Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବଡ ଖବର: ଦଶହରା-ଦୀପାବଳି ପୂର୍ବରୁ ରେଲୱେ ଆରମ୍ଭ କରିବ ଆହୁରି ୮୦ଟି ସ୍ପେଶାଲ ଟ୍ରେନ !

23/09/2020 at 10:53 AM

ନୂଆଦିଲ୍ଲୀ ୨୩/୦୯ : ଭାରତୀୟ ରେଲୱେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଆହୁରି ୮୦ଟି ସ୍ପେଶାଲ ଟ୍ରେନ ଆରମ୍ଭ କରିବାକୁ ଯୋଜନା କରୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ରେଲୱେ ଅକ୍ଟୋବର-ନଭେମ୍ବର ମାସରେ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ସ୍ପେଶାଲ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିପାରେ । ଆସନ୍ତା ମାସରେ ରେଳ ମନ୍ତ୍ରାଳୟ ବିଭିନ୍ନ ରୁଟରେ ସବି ଅନୁଯାୟୀ ସ୍ପେଶାଲ ଟ୍ରେନ୍ ଘୋଷଣା କରିପାରେ । କରୋନା ମହାମାରୀ ପ୍ରସାର ରୋକିବାକୁ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା । ଲକଡାଉନ୍ ସମୟରେ ରେଲୱେ ଅଧିକାଂଶ ଟ୍ରେନ ବନ୍ଦ କରିଦେଇଥିଲା।

ରେଲୱେ ସୂତ୍ର ଅନୁଯାୟୀ, ବର୍ତ୍ତମାନ ଚାଲୁଥିବା ସ୍ପେଶାଲ ଟ୍ରେନ୍ ଏବଂ ଶ୍ରମିକ ସ୍ପେଶାଲ ଟ୍ରେନ୍ ଠାରୁ ଅଲଗା ଏହି ଟ୍ରେନ୍ ଆରମ୍ଭ କରାଯିବ । ଏହିସବୁ ଟ୍ରେନରେ କନଫର୍ମ ଟିକେଟ୍ ମିଳିବ ଏବଂ କ୍ଲୋନ୍ ଟ୍ରେନମାନଙ୍କ ମଧ୍ୟରୁ ୧୯ ଯୋଡ଼ା ହମସଫର ଏକ୍ସପ୍ରେସ୍ ରେକ୍ ଚଲାଇବେ ଯେଉଁଥିରେ ୧୮ଟି ଲେଖାଏଁ କୋଚ୍ ରହିବ । ଗୋଟିଏ ଯୋଡ଼ା ୨୨ କୋଚ୍ ସହ ଦିଲ୍ଲୀ-ଲଖନଉ ରୁଟରେ ଚଳାଯିବ । ରେଲୱେ ଅଧିକାରୀଙ୍କ ଅନୁଯାୟୀ, କ୍ଲୋନ୍ ଟ୍ରେନ୍ ବର୍ତ୍ତମାନ ଚାଲୁଥିବା ୩୧୦ ଯୋଡି ଟ୍ରେନର ଅତିରିକ୍ତ । ଯାତ୍ରୀଙ୍କୁ ରେଲୱେ ଜାରି କରିଥିବା ଗାଇଡଲାଇନ୍ ପାଳନ କରିବାକୁ ହେବ ।

ସୂତ୍ର ଅନୁଯାୟୀ, ଆସନ୍ତା ମାସ ଅକ୍ଟୋବରରେ ରେଳ ମନ୍ତ୍ରାଳୟ ଦ୍ୱାରା ପାର୍ବଣ ଋତୁରେ ଯାତ୍ରାର ଚାହିଦା ବଢିଥାଏ । ଏହାକୁ ଦୃଷ୍ଟିରେ ରଖି ପାଖାପାଖି ୮୦ ସ୍ପେଶାଲ ଟ୍ରେନ୍ ଆରମ୍ଭ କରିବାକୁ ଘୋଷଣା ହୋଇପାରେ । ଅକ୍ଟୋବର ଓ ନଭେମ୍ବର ମାସରେ ଦଶହରା, ଦୀପାବଳି, ନବରାତ୍ରି, ଭାଇ ଦୁଜ ଭଲ ପର୍ବ ଆସିବ । ଏହିଭଳି ସ୍ଥିତିରେ ଯାତ୍ରାର ଚାହିଦା ବଢିପାରେ । ବିଶେଷକରି ଉତ୍ତର ଭାରତ ଯାତ୍ରା ଚାହିଦା ଅଧିକ ବଢିବ ।

ସେପ୍ଟେମ୍ବର ମାସରେ ରେଲୱେ ୮୦ଟି ସ୍ପେଶାଲ ଟ୍ରେନ୍ ଓ ୪୦ଟି କ୍ଲୋନ୍ ଟ୍ରେନ୍ ଚଲାଇବାକୁ ଆଦେଶ ଦେଇଥିଲା । ଏଥିରୁ ଅଧିକାଂଶ ଟ୍ରେନ ବିହାର ରୁଟର ରହିଥିଲା । କ୍ଲୋନ୍ ଟ୍ରେନ୍ ଯେକୌଣସି ଅରିଜିନାଲ ଟ୍ରେନ ନାମ ଓ ହିସାବରେ ଚାଲୁଥିବା ଦ୍ୱିତୀୟ ଟ୍ରେନ୍ । ଏହି ଟ୍ରେନ୍ ଅରିଜିନାଲ୍ ଟ୍ରେନ୍ ରୁଟରେ ହିଁ ଚାଲେ । କୌଣସି ଖାସ ରୁଟରେ ଚାହିଦା ଦେଖି ଏହି ଟ୍ରେନ୍ ଚଲାଯାଇଥାଏ ।

   Related Posts