Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

କର୍ଣ୍ଣେଲଙ୍କ ସହିଦ ପରେ ରୁଦ୍ର ରୂପ ଦେଖାଇଲେ ବିହାର ରେଜିମେଣ୍ଟର ଯବାନ, ୧୮ ଚୀନ ସୈନିକଙ୍କ ବେକ ମୋଡି ଭାଙ୍ଗିଲେ, ପିଛା କରି କରି ମାରିଲେ

20/06/2020 at 9:24 PM

ନୂଆଦିଲ୍ଲୀ ୨୦।୦୬: ଭାରତ ଶାନ୍ତିର ପକ୍ଷଧର, ମାତ୍ର ଉସୁକାଇଲେ ମୁହଁତୋଡ ଜବାବ ଦେବାରେ କେବେ ବି ପଛଘୁଞ୍ଚା ଦିଏ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଏମିତି ଶୈଳୀରେ ଚୀନର ନାମ ନନେଇ ସ୍ପଷ୍ଟ ଚେତାବନୀ ଦେଇଥିଲେ। କିଛି ଏମିତି ରୀତି ନୀତି ଭାରତୀୟ ସୈନିକଙ୍କ ମଧ୍ୟ ରହିଛି। ଭାରତୀୟ ସୈନିକ ଗୋଟିଏ ସୀମା ପର୍ଯ୍ୟନ୍ତ ବିରୋଧୀକୁ ବରଦାସ୍ତ କରିଥାନ୍ତି, ମାତ୍ର ଯେବେ ସୀମା ଉଲ୍ଲଂଘନ ହୁଏ ତେବେ ଭାରତୀୟ ସେନା କେମିତି ରୁଦ୍ର ରୂପ ଧାରଣ କରନ୍ତି ତାହା ଚୀନୀ ସୈନିକ ହିଁ କହି ପାରିବେ।

ଗଲଓ୍ଵାନରେ ଜୁନ ୧୫ରେ ଚୀନ ସୈନିକଙ୍କ ଧୋକାରେ ହିଂସାତ୍ମକ ଆକ୍ରମଣରେ ଭାରତର କମାଣ୍ଡିଂ ଅଫିସର କର୍ଣ୍ଣେଲ ବି. ସନ୍ତୋଷ  ବାବୁଙ୍କ ସହିଦ ପରେ ବିହାର ରେଜିମେଣ୍ଟର ଯବାନ ରୁଦ୍ର ରୂପ ଧାରଣ କରିଥଲେ। ଦ ଏସିଆନ ଏଜ ଖବରକାଗଜ ବିଭିନ୍ନ ସୂତ୍ରରୁ ଖବର ପ୍ରକାଶିତ କରିଛି ଯେ, ନିଜ କମାଣ୍ଡରଙ୍କ ମୃତ୍ୟୁ ପରେ କ୍ରୋଧିତ ଭାରତୀୟ ସୈନିକ ଗୋଟି ଗୋଟି କରି ୧୮ ଚୀନ ସୈନିକଙ୍କ ବେକ ମୋଡି ଭାଙ୍ଗି ଦେଇଥିଲେ। ଜଣେ ସୈନ୍ୟ ଅଧିକାରୀ କହିଛନ୍ତି ଅତି କମରେ ୧୮ ଚୀନ ସୈନିକଙ୍କ ବେକ ଭାଙ୍ଗି ଯାଇଥିଲା ଏବଂ ମୁଣ୍ଡ ଝୁଲୁଥିଲା। ନିଜ କମାଣ୍ଡରଙ୍କ ବୀରଗତି ଦେଖି ଭାରତୀୟ ସୈନିକ ଏତେ କ୍ରୋଧିତ ହୋଇ ପଡିଥିଲେ ଯେ, ସାମ୍ନାରେ ଆସୁଥିବା ପ୍ରତି ଚୀନ ସୈନିକଙ୍କ ଏମିତି ଅବସ୍ଥା କରିଥିଲେ, ଯାହା ସେମାନଙ୍କ ଚିହ୍ନଟ କରିବା ମୁସ୍କିଲ।

ଜଣଙ୍କ ଉପରେ ୫, ତଥାପି ଦେଲେ ଉଚିତ୍ ଶିକ୍ଷା

ସେହି ରାତିରେ ବିହାର ରେଜିମେଣ୍ଟର ଯବାନଙ୍କ ବାହାଦୂରୀର କାହାଣୀ ପୂରା ଦୁନିଆ ପାଇଁ ଉଦାହରଣ  ପାଲଟିଛି। ସେହି ରାତିରେ ଚୀନୀ ସୈନିକଙ୍କ ସଂଖ୍ୟା ଭାରତୀୟ ସେନାଙ୍କ ତୂଳନାରେ ୪ ଗୁଣ ଅଧିକ ଥିଲା। କେବଳ ଏତିକି ନୁହେଁ ଚୀନ ସୈନିକ ଯୋଜନାପୂର୍ବକ ହମଲା କରିଥିବା ବେଳେ ଭାରତୀୟ ସୈନିକ ଏମିତି କୌଣସି ପ୍ରସ୍ତୁତି କରି ପାରିନଥିଲେ କାରଣ ସେମାନଙ୍କୁ ଚୀନ ପକ୍ଷରୁ ଏମିତି ଅଚାନକ ଧୋକାର ଆଶଙ୍କା ନଥିଲା। ଏହା ସତ୍ଵେ ବି ଆମର ବାହାଦୂର ଯବାନ ଚୀନ ସୈନିକଙ୍କ ଏମିତି ଅବସ୍ଥା କଲେ ସେଠାକାର ଏକଛତ୍ରବାଦୀ ସରକାର କିଛି କହିବା ସ୍ଥିତିରେ ବି ନାହିଁ।

ସେହି ରାତି ସାକ୍ଷୀ

ଦ ଏସିଆନ ଏଜ ଖବରକାଗଜ ସୈନ୍ୟ ସୂତ୍ର ଆଧାରରେ ବିହାର  ରେଜିମେଣ୍ଟର ଯବାନଙ୍କ ଶୌର୍ଯ୍ୟଗାଥା ବିଷୟରେ ଲେଖିଛି। ଏହି ଲଢେଇରେ ବିହାର ରେଜିମେଣ୍ଟର ଯବାନ ନିଜ ଭିତରର କ୍ଷମତାକୁ ପ୍ରୟୋଗ କରିଥିଲେ। ଭାରତର ଯବାନଙ୍କୁ ଅର୍ଡର ମିଳିଥିଲା ଯେ, ସେମାନେ ଗଲଓ୍ଵାନରେ ନିର୍ମିତ ଚୀନୀ ସୈନିକଙ୍କ ଦ୍ଵାରା ଟେଣ୍ଟ ହଟାଇବା ବିଷୟରେ ସୂଚନା ଦେବେ। ଏହାକୁ ଦେଖିବା ପାଇଁ କର୍ଣ୍ଣେଲ ବି ସନ୍ତୋଷ ବାବୁ ଯବାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚୀନ ସୈନିକ ଶିବିର ହଟାଇବାକୁ ମନା କରିଥିଲେ। ଏହାର  ବିରୋଧ କରିବାରୁ ଭାରତୀୟ କର୍ଣ୍ଣେଲଙ୍କ ଉପରେ ସେଠାରେ ବହୁ ସଂଖ୍ୟାରେ ଥିବା ଚୀନୀ ସୈନିକ ହମଲା କରିଥିଲେ। ଏହା ପରେ ଭାରତୀୟ ସୈନିକ ମଧ୍ୟ ମୋର୍ଚ୍ଚା ସମ୍ଭାଳି ଜବାବ ଦେବା ଆରମ୍ଭ କରିଥିଲେ।

ଭାରତୀୟ ସେନାର ଘାତକ ଦଳ ପହଞ୍ଚିଲେ

ହିଂସାତ୍ମକ ସଂଘର୍ଷରେ କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହେବାରୁ ବିହାର ରେଜିମେଣ୍ଟର ସୈନିକଙ୍କ ଧୈଯ୍ୟଚ୍ୟୁତ୍ ଘଟିଥିଲା। ଅନ୍ୟପଟେ ଚୀନ ସୈନିକଙ୍କ ସଂଖ୍ୟାବଳ ଅଧିକ ଥିଲା। ଏହା ପରେ  ଭାରତୀୟ ସୈନିକ ପାଖରେ ଥିବା ନିଜ ଦଳକୁ ଏହି ବିଷୟରେ ସୂଚନା ଦେଇ ସାହାଯ୍ୟ ମାଗିଥିଲେ। ସୂଚନା ମିଳିବା ପରେ ତୁରନ୍ତ ଭାରତୀୟ ସେନାର ଘାତକ ଦଳ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିହାର ରେଜିମେଣ୍ଟ ଓ ଘାତକ ଦଳ ସୈନିକଙ୍କ ମୋଟ୍ ସଂଖ୍ୟା ୬୦ ଥିବା ବେଳେ ଅନ୍ୟ ପଟେ ଶତ୍ରୁର ସଂଖ୍ୟା ବଳ ବହୁତ ଥିଲା।

ଚୀନ ସୈନିକଙ୍କ ହତିଆର ଛଡାଇ ସେମାନଙ୍କ ଉପରେ କଲେ ହମଲା

ଏହି ଲଢେଇ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଚୀନ ସୈନିକଙ୍କ ପାଖରେ ତଲଓ୍ଵାର ଏବଂ ଲୁହାର ରୋଡ୍ ଥିଲା। ଏହାକୁ ଛଡାଇ ଭାରତୀୟ ସୈନିକ ସେମାନଙ୍କ ଉପରେ ହମଲା କରିବା ଆରମ୍ଭ କରି ଦେଇଥିଲେ। ବିହାର ରେଜିମେଣ୍ଟର ଯବାନଙ୍କ ଏହି ରୁଦ୍ର ରୂପ ଦେଖି ଶତାଧିକ ସଂଖ୍ୟାରେ ଥିବା ଚୀନ ସୈନିକ ଭୟରେ ପଳାଇବା ଆରମ୍ଭ କରିଥିଲେ ଏବଂ ଘାଟିରେ ଯାଇ ଲୁଚି ଯାଇଥିଲେ। ଏହା ପରେ ଭାରତୀୟ ସୈନିକ ସେମାନଙ୍କ ପିଛା କରି କରି ମାରିଥିଲେ। ଏହି ସମୟରେ ଭାରତୀୟ ସୈନିକ ଚୀନର ଅଧିକାର କ୍ଷେତ୍ରରେ ପହଞ୍ଚି ଯାଇଥିଲେ। ଯାହାଙ୍କୁ ପରେ ଚୀନ ଫେରାଇ ଦେଇଥିଲା।

   Related Posts