Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ମହାନଦୀ ନୀଳ ଜଳ ରାଶିରେ ଜଳକ୍ରୀଡା କରୁଛନ୍ତି ବିଦେଶାଗତ ପକ୍ଷୀ : ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା

3/01/2019 at 6:22 PM

କଟକ ୩|୧: ମହାନଦୀରେ ବିଦେଶାଗତ ପକ୍ଷୀଙ୍କ ସମାଗମ । କଟକ ମୁଣ୍ଡଳିରୁ ଯୋବ୍ରା ପର୍ଯ୍ୟନ୍ତ ମହାନଦୀ ନୀଳ ଜଳ ରାଶିରେ ଜଳକ୍ରୀଡା କରୁଛନ୍ତି ବିଦେଶାଗତ ପକ୍ଷୀ । ଅତ୍ୟଧିକ ଶୀତ ସହି ନପାରି ସୂଦୁର କେନ୍ଦ୍ରୀୟ ଏସିଆ, ମଙ୍ଗୋଲିଆ, ସାଇବେରିଆ ଓ ୟୁରୋପରୁ ଏଠିକି ଉଡି ଆସିଛନ୍ତି ହଜାର ହଜାର ପକ୍ଷୀ । ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ତିବ୍ବତରୁ ଆସିଛନ୍ତି ଚକୁଆ, ସେଣ୍ଟ୍ରାଲ ୟୁରୋପ । ସାଇବେରିଆରୁ ଗଡୱାଲ, ପିଙ୍ଗ୍ ଟେଲ୍, ସ୍ପଟ୍ ବିଲ୍ ଡକ୍ ଓ ପୋଚଡ୍ । ସ୍କଟଲାଣ୍ଡରୁ ଆସିଛି ଅସପ୍ରେ ପ୍ରଜାତିର ପକ୍ଷୀ । କଟକ ଗଡଗଡିଆ ଘାଟ ସହ ମୁଣ୍ଡଳୀରୁ ଯୋବ୍ରା ପର୍ଯ୍ୟନ୍ତ ମହାନଦୀରେ ଶୁଣିବାକୁ ମିଳୁଛି ଏମାନଙ୍କ କିଚିରି ମିଚିରି ଶବ୍ଦ ।

ବିଦେଶାଗତ ପକ୍ଷୀଙ୍କ ଆଗମନରେ ମହାନଦୀ ନୀଳ ଜଳରାଶିରେ ଏକ ମନୋରମ ପରିବେଶ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା  ଏହି ବିଦେଶାଗତ ପକ୍ଷୀମାନେ ଶୀତ ଦିନେ ମହାନଦୀକୁ ନିଜର ନୂଆ ଠିକଣା ଭାବେ ବାଛି ନେଇଛନ୍ତି ।

ଏତେ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କର ସମାଗମକୁ ଦେଖି ବନ ବିଭାଗ ପକ୍ଷରୁ ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ମୁଣ୍ଡଳୀ ନିକଟ ମହାନଦୀରେ ବିଲୁପ୍ତ ପ୍ରଜାତିର ଇଣ୍ଡିଆନ୍ ସ୍କିମର୍ ଚଢେଇ ଆଣ୍ଡାଦାନ କରିବାକୁ ଆସନ୍ତି । ସେମାନଙ୍କ ସଂରକ୍ଷଣ ପାଇଁ ଡମପଡା ବନ ବିଭାଗ ପକ୍ଷରୁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ମହାନଦୀର ମଧୁର ଜଳ ଓ ପର୍ଯ୍ୟାପ୍ତ ଖାଦ୍ୟ ବିଦେଶାଗତ ପକ୍ଷୀଙ୍କୁ ଏଠାକୁ ଆକର୍ଷିତ କରିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ।

ରଙ୍ଗ ବେରଙ୍ଗ ପକ୍ଷୀଙ୍କ ସମାଗମରେ ମହାନଦୀ ନୀଳ କାନଭାସ୍ ରେ ସୃଷ୍ଟି ହୋଇଛି ନୂଆ ଚିତ୍ର। ଯାହା ଲୋକଙ୍କୁ ଆକର୍ଷିତ କରୁଛ।

   Related Posts