଂଗ୍ରହ କରିଛି। ଏହା ପରେ ଚୀନରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଭାରତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆରଡିଓ)ର ଏହି ସାଟେଲାଇଟ୍ ଏମିସାଟ (EMISAT) ଗୁଇନ୍ଦା ସୂଚନା ସଂଗ୍ରହରେ କାମ କରୁଛି। ଏଥିରେ ଏକ ELINT ଅର୍ଥାତ ଇଲେକ୍ଟ୍ରୋନିକ ଇଣ୍ଟେଲିଜେନ୍ସ ସିଷ୍ଟମ କୌଟିଲେ ଖଞ୍ଜା ଯାଇଛି। ଏହା ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାରେ ସକ୍ଷମ। ଏକ ଅଧିକାରୀ ସୂତ୍ର ଅନୁଯାୟୀ ଏହି ସାଟେଲାଇଟ୍‌ ନିକଟରେ ଅରୁଣାଚଳ ପ୍ରଦେଶ ନିକଟସ୍ଥ ତିବ୍ବତର ସେହି ଅଞ୍ଚଳ ଉପରେ ଚକ୍କର କାଟୁଛି, ଯେଉଁଠି ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର କବ୍‌ଜାରେ ରହିଛି।

ଶତ୍ରୁର ରେଡିଓ ସିଗ୍ନାଲକୁ ପଢି ନିଏ ଭାରତର କୌଟିଲ୍ୟ

ଇସ୍ରୋ ଦ୍ଵାରା ନିର୍ମିତ ଏମିସାଟର ELINT ସିଷ୍ଟମ ଶତ୍ରୁ ଅଞ୍ଚଳରେ ଟ୍ରାନ୍ସମିଶନ ପାଇଁ ବ୍ୟବହୃତ ରେଡିଓ ସିଗ୍ନାଲକୁ ପଢି ନେଇଥାଏ।  ଲଦାଖର ପେଙ୍ଗଙ୍ଗ ସ ହ୍ରଦର ଫିଙ୍ଗର ୪କୁ ନେଇ ଭାରତ-ଚୀନ ମଧ୍ୟରେ ଆଲୋଚନା ଫଳାଫଳଶୂନ୍ୟ ହେବାର ଗୋଟିଏ ଦିନ ପରେ ଏହି ସାଟେଲାଇଟ୍‌ ତିବ୍ବତ ଉପରେ ଉଡିବା ଚୀନରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏବେ ଦୁଇ ଦେଶ ଲଦାଖ ବିବାଦରେ ଆଲୋଚନା କରିବାକୁ ପ୍ରସ୍ତୁତ।

ସୂତ୍ର ମୁତାବକ ଚୀନ ଡେସପାଙ୍ଗ ସେକ୍ଟରରେ ମଧ୍ୟ ନିଜର ସୈନିକ ଠୁଳ କରିଛି। ଚୀନ ସୈନିକଙ୍କୁ ଏଲଏସି ନିକଟରେ ଗାଡ ଖୋଳୁଥିବା ଦେଖିବାକୁ  ମିଳିଛି। ଏହା ପୂର୍ବରୁ ପିଏଲଏ ୨୦୧୩ରେ ମଧ୍ୟ ଡେସପାଙ୍ଗରେ ଅନୁପ୍ରବେଶ କରିଥିଲେ। ଶୁକ୍ରବାର ସୂତ୍ର ଅନୁଯାୟୀ ଭାରତର ରାଡାର ସାଟେଲାଇଟ୍‌ RISAT-2BR1 ଚୀନର ପିପୁଲ୍ସ ଲିବେରେସନ ଆର୍ମି ନେଭି(ପିଏଲଏଏନ)ର ଜିବୁତି ବେସ୍‌(ଆଫ୍ରିକା) ଉପରେ ଚକ୍କର ମାରୁଥିଲା। ଜିବୁତି ନେଭି ବେସ୍ ଚୀନର ଏକ ମାତ୍ର ବେସ୍‌, ଯାହା ଦେଶ ବାହାରେ ରହିଛି।

   Related Posts