କ୍ରିକେଟିୟର କୂଳଦୀପ ଯାଦବ ବାରବାଟିରେ ରଚିପାରନ୍ତି ଇତିହାସ !

Published By : Prameya-News7 Bureau | December 21, 2019 IST

କଟକ ୨୧।୧୨: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ରବିବାର ଦିନ ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ । ଅନ୍ତିମ ମ୍ୟାଚ୍‌ଟି କଟକର ବାରବାଟି ଷ୍ଟାଡିୟମରେ ଖେଳାଯିବ ।  ଏହି ମ୍ୟାଚରେ ଭାରତୀୟ ସ୍ପିନର କୁଳଦୀପ ଯାଦବ ଏକ ରେକର୍ଡ କରିପାରନ୍ତି । କୁଳଦୀପ ୨ୟ ମ୍ୟାଚ୍‌ରେ ହାଟ୍ରିକ ଓ୍ବିକେଟ ନେଇଥିଲେ । ଦିନିକିଆ କ୍ରିକେଟରେ କୁଳଦୀପ ୨ଥର ହାଟ୍ରିକ ନେଇସାରିଛନ୍ତି ।

{"id":200811,"sizeSlug":"large"}

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚରେ ଯଦି କୁଳଦୀପ ଗୋଟିଏ ଓ୍ବିକେଟ ଶୀକାର କରନ୍ତି, ତେବେ ସେ ଦିନିକିଆ କ୍ରିକେଟରେ ୧୦୦ତମ ଓ୍ବିକେଟ ହାସଲ କରିବାର ୨୨ତମ ଭାରତୀୟ ହେବେ । କୁଳଦୀପ ୫୪ଟି ଦିନିକିଆ ମ୍ୟାଚ ଖେଳି ୯୯ଓ୍ବିକେଟ ଅକ୍ତିଆର କରିଛନ୍ତି । କୁଳଦୀପ ଯଦି ୧୦୦ଓ୍ବିକେଟ ହାସଲ କରୁଛନ୍ତି , ତେବେ ସେ ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠାରୁ ଦ୍ରୁତତମ ୧୦୦ଓ୍ବିକେଟ ହାସଲ କରିବାରେ ପ୍ରଥମ ସ୍ଥାନରେ ରହିବେ ।

{"id":200813,"sizeSlug":"large"}

ଭାରତ ପକ୍ଷରୁ ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତତମ ଓ୍ବକେଟ ନେବାରେ ରେକର୍ଡ ମହମ୍ମଦ ସାମିଙ୍କ ନାମରେ ରହିଛି । ଯଦି କୂଳଦୀପ ଆସନ୍ତାକିଲର ମ୍ୟାଚରେ ୧୦୦ତମ ଓ୍ବିକେଟ ହାସଲ କରୁଛନ୍ତି । ତେବେ ସେ ମହମ୍ମଦ ସାମିଙ୍କ ରେକର୍ଡ ଭାଙ୍ଗିପାରନ୍ତି ।  ମହମ୍ମଦ ସାମି ୧୦୦ ଓ୍ବିକେଟ ହାସଲ ପାଇଁ ୫୬ଟି ମ୍ୟାଚ ଖେଳିଥିଲେ । କୁଳଦୀପ ୧୦୦ଟି ଓ୍ବିକେଟ ନେବାରେ ଅଷ୍ଟମ ଭାରତୀୟ ସ୍ପିନର ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.