Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଅରୁଣାଚଳ ପ୍ରଦେଶରେ ଚୀନ ସୈନିକଙ୍କୁ ଅଟକ ରଖିଲା ଭାରତ, ଡ୍ରାଗନ କହିଲା- ମୋତେ ଜଣା ନାହିଁ

8/10/2021 at 8:58 PM

ନୂଆଦିଲ୍ଲୀ ୦୮।୧୦: ଅରୁଣାଚଳ ପ୍ରଦେଶରେ ଚୀନର ସେନା ପୁଣି ଥରେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ମାତ୍ର ସଜାଗ ଭାରତୀୟ ଯବାନ ଚୀନ ସୈନିକଙ୍କ ଏହି ଉଦ୍ୟମ ପଣ୍ଡ କରିଛନ୍ତି। ଗତ ସପ୍ତାହରେ ହୋଇଥିବା ଏହି ଅନୁପ୍ରବେଶ ଉଦ୍ୟମରେ ଭାରତୀୟ ସେନା ଚୀନ ସୈନିକଙ୍କୁ ଅଟକ ରଖିଥିବା କୁହାଯାଇଥିଲା। ଏବେ ଏହା ଉପରେ ଚୀନ ପକ୍ଷରୁ  ପ୍ରତିକ୍ରିୟା ଆସିଛି। ଚୀନ କହିଛି, ସୈନିକଙ୍କୁ ଅଟକ ରଖାଯିବା ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

ଏହି ଘଟଣା ଉପରେ ନଜର ରଖିଥିବା ଭାରତୀୟ ଅଧିକାରୀଙ୍କ ଅନୁଯାୟୀ, ଭାରତ ଓ ଚୀନ ସୈନିକ ଗୋଟିଏ ସପ୍ତାହ ପୂର୍ବେ ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଅଞ୍ଚଳରେ ମୁହାଁମୁହିଁ  ହୋଇଥିଲେ। ଭାରତୀୟ ଗଣମାଧ୍ୟମ ଅନୁଯାୟୀ, ତଓ୍ଵାଙ୍ଗ ନିକଟରେ ଦୁଇ ଦେଶର ସେନା ମୁହଁମୁହିଁ ହୋଇଥିଲେ। ଏହି ସମୟରେ ଉଭୟ ସେନା ମଧ୍ୟରେ ହାଲୁକା  ବାଦ ବିବାଦ ହୋଇଥିଲା। କିନ୍ତୁ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି, ମୋ ପାଖରେ ଏହି ବିଷୟରେ କୌଣସି ବଳିଷ୍ଠ ସୂଚନା ନାହିଁ।

ଭାରତୀୟ ଅଧିକାରୀଙ୍କ ଅନୁଯାୟୀ, ବାସ୍ତବିକ ନିୟନ୍ତ୍ରଣ ରେଖାକୁ ବୁଝିବାରେ ହେଉଥିବା ସମସ୍ୟା କାରଣରୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟୁଛି। ଏଲଏସି ନିକଟରେ ଭାରତ ଓ ଚୀନ ସୀମା ଆନୁଷ୍ଠାନିକ ଭାବେ ନିର୍ଦ୍ଧାରିତ ହୋଇ ନଥିବାରୁ ଏମିତି ସମସ୍ୟା ଦେଖା ଦେଉଛି। ଭାରତ ସର୍ବଦା ଏହି ଧରଣର  ବିବାଦକୁ ବର୍ତ୍ତମାନର ରାଜିନାମା ଏବଂ ପ୍ରୋଟୋକଲ ମାଧ୍ୟମରେ ସମାଧାନ କରିବା ଉପରେ ଜୋର ଦେଇ ଆସିଛି।

ଚୀନ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳକୁ  ତିବତର ଦର୍ଶାଇ ଆସୁଛି ଏବଂ ଏହାକୁ ନିଜ ଅଞ୍ଚଳ ମାନୁଛି। ମାତ୍ର ଭାରତ ପ୍ରଥମରୁ ଏହା ସ୍ପଷ୍ଟ କରି ଆସିଛି ଯେ, ଚୀନ ଯେଉଁ ଅଂଶକୁ ନିଜର ଭାବୁଛି ତାହା ଭାରତର ଅରୁଣାଚଳ ପ୍ରଦେଶର। ଲଦାଖରେ ମଧ୍ୟ ସୀମା ନିକଟରେ ଚୀନ ସର୍ବଦା ଅନୁପ୍ରବେଶ କରି ଆସିଛି।

   Related Posts