Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ରେଳବାଇକୁ ଘାରିଛି ଅର୍ଥଚିନ୍ତା, ବନ୍ଦ କଲା ବ୍ରିଟିଶ ଅମଳର ‘ଡାକ ଦୂତ’ ସେବା

27/07/2020 at 3:11 PM

ନୂଆଦିଲ୍ଲୀ ୨୭।୦୭: ଭାରତୀୟ ରେଳପଥ ଗୋପନୀୟ ଦସ୍ତାବିଜ ପଠାଇବା ନେଇ ଜାରି ରଖିଥିବା ବ୍ରିଟିଶ ଅମଳର ବ୍ୟକ୍ତିଗତ ବା ଡାକ ଦୂତ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ପରିବର୍ତ୍ତେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗାଯୋଗ କରିବାକୁ ଏହା ନିଜର ସମସ୍ତ ଜୋନ୍‌କୁ ନିର୍ଦ୍ଦେଶ ଦେଇଛି । ଖର୍ଚ୍ଚକାଟ ଉଦ୍ଦେଶ୍ୟରେ ରେଳପଥ ପକ୍ଷରୁ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ।

ଭାରତୀୟ ରେଳପଥର ବ୍ୟୟ ହ୍ରାସ ସହ ସଞ୍ଚୟରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଅଫିସିଆଲ ଆଲୋଚନା ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରିବାକୁ ରେଳ ବୋର୍ଡ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ଏହା ବ୍ୟକ୍ତିଗତ ଦୂତ ଓ ଡାକ ଦୂତ ବ୍ୟବସ୍ଥାକୁ ତତ୍କାଳ ବନ୍ଦ କରିବାକୁ ଆଦେଶ ଦେଇଛି । ଏହି ପଦକ୍ଷେପ ଯୋଗୁ ରେଳପଥର ଡାକ ଭତ୍ତା, ଷ୍ଟେସନାରୀ, ଫ୍ୟାକ୍ସ ବାବଦ ଖର୍ଚ୍ଚ ବଞ୍ଚିଯିବ ବୋଲି ଆଦେଶନାମାରେ କୁହାଯାଇଛି । ସାଧାରଣତଃ ଭାବେ ପିଅନ୍‌ମାନେ ଡାକ ଦୂତର କାର୍ଯ୍ୟ କରିଥାନ୍ତି ଓ ରେଳ ବୋର୍ଡରୁ ବିଭିନ୍ନ ବିଭାଗ ତଥା ଜୋନ୍‌ ଓ ଡିଭିଜନକୁ ସମ୍ବେଦନଶୀଳ ଦସ୍ତାବିଜ ନେବା ଆଣିବା କାର୍ଯ୍ୟ କରିଥାନ୍ତି । ବ୍ରିଟିଶ ଶାସନ ସମୟରୁ ରେଳପଥରେ ଏହି ବ୍ୟବସ୍ଥା ଚାଲିଆସୁଥିଲା । ସୂଚନା ଥାଉକି, ଖର୍ଚ୍ଚକାଟ ଉଦ୍ଦେଶ୍ୟରେ ପୂର୍ବରୁ ଭାରତୀୟ ରେଳପଥ ନୂଆ ପଦବି ସୃଷ୍ଟିରେ ରୋକ୍‌ ଲଗାଇବା ସମେତ ୱାର୍କସପ୍‌ରେ ମାନବସମ୍ବଳ ଯୁକ୍ତିସଙ୍ଗତ, ଆଉଟ୍‌ସୋର୍ସ କାମକୁ ସିଏସ୍‌ଆର୍‌କୁ ସ୍ଥାନାନ୍ତରଣ ଭଳି ପଦକ୍ଷେପ ନେଇଥିଲା ।

   Related Posts