Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ଜୁନ୍ ୧ରୁ ଆରମ୍ଭ ହେଉଥିବା ୨୦୦ ଟ୍ରେନ୍ ପାଇଁ କାଲିଠୁ ଟିକେଟ୍ ବୁକିଂ ଆରମ୍ଭ, ଦେଖନ୍ତୁ ପୂରା ଲିଷ୍ଟ

20/05/2020 at 10:16 PM

ନୂଆଦିଲ୍ଲୀ ୨୦।୦୫: ରେଲଓ୍ଵେ ଜୁନ ୧ରୁ  ସମଗ୍ର ଦେଶରେ ୧୦୦ଟି ରୁଟ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଯାଉଛି। ଏହି ୧୦୦ ରୁଟ୍‌ରେ ଉଭୟ ପଟୁ ମିଶାଇ ୨୦୦ ଟ୍ରେନ୍ ସଞ୍ଚାଳନ କରାଯିବ। ଏହି ଟ୍ରେନ୍‌ରେ ଏସି ଓ ବିନା ଏସିର ଡବା ରହିବ। ଏହି ଟ୍ରେନ୍ ପାଇଁ ଆସନ୍ତାକାଲି ସକାଳୁ ଟିକେଟ୍ ବୁକିଂ ଆରମ୍ଭ ହେବ। ସ୍ପେଶାଲ ଟ୍ରେନ୍‌ରେ ଯେଉଁ ସବୁ ନିୟମ  ଲାଗୁ ହୋଇଛି ଏହି ସବୁ ଟ୍ରେନ୍‌ରେ ସେସବୁ ନିୟମ ଲାଗୁ ହେବ ବୋଲି ରେଲଓ୍ଵେ କହିଛି। ଏଥିରେ ୭୩ଟି ଏକ୍ସପ୍ରେସ୍ ଟ୍ରେନ୍, ୫ ଦୂରନ୍ତ ଓ ବାକି ଜନ ଶତାବ୍ଦି ଟ୍ରେନ୍ ସାମିଲ। ଏହି ଟ୍ରେନ୍‌ ଗୁଡିକରେ ଜେନେରାଲ ବଗି ରହିବ ନାହିଁ। ଏହି ଜାଗାରେ ସେକେଣ୍ଡ ସିଟିଂ ଡବାର ଭଡା ଆଦାୟ କରାଯିବ। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କୁ ସିଟ୍‌ ଦିଆଯିବ। କିନ୍ତୁ ଟ୍ରେନ୍‌ରେ ତତ୍କାଳ ଓ ପ୍ରିମିୟମ ତତ୍କାଳ ଟିକେଟ୍ ବୁକିଂ ହେବ ନାହିଁ।

ଏହି ଟ୍ରେନ୍‌ରେ କେବଳ କନଫର୍ମ ଟିକେଟ୍ ପାଉଥିବା ଯାତ୍ରୀ ହିଁ ଯାତ୍ରା କରି ପାରିବେ। ରେଲଓ୍ଵେ ଅନୁଯାୟୀ ଏହି ଟ୍ରେନ୍‌ଗୁଡିକରେ କେବଳ ଅନଲାଇନ୍‌ ବୁକିଂ ହୋଇ ପାରିବ। ଆଡଭାନ୍ସ ରିର୍ଜଭେସନ୍‌ର ଅବଧି ୩୦  ଦିନ ରହିଛି। ଅର୍ଥାତ ଆପଣ ଗୋଟିଏ ମାସ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ। ଏହି ଟ୍ରେନ୍‌ରେ ଆରଏସି ଓ ଓ୍ଵେଟିଂ ଟିକେଟ୍ ମଧ୍ୟ ଦିଆଯିବ। ମାତ୍ର ଓ୍ଵେଟିଂ ଟିକେଟ୍ ଧାରୀଙ୍କୁ ଟ୍ରେନ୍‌ରେ ଚଢିବାକୁ ଅନୁମତି ମିଳିବ ନାହିଁ। ଟିକେଟ୍ କନଫର୍ମ ହେଲା ପରେ ଯାଇ ଟ୍ରେନ୍‌ରେ ଯାତ୍ରାର ଅନୁମତି ମିଳିବ। ସମୟ ସାରଣୀ ଅନୁଯାୟୀ ଟ୍ରେନ୍‌ ଯାତ୍ରା କରିବ। ଏହାର ଷ୍ଟପେଜ୍  ନିୟମିତ ଟ୍ରେନ୍ ପରି ହେବ।

ଏହି ୧୦୦ ଟ୍ରେନ୍‌ ମଧ୍ୟରେ ପ୍ରମୁଖ ଟ୍ରେନ୍ ଭାବେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କୁଶୀନଗର ଏକ୍ସପ୍ରେସ୍, ଲକ୍ଷ୍ନୌ ମେଲ୍, ପ୍ରୟାଗରାଜ ଏକ୍ସପ୍ରେସ୍, କୋଣାର୍କ ଏକ୍ସପ୍ରେସ୍, ଶିବଗଙ୍ଗା ଏକ୍ସପ୍ରେସ୍, ପୁଷ୍ପକ ଏକ୍ସପ୍ରେସ୍, ଶ୍ରମ ଶ୍ରକ୍ତି ଏକ୍ସପ୍ରେସ୍, ତେଲେଙ୍ଗାନା ଏକ୍ସପ୍ରେସ୍, ହାଓ୍ଵାଡା-ମୁମ୍ବାଇ ଏକ୍ସପ୍ରେସ୍, ଚମ୍ପାରଣ ସତ୍ୟାଗ୍ରହ ଏକ୍ସପ୍ରେସ୍, ଗୋରଖଧାନ ଏକ୍ସପ୍ରେସ୍ ଆଦି ସାମିଲ।

   Related Posts