Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

Covid ମୁକ୍ତ ହେଲେ ପ୍ରଶିଦ୍ଧ ଗାୟକ ଏସ.ପି.ବାଲାସୁବ୍ରମଣ୍ୟମ୍

7/09/2020 at 8:09 PM

ଚେନ୍ନାଇ ୭।୯:  ପ୍ରଶିଦ୍ଧ ଗାୟକ ଏସ.ପି.ବାଲାସୁବ୍ରମଣ୍ୟମ କୋଭିଡ-୧୯ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ତାଙ୍କ ପୁତ୍ର ଏସ୍.ପି.ଚରଣ ସୋମବାର ଏହି ସୂଚନା ଦେଇଛନ୍ତି। ତେବେ ସୁବ୍ରମଣ୍ୟମଙ୍କ ଫୁସଫୁସ୍ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ହସ୍ପିଟାଲରୁ ମୁକ୍ତ ହୋଇ ନଥିବା  ଜଣାଇଛନ୍ତି। ଗତ ଅଗଷ୍ଟ ୫ ତାରିଖରେ ବାଲାସୁବ୍ରଣ୍ୟମ ଅସୁସ୍ଥ ହୋଇପଡିଥିଲେ। ସେ କୋଭିଡ ଆକ୍ରାନ୍ତ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଗୁରୁତର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଏକ୍ସଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜିନେସନ (ଇସିଏମଓ)ରେ ରଖି ଚିକିତ୍ସା କରାଯାଉଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତାର ନଜର ରଖିଥିବା ବେଳେ ତାଙ୍କ କ୍ଲିନିକାଲ ପାରାମିଟର ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି।

ତାଙ୍କର ଚିକିତ୍ସା ଲାଗି ଦେଶ ତଥା ବିଦେଶୀ ଡାକ୍ତରଙ୍କର ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପରାମର୍ଶ ଗ୍ରହଣ କରୁଥିବା କହୁଛନ୍ତି। ବାଲାସୁବ୍ରମଣ୍ୟମ ଏକାଧାରରେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଓ ଡବିଂ ଆର୍ଟିଷ୍ଟ ମଧ୍ୟ। ସେ ତେଲଗୁ, ତାମିଲ, କନ୍ନଡ, ହିନ୍ଦୀ ଓ ମାଲାୟଲମ ଭାଷାରେ ଅନେକ ଗୀତ ଗାଇଛନ୍ତି। ଜଣେ ଗାୟକ ଭାବେ ସେ ୪୦ ହଜାରରୁ ଊର୍ଦ୍ଧ୍ୱ ଗୀତ ଗାଇ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛନ୍ତି। ଏହା ଛଡା ଶ୍ରେଷ୍ଠ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ୬ଥର ଜାତୀୟ ଚଳଚିତ୍ର ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି।

ଭାରତ ସରକାର ବାଲାସୁବ୍ରମଣ୍ୟମଙ୍କୁ ୨୦୦୧ ମସିହାରେ ଶୀର୍ଷ ନାଗରିକ ସମ୍ମାନ ପଦ୍ମ ଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିବା ବେଳେ  ୨୦୧୧ ମସିହାରେ ପଦ୍ମଭୂଷଣରେ ସମ୍ମାନୀତ କରିଛନ୍ତି। ବ୍ରିଟିଶ ଶାସନାଧୀନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ୪ ଜୁନ୧୯୪୬ ମସିହାରେ ଜନ୍ମିତ ଏହି କଳାକାରଙ୍କୁ ତାଙ୍କ ପିତାମାତା ଶ୍ରୀପଥୀ ପଣ୍ଡିତରାଧ୍ୟୁଲା ବାଲାସୁବ୍ରମଣ୍ୟମ ନାମରେ ନାମିତ କରିଥିଲେ। ବଲିଉଡ ଫିଲ୍ମ ଏକ ଦୁଜେ କେଲିୟେ ଜରିଆରେ ପ୍ରଥମ ହିନ୍ଦୀ ପିଲ୍ମ ଡେବ୍ଟ କରିଥିବା ବେଳେ ଏଥିଲାଗି ତାଙ୍କୁ ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର ଭାବେ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା।

   Related Posts