ମହାକାଶକୁ ସିଙ୍ଗଡ଼ା ପଠାଇଥିଲେ ଭାରତୀୟ ରେସ୍ତୋରାଁ ମାଲିକ: ଫ୍ରାନ୍ସରେ ଆକାଶରୁ ଖସିପଡିଲା ପ୍ୟାକେଟ୍
14/01/2021 at 2:27 PM

ନୂଆଦିଲ୍ଲୀ ୧୪/୦୧ : ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ସିଙ୍ଗଡ଼ା ସବୁ ସୀମା ପାର କରି ମହାକାଶରେ ପହଞ୍ଚିଛି। ଅଦ୍ଭୁତ ମହାକାଶ ଅଭିଯାନରେ ବ୍ରିଟେନ ବାଥରେ ଜଣେ ଭାରତୀୟ ରେସ୍ତୋରାଁ ମାଲିକ ମହାକାଶକୁ ସିଙ୍ଗଡ଼ା ପଠାଇଥିଲେ। କିନ୍ତୁ ମିଶନରେ ପହଞ୍ଚିବା ପୂର୍ବରୁ ଫ୍ରାନ୍ସରେ ସିଙ୍ଗଡ଼ା ଲ୍ୟଣ୍ଡିଙ୍ଗ ହୋଇଥିଲା। ଭାରତୀୟ ରେସ୍ତୋରାଁ ‘ଚାୟବାଲା’ ୩ଟି ପ୍ରୟାସରେ ମିଶନର ସଫଳତା ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ମହାକାଶ ମିଶନ ରେସ୍ତୋରାଁ ମାଲିକ ନିରାଜ ଗଧେର୍ ଲଞ୍ଚ କରିଥିଲେ। ନିଜ ଯୋଜନାକୁ ସଫଳ କରିବାକୁ ସେ ହିଲିୟମ ବେଲୁନ ବ୍ୟବହାର କରିଥିଲେ। ନିରଜ ସିଙ୍ଗଡ଼ାକୁ ବକ୍ସରେ ପ୍ୟାକ୍ କରି ହିଲିୟମ୍ ବେଲୁନରେ ବାନ୍ଧି ଦେଇଥିଲେ।

ଏହାପରେ ସେଥିରେ ଗୋ ପ୍ର କ୍ୟାମେରା ଓ ଜିପିଏସ୍ ଟ୍ରେକର୍ ଲଗାଇଥିଲେ। ସେ କହିଛନ୍ତି, “ପ୍ରଥମ ପ୍ରୟାସରେ ମୋ ହାତରୁ ବେଲୁନ୍ ଖସି ଯାଇଥିଲା। ଦ୍ୱିତୀୟଥର ବେଲୁନ୍ ପାଇଁ ଅଧିକ ହିଲିୟମ୍ ନଥିଲା। କିନ୍ତୁ ତୃତୀୟଥରରେ ପହଞ୍ଚାଇ ଦେଇଥିଲା।”

ମହାକାଶକୁ ସିଙ୍ଗଡ଼ା ପଠାଇବା ମିଶନକୁ ନେଇ ସେ କହିଛନ୍ତି, ମୁଁ ଥରେ ଏମିତି ଥଟ୍ଟାରେ କହିଥିଲି ଯେ ମୁଁ ମହାକାଶକୁ ସିଙ୍ଗଡ଼ା ପଠାଇବି। କିନ୍ତୁ ପରେ ମୁଁ ଭାବିଥିଲି ଯେ ଆମେ ହସିବାର ଗୋଟିଏ କାରଣ ବ୍ୟବହାର କରିପାରିବା।” ଆଗକୁ ସେ କହିଛନ୍ତି, “ଫିଡବ୍ୟାକରୁ ଜଣାପଡିଲା ଯେ ଲୋକଙ୍କୁ ମହୁତ ମଜା ଲାଗିଛି, ଲୋକେ ବହୁତ ହସିଛନ୍ତି ଏବଂ ବାସ୍ତବରେ ଆମେ ଲୋକଙ୍କ ମଧ୍ୟରେ ଖୁସି ଆଣିବାକୁ ଚାହୁଁଥିଲୁ।”
ନିରଜ ଗଧେର୍ ପୁରା ମିଶନର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ସେ ବନ୍ଧୁମାନଙ୍କ ସହ ମହାକାଶରେ ସିଙ୍ଗଡ଼ା ଲଞ୍ଚ କରୁଥିବା ନଜର ଆସିଛନ୍ତି। ରେସ୍ତୋରାଁ ମାଲିକ ଫୁଡ୍ ଆଇଟମର ପୁରା ଯାତ୍ରାକୁ ଟ୍ରାକ କରିବାକୁ ଚାହୁଁଥିଲେ କିନ୍ତୁ ଜିପିଏସରେ ଟେକ୍ନିକାଲ୍ ସମସ୍ୟା ଯୋଗୁଁ ସମ୍ପର୍କ ତୁଟି ଯାଇଥିଲା ଏବଂ ସିଙ୍ଗଡ଼ା ପ୍ୟାକେଟ୍ ଫ୍ରାନ୍ସରେ ପଡି ଯାଇଥିଲା। ମହାକାଶକୁ ସିଙ୍ଗଡ଼ା ପଠାଇବାର ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ୍ ହେଉଛି।