Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଜୁନ ୧ରୁ ଦେଶରେ ଗଡିବ ୨୦୦ ଟ୍ରେନ୍, ଯାତ୍ରା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ ଜରୁରୀ ନିୟମ

30/05/2020 at 4:48 PM

ନୂଆଦିଲ୍ଲୀ ୩୦।୦୫: କରୋନା ସଂକ୍ରମଣ ପ୍ରତିରୋଧ ଲାଗି ପର୍ଯ୍ୟାୟକ୍ରମେ ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଫଳରେ ମାର୍ଚ୍ଚ ୨୫ରୁ ଦେଶରେ ଟ୍ରେନ୍ ସହିତ ସମସ୍ତ ପ୍ରକାରର ସାର୍ବଜନୀନ ଚଳାଚଳ ସେବା ବନ୍ଦ ରହିଥିଲା। ହେଲେ ମେ ୧୨ରେ ଦେଶର ପ୍ରମୁଖ ୧୫ଟି ଷ୍ଟେସନକୁ ୧୫ ଯୋଡା ଅର୍ଥାତ ୩୦ ସ୍ଵତନ୍ତ୍ର ରାଜଧାନୀ ଟ୍ରେନ୍ ଚଳାଚଳ କରିବା ପରେ ଜୁନ ୧ରୁ ୨୦୦ ଟ୍ରେନ୍  ଚଳାଚଳ ଆରମ୍ଭ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ୍‌ର ମଧ୍ୟ ପାଳନ ଜରୁରୀ। ଏହାକୁ ନେଇ ଅନେକ ନିୟମ ରହିଛି।  ଯାତ୍ରା ପୂର୍ବରୁ ଏସବୁ ନିୟମ ଜାଣିବା ଯାତ୍ରୀଙ୍କ ଲାଗି ଜରୁରୀ…

ଭାରତୀୟ ରେଲଓ୍ଵେ ପକ୍ଷରୁ ଘୋଷଣା

୧) ଭାରତୀୟ ରେଲଓ୍ଵେର ୧୬୭ ବର୍ଷ ଇତିହାସରେ ପ୍ରଥମ ଥର ଟ୍ରେନ୍‌ରେ ଟିକେଟ୍ ଚେକିଂ କରୁଥିବା ରେଲଓ୍ଵେ କର୍ମଚାରୀଙ୍କୁ କଳା କୋର୍ଟ ଓ ଟାଏ ବଦଳରେ ହାତରେ ଗ୍ଲୋଭ୍ସ, ମାସ୍କ, ପିପିଇ କିଟ୍ ବେଶରେ ଦେଖିବାକୁ ମିଳିବ। କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଏ ନେଇ ଆଦେଶ ମଧ୍ୟ ଜାରି କରାଯାଇଛି।

୨) ଭାରତୀୟ ରେଲଓ୍ଵେ ସମସ୍ତ ୨୩୦ ଟ୍ରେନ୍‌ ପାଇଁ ଆଡଭାନ୍ସ ଟିକେଟ୍ ବୁକିଂ ଅବଧି ୩୦ ଦିନରୁ ବଢାଇ ୧୨୦ ଦିନ କରି ଦେଇଛି।

୩) କରେଣ୍ଟ ବୁକିଂ, ତତ୍କାଳ ଟିକେଟ୍ ଆଦି ନିୟମିତ ଟ୍ରେନ୍ ପରି ଲାଗୁ ହେବ।

୪) ସଂପ୍ରତି ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରି ପାରିବେ ନାହିଁ। ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଅନେକ  ଯାତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଟ୍ରେନ୍‌ ଏହି ଆଦେଶ ଜାରି କରିଛି।

୫ ) ଭାରତୀୟ ରେଲଓ୍ଵେ ପୂର୍ବ ପରି ଆରକ୍ଷଣ କାଉଣ୍ଟର, ଡାକଘର, ଟିକେଟ୍ ବୁକିଂ ସୁବିଧା କେନ୍ଦ୍ର ଲାଇସେନ୍ସଧାରୀ ଓ ଅଧିକୃତ ଆଇଆରସିଟିସି ଏଜେଣ୍ଟଙ୍କ ମାଧ୍ୟମରେ ଟ୍ରେନ୍‌ ବୁକିଂ ଏବଂ ଟିକେଟ୍ ରଦ୍ଦ କରିବା ସୁବିଧା ଆରମ୍ଭ କରି ଦେଇଛି। ସମଗ୍ର ଦେଶରେ ମେ ୨୨ରୁ ସାଧାରଣ ସେବା କେନ୍ଦ୍ରୁ ୧.୭ ଲକ୍ଷ ଟିକେଟ୍ ବୁକିଂ ହୋଇ ସାରିଛି।

ଯାତ୍ରା ବେଳେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

୧ – ଯାତ୍ରା କରିବା ପୂର୍ବରୁ ଏବଂ ଓହ୍ଲାଇବା ପରେ ହାତ ସାନିଟାଇଜ୍‌ କରିବା ଜରୁରୀ।

୨ – କେବଳ ଟିକେଟ୍ କନଫର୍ମ ଏବଂ ବୈଧ ଟିକେଟ୍ ଥିବା ଯାତ୍ରୀଙ୍କୁ ହିଁ ରେଲଓ୍ଵେ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ।

୩ – ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ।

୪ – କରୋନା ଲକ୍ଷଣ ନଥିବା ଯାତ୍ରୀ ହିଁ ଟ୍ରେନ୍‌ରେ ଯାତ୍ରା କରି ପାରିବେ। ଥର୍ମାଲ ସ୍କ୍ରିନିଂ ପରେ ସୁସ୍ଥ ଥିବା ଲୋକଙ୍କୁ ହିଁ ଟ୍ରେନରେ ଚଢିବାକୁ ଅନୁମତି ମିଳିବ।

୫ – ଯାତ୍ରାର ସବୁ ସମୟରେ ସାମାଜିକ ଦୂରତା ପାଳନ କରିବା ଜରୁରୀ।

୬ – ଯାତ୍ରୀଙ୍କ ଲାଗି ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବା ବାଧ୍ୟତାମୂଳକ।

   Related Posts