Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କଲାମଙ୍କୁ ଭାରତୀୟ ରେଳର ରଚନାତ୍ମକ ଶ୍ରଦ୍ଧାଞ୍ଜଳି

22/07/2021 at 6:53 PM

ବେଙ୍ଗାଲୁରୁ ୨୨।୭: ପୂର୍ବତନ ରାଷ୍ଟ୍ରପତି ଡା. ଏ.ପି.ଜେ.ଅବଦୁଲ କଲାମଙ୍କ ସ୍ମୃତିରେ ଭାରତୀୟ ରେଳବାଇ ପକ୍ଷରୁ ବେଙ୍ଗାଲୁରୁ ଯଶୋବନ୍ତପୁର ଷ୍ଟେସନରେ ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯାଇଛି। ଏହି ପ୍ରତିମାକୁ ରେଳବାଇ ଇଞ୍ଜିନିୟରମାନେ ଦୀର୍ଘ ଦେଢ ମାସ ଲାଗି ନିର୍ମାଣ କରିଛନ୍ତି। ଏହି ପ୍ରତିମା ନିର୍ମାଣରେ ଇଞ୍ଜିନିୟରମାନେ ରେଳବାଇର ଦରକାରରେ ଆସୁନଥିବା ସାମଗ୍ରୀ ସବୁ ଉପଯୋଗ କରିଛନ୍ତି। ଅର୍ଥାତ ପରିବେଶକୁ ଦୃଷ୍ଟିରେ ରଖି ଇଞ୍ଜିନିୟରମାନେ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ମୃତିକୁ ତାଜା କରିବାକୁ ଉଦ୍ୟମ କରିଛନ୍ତି।

ଷ୍ଟେସନରେ ସ୍ଥାପିତ ଏହି ମୂର୍ତ୍ତି ଏବେ ଏହା ପାଖ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଲାଗି ସମ୍ମାନର ଓ ଆଦରର ପ୍ରତୀକ ପାଲଟିଯାଇଛି। ଏହା ଛଡା ରେଳବାଇ କର୍ମଚାରୀଙ୍କ ଲାଗି ମଧ୍ୟ ପ୍ରତିମାଟି ଏବେ ଉତ୍ସାହ ବର୍ଦ୍ଧକ ସାବ୍ୟସ୍ତ ହୋଇଛି। ଏଠାରେ ଦକ୍ଷିଣ-ପଶ୍ଚିମ ରେଳବାଇ ଏହି ପ୍ରତିମାଟି ସ୍ଥାପନା କରିଛି। ଏହି ପ୍ରତିମାଟି ରେଳ ଟ୍ରାକ ମଧ୍ୟରେ ଖାଲି ସ୍ଥାନର ଉପଯୋଗ ପାଇଁ ନିର୍ମାଣ କରାଯାଇଛି। ଯାହା ଦରକାରରେ ଆସୁନଥିଲା। ମୂର୍ତ୍ତିଟି ଏବେ ଏହି ବାଟ ଦେଇ ଆତଯାତ କରୁଥିବା ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

କଲାମଙ୍କ ମୂର୍ତ୍ତିର ଓଜନ ଅନୁନ୍ୟ ୮୦୦ କେଜି ହୋଇଥିବା ବେଳେ ଏହାର ଉଚ୍ଚତା ପ୍ରାୟ ୭.୮ ଫୁଟ। ଏହି ମୂର୍ତ୍ତି ନିର୍ମାଣ ଲାଗି ଯେଉଁ ସବୁ ସାମଗ୍ରୀ ଉପଯୋଗ ହୋଇଛି ଏଥିରେ ଅବ୍ୟବହୃତ ରେଳବାଇ ନଟ୍‌ ବୋଲ୍ଟ, ତାରର ରସି, ସାବୁନ କଣ୍ଟେନର ଓ ସ୍ପଞ୍ଜ ଟୁକୁରା ସବୁ ବ୍ୟବହାର କରାଯାଇଛି। ରେଳ ମନ୍ତ୍ରାଳୟ ଏହି ମୂର୍ତ୍ତିକୁ ଟ୍ୱିଟ୍‌ ହ୍ୟାଣ୍ଡଲରେ ମଧ୍ୟ ସେୟାର କରିଛନ୍ତି। ଏହି ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ଯଶୋବନ୍ତପୁର କୋଟିଂ ଡିପୋର ମେକାନିକାଲ ଡିପାର୍ଟମେଣ୍ଟ ବିଭାଗଙ୍କ ଇଞ୍ଜିନିୟରମାନେ ୪୫ ଦିନ ଲାଗି ଏହି ମୂର୍ତ୍ତି ତିଆରିଛନ୍ତି।

   Related Posts