ଖୁସି ଖବର : ପନି-ପରିବାରୁ କରୋନାର ଔଷଧ ଉଦ୍ଭାବନ କଲେ ଭାରତର ବୈଜ୍ଞାନିକମାନେ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪/୪: ଡିବିଟି-ସିଆଇଏବି ବିଭାଗ ଏପରି ଅନେକ ଅନୁସନ୍ଧାନ ଯୋଜନା ବନାଇଛି ଯାହାର ଉଦ୍ଦେଶ୍ୟ ଏପରି ଉତ୍ପାଦ ପ୍ରସ୍ତୁତ କରିବା ରହିଛି ଯାହାର ବ୍ୟବହାର କୋଭିଡ-୧୯ ସଂକ୍ରମଣ ରୋକିବା,ଚିକିତ୍ସା ପାଇଁ କରାଯାଇପାରିବ ଯାହା ବର୍ତ୍ତମାନ ପୂରା ବିଶ୍ବରେ ଜୋରସୋରରେ ବ୍ୟାପିଛି।

ଏହି ଯୋଜନାକୁ ଏହାର ବୈଜ୍ଞାନିକଙ୍କ ବିଶେଷଜ୍ଞତାର ଉପଯୋଗ କରିବା ପାଇଁ ପ୍ରସ୍ତୁତ କରାଯାଇଛି,ଯାହା ରସାୟନ,ରାସାୟନିକ ଇଞ୍ଜିନିୟରିଂ,ଜୈବ ପ୍ରାଦ୍ୟୋଗିକ,ଆଣବିକ ଜୀବ ବିଜ୍ଞାନ,ପୋଷଣ,ନାନୋ ପ୍ରାଦ୍ୟୋଗିକ ସହିତ ଅନୁସନ୍ଧାନର ବିବିଧ ବର୍ଗରୁ ଆସିଥାଏ।

ରୋଗ ନିରୋଧ ପ୍ଲାଟଫର୍ମର ଅନ୍ତର୍ଗତ ସଂସ୍ଥା ଆଣ୍ଟି ଭାଇରାଲ୍ କୋଟିଂ ସାମଗ୍ରୀ ବିକଶିତ କରିବା ପାଇଁ କାଷ୍ଠ ଅପଦ୍ରବ୍ୟତାରୁ ଉତ୍ପନ୍ନ ନୋବଲ୍ ଧାତୁ ନାନୋ କମ୍ପେଲେକ୍ସ ଏବଂ ଚିକିତ୍ସା ଶାସ୍ତ୍ର ପ୍ଲାଟଫର୍ମ ଜରିଆରେ ପ୍ରତିଦିନ ଅକ୍ସାଇଡ ସମୃଦ୍ଧ ସିଟ୍ରୋନେଲା ତେଲ,କାର୍ବୋପୋଲ୍ ଏବଂ ଟ୍ରାଇଥେନୋଲାମାଇନ୍ ଯୁକ୍ତ ଆଲକୋହଲ୍ ସାନିଟାଇଜର ଉପଯୋଗ କରିବା ଉପରେ ଯୋଜନା କରିଥିଲା। ଏଥିରେ ପୋଲିପାୟରୋଲିକ୍ ଫୋଟୋସେନ୍ସିଟାଇଜର ଏବଂ ଆଣ୍ଟିଭାଇରାଲ୍ ଫଟୋ ଡାଇନାମିକ୍ ଥେରାପି,ଇମ୍ୟୁନୋଡାୟଲେଟରୀର ମାଇକ୍ରୋବିୟଲ୍ ଉତ୍ପାଦନ ଏବଂ ସଂକ୍ରମଣରୋଧୀ ଫ୍ରକ୍ଟନ୍ ବାୟୋମୋଲିକ୍ୟୁଲ୍ସ ତଥା କରୋନା ସଂକ୍ରମଣରେ ପୀଡ଼ିତ ବ୍ୟକ୍ତିଙ୍କ ଛାତିରେ ଭାରି ପଣକୁ କମ୍ କରିବା ପାଇଁ ନାଜାଲ୍ ସ୍ପେର ବିକାଶ ଏବଂ ଏହାର ବ୍ୟାବସାୟିକ ନିର୍ମାଣ ପାଇଁ ଏହାର ନାନୋ ସଂରୂପଣ ପ୍ରତି ମୁଖ୍ୟ ରୂପରେ ଧ୍ୟାନ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.