ଜାଣନ୍ତୁ ବିଶ୍ୱରେ କେତେ ପ୍ରକାର ଚାଉଳ ଖାଆନ୍ତି ଲୋକେ, ସବୁଠୁ ସ୍ୱାସ୍ଥ୍ୟକର ବ୍ଲାକ୍ ରାଇସ୍

Published By : Prameya-News7 Bureau | October 10, 2019 IST

ବିଶ୍ୱର ସବୁଠୁ ଲୋକପ୍ରୀୟ ମୁଖ୍ୟ ଖାଦ୍ୟ କହିଲେ ଚାଉଳକୁ ବୁଝା ଯାଏ। ହେଲେ ଦୁର୍ଲଭତା କାରଣରୁ ଅନେକ ଦେଶରେ ଲୋକେ ଗହମ, ଜଅ, ବାଜରା ଆଦିକୁ ମୁଖ୍ୟ ଖାଦ୍ୟ କରିଥାନ୍ତି। ହେଲେ ସୁଗନ୍ଧ ଓ ଶକ୍ତିବର୍ଦ୍ଧକ ଖାଦ୍ୟ  କହିଲେ ଚାଉଳ ସମଗ୍ର ବିଶ୍ୱରେ ସର୍ବମାନ୍ୟ। ଦେଶ ଦେଶ ସମ୍ପର୍କ ବୃଦ୍ଧି ଏବେ ଅନେକ ଦେଶରେ ଚାଉଳ ଉପଲବ୍ଧ ହେଉଥିବା ବେଳେ ଲୋକେ ବି ଚାଉଳ ସମ୍ପର୍କରେ ସଚେତନ ହେଲେଣି। ଲୋକେ ନିଜର ଆବଶ୍ୟକତା ଅନୁସାରେ ଚାଉଳ କ୍ରୟ କରି ଉପଯୋଗ କରୁଛନ୍ତି। ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ନାଲି, କଳା, ଧଳା ଓ ଧୂଷର ଆଦି ରଙ୍ଗର ଚାଉଳ ଦୋକାନବଜାରରେ ବିକ୍ରି ହେଉଛି।

{"id":168588,"width":577,"height":304}

ବ୍ରାଉନ ଓ ରେଡ୍ ରାଇସ୍
ବିଶ୍ୱରେ ଧୂଷର ଓ ନାଲି ଚାଉଳର ଖୁବ୍ ଚାହିଦା ରହିଛି। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ଏହି ଉଭୟ ଚାଉଳର ପ୍ରସ୍ତୁତି ଓ ପ୍ରକ୍ରିୟା ପ୍ରାୟ ଏକ ରକମର। ଏଭଳି ଚାଉଳ ଲୋକଙ୍କ ସ୍ୱାସ୍ଥ୍ୟ ବର୍ଦ୍ଧକ ବୋଲି ଡାକ୍ତରୀ ପ୍ରମାଣିତ ମଧ୍ୟ। ଏହି ଚାଉଳ ଏବେ ସମଗ୍ର ବିଶ୍ୱରେ ଉପଲବ୍ଧ ହେଉଛି। ତେବେ ନାଲି ଚାଉଳ ହିମାଳୟ ଉପତ୍ୟାକାର ଦକ୍ଷିଣ ତିବତ, ଦକ୍ଷିଣ ଭାରତ ଓ ଭୁଟ୍ଟାନରେ ପ୍ରଚୁର ପରିମାଣରେ ମିଳିଥାଏ। ଏହି ଉଭୟ ଚାଉଳରେ ଆଇରନ, କ୍ୟାଲସିୟମ, ଫାଇବର, ଜିଙ୍କ, ସେଲେନିୟମ, ମାଗ୍ନେସିୟମ ଓ ଭିଟାମିନ-ଇ ପ୍ରଚୁର ପରିମାଣରେ ମିଳିଥାଏ।

{"id":168589}

ଶ୍ୱେତ ଚାଉଳ
ତେବେ ଭାତ ଖାଇବା କଥା ମନେ ପଡିଲେ ସାମ୍ନାରେ ଯଦି ମହକୁଥିବା ଅରୁଆ ଭାତ ଥାଏ ତେବେ ଭୋକ ଚାରିଗୁଣ ବୃଦ୍ଧି ହେବା ନିଶ୍ଚିତ। ଏହାକୁ ଖାଇଲେ ସବୁଠୁ ଅଧିକ ସନ୍ତୋଷ ମିଳେ। ହେଲେ ଏହାର ପ୍ରସ୍ତୁତି ପ୍ରଣାଳୀ ଯୋଗୁ ଚାଉଳର ପୋଷକତତ୍ୱ ନଥାଏ। ଏଭଳି ଚାଉଳରେ ଭିଟାମିନ ବି, ଥିଆମିନ, ଷ୍ଟାର୍ଚ ଓ ଫାଇବର ପ୍ରଚୁର ପରିମାଣରେ ଥାଏ। ସ୍ୱାଦ ଭଲ ଲାଗୁଥିବାରୁ ଅନେକ ଲୋକେ ଏହାକୁ ପସନ୍ଦ କରନ୍ତି। ହେଲେ ସ୍ୱାସ୍ଥ୍ୟ ପାଇଁ ଏତେ ଲାଭପ୍ରଦ ହୋଇନଥାଏ। ଏଣୁ ଅନେକ ସ୍ଥଳରେ ଏପରି ଚାଉଳ ଖାଉଥିଲେ ଖାଦ୍ୟ ପରିବର୍ତ୍ତନ ଲାଗି ଡାକ୍ତର ପରାମର୍ଶ ଦେଇଥାନ୍ତି।

{"id":168590,"width":580,"height":430}

କଳା ଚାଉଳ
ବ୍ରାଉନ ଓ ରେଡ ରାଇସ୍ ଯେଉଁଭଳି ରୋଷେଇ ହୁଏ କଳାଚାଉଳକୁ ମଧ୍ୟ ସେହିଭଳି ରୋଷେଇ କରାଯାଏ। କଳାଚାଉଳ ସିଝିବା ପରେ ବାଇଗଣି ରୂପ ଧାରଣ କରିଥାଏ। ଏଥିରେ ଫାଇଟୋ କେମିକାଲ୍ସ, ଫାଇବର, ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ଇ,ଆଇରନ, ପ୍ରୋଟିନ ଓ ଫାଇଟୋ ନ୍ୟୁଟ୍ରିଏଣ୍ଟସ ପ୍ରଚୁର ପରିମାଣରେ ଭରି ରହିଥାଏ। ଏହା ବାଦେ ମଧ୍ୟ ଏଭଳି ଚାଉଳର ଭାତରେ ପ୍ରଚୁର ପରିମାଣରେ ଅନ୍ୟ ପୋଷକ ତତ୍ୱ ମଧ୍ୟ ଥାଏ ଯାହା ମଣିଷର ଇମ୍ୟୁନିଟି ବୃଦ୍ଧି କରିଥାଏ। ଭାରତର ମଣିପୁର ଓ ବାଂଲାଦେଶରେ ଏହି ଚାଉଳ ପ୍ରଚୁର ପରିମାଣରେ ମିଳିଥାଏ। ଏହି ଚାଉଳର ଅନେକ କିସମର ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.