Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଆମେରିକାରେ ଭାରତୀୟ ସପ୍ଟଓ୍ବେୟାର ଇଂଜିନିୟରଙ୍କୁ ଗୁଳିକରି ହତ୍ୟା : ପ୍ରେମିକାର ନିକଟତର ହେବାକୁ ଚାହୁଁଥିଲା, ବାଧାଦେବାରୁ ରାସ୍ତାରୁ ହଟାଇଦେଲା ଅଭିଯୁକ୍ତ

4/04/2021 at 10:10 PM

ଭୋପାଳ ୦୪/୦୪ : ମଧ୍ୟ ପ୍ରଦେଶ ଭୋପାଳର ଜଣେ ଯୁବକଙ୍କୁ ଆମେରିକାର ସେଣ୍ଟ ଲୁଇସ୍‌ରେ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣାରେ କୋଲ ଜି ମିଲର ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ମୃତକ ଯୁବକ ଭୋପାଳର ଶରୀଫ ରହମାନ ଖାନ ।

Madhya Pradesh.

ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ସପ୍ଟଓ୍ବେୟାର ଇଂଜିନିୟର ଭାବେ କାର୍ଯ୍ୟକରୁଥିବା ରହମାନଙ୍କ ପ୍ରେମିକାଙ୍କ ନିକଟତର ହେବାକୁ ଚାହୁଁଥିଲା ଅଭିଯୁକ୍ତ । ପ୍ରେମିକାଙ୍କ ସହ ରହମାନଙ୍କ ମିଳାମିଶାକୁ ସହିପାରୁନଥିଲା ଅଭିଯୁକ୍ତ କୋଲ ଜି ମିଲର । ସମୟ ସୁଯୋଗ ଦେଖି ରହମାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲା । ସୁଯୋଗ ଦେଖି ରହମାନଙ୍କୁ ଗୁଳିକରି ହତ୍ୟା କରିଥିଲା ।

Bhopal.

ଆମେରିକାରେ ଥିବା ରହମାନ ଖାନଙ୍କ ବନ୍ଧୁ ଭୋପାଳ ସ୍ଥିତ ତାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ବାବଦରେ ସୂଚନା ଦେଇଥିଲେ । ପରିବାର ଲୋକେ ରହମାନଙ୍କ ଶେଷ ଦର୍ଶନ ମଧ୍ୟ କରିପାରିନଥିଲେ । ସେଣ୍ଟ ଲୁଇସ୍‌ର ଏକ କବରସ୍ଥାନରେ ତାଙ୍କ ଶବକୁ ପୋତାଯାଇଛି । ଭିଡିଓ କଲ ମାଧ୍ୟମରେ ଶେଷ ଦର୍ଶନ କରିଛନ୍ତି ପରିବାର ଲୋକେ । ଘଟଣାକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, ମୃତ ଯୁବକଙ୍କ ପରିବାର ଲୋକଙ୍କୁ ସମସ୍ତ ସହଯୋଗ କରାଯିବ ।

   Related Posts