ପ୍ରତିଦିନ ୧୫ଟଙ୍କାରେ ଅଢେଇ ଲକ୍ଷ ଖାଦ୍ୟ ପ୍ୟାକେଟ୍ ଯୋଗାଇବାକୁ ରାଜ୍ୟଗୁଡିକୁ ପ୍ରସ୍ତାବ ଦେଲା ରେଳବାଇ

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩।୪: ଦେଶର ଏଭଳି ସଙ୍କଟ ସମୟରେ ଭାରତୀୟ ରେଳବାଇ ପ୍ରତିଦିନ ଅଢେଇ ଲକ୍ଷ ଖାଦ୍ୟ ପ୍ୟାକେଟ୍ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ଯେଉଁ ସବୁ ଜିଲ୍ଲାରେ ଲକ୍ ଡାଉନ୍ ଯୋଗୁଁ ଅଭାବୀ ଲୋକଙ୍କୁ ବଣ୍ଟନ ପାଇଁ ପ୍ରସ୍ତୁତ ଖାଦ୍ୟ ନେବାକୁ ପ୍ରଶାସନ ପ୍ରସ୍ତୁତ ଅଛି ସେହି ସବୁ ଜିଲ୍ଲାରେ ଦିଆଯିବ ଖାଦ୍ୟ ପ୍ୟାକେଟ୍ । ବୁଧବାର ରେଳ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏ ବାବଦରେ ଦେଶର ବିଭିନ୍ନ ଜିଲ୍ଲାର ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ କହିଛି ଯେ, ରାଜ୍ୟମାନଙ୍କୁ ରୋଷେଇର ସବିଶେଷ ତଥ୍ୟ ଦିଆଯାଇଛି । ପ୍ରତିଦିନ ୨.୬ ଲକ୍ଷ ଖାଦ୍ୟ ପ୍ୟାକେଟ୍ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକର ରୋଷେଇଘର କ୍ଷମତାକୁ ବିଚାର କରି କରାଯାଇଛି । ଆବଶ୍ୟକ ସମୟରେ ଯୋଗାଣ ବୃଦ୍ଧି ପାଇଁ ଅଧିକ ରୋଷେଇଘରର ବ୍ୟବହାର କରାଯିବ ।

ଖାଦ୍ୟ ପ୍ୟାକେଟ୍ ୧୫ ଟଙ୍କା ପ୍ୟାକେଟ୍ ପିଛା ମୂଲ୍ୟରେ ଉପଲବ୍ଧ ହେବ । ପରେ ରାଜ୍ୟ ସରକାରଙ୍କ ସହ ଦେୟ ନେଇ ଆଲୋଚନା କରାଯିବ । ରେଳ ଅଧିକାରୀ କହିଛନ୍ତି ଯେ, ଖାଦ୍ୟର ଅତିରିକ୍ତ ଚାହିଦା ରାଜ୍ୟକୁ ପୂରଣ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.