ବଙ୍ଗଳା ଚପରାସୀ ପ୍ରଥା ସମାପ୍ତ କରିବାକୁ ପ୍ରସ୍ତୁତି ଚଲାଇଛି ରେଲଓ୍ବେ : ଏହି ପଦରେ ଆଉ ହେବ ନାହିଁ ନିଯୁକ୍ତି

Published By : Prameya-News7 Bureau | August 07, 2020 IST

ନୂଆଦିଲ୍ଲୀ ୭/୮: ରେଲଓ୍ବେ ନିଜ ବରିଷ୍ଠ ଅଧିକାରୀଙ୍କ ଆବାସରେ କାମ କରୁଥିବା ‘ବଙ୍ଗଳା ପିଅନ’ କିମ୍ବା ଚପରାସୀଙ୍କ ନିଯୁକ୍ତିର ଔପନିବେଶିକ କାଳର ପ୍ରକ୍ରିୟାକୁ ଶେଷ କରିବାର ପ୍ରସ୍ତୁତି କରୁଛି ଏବଂ ଏହି ପଦରେ ଏବେ କୌଣସି ନୂଆ ନିଯୁକ୍ତି କରାଯିବ ନାହିଁ ରେଲଓ୍ବେ ବୋର୍ଡ଼ ଏହି ସମ୍ବନ୍ଧରେ ଗୁରୁବାର ନିର୍ଦେଶ ଜାରି କରିଛି।

ରେଲଓ୍ବେ ବୋର୍ଡ଼ ନିର୍ଦେଶରେ କହିଛନ୍ତି ଯେ ଟେଲିଫୋନ୍ ଆଟେଣ୍ଡାଣ୍ଟ ସହ ଡାକ ଖଲାସୀ (ଟିଏଡିକେ) ସମ୍ବନ୍ଧୀୟ ମାମଲାର ସମୀକ୍ଷା କରାଯାଉଛି।

ନିର୍ଦେଶରେ କୁହାଯାଇଛି ଯେ ଟିଏଡିକେର ନିଯୁକ୍ତି ସମ୍ବନ୍ଧୀୟ ମାମଲା ରେଲଓ୍ବେ ବୋର୍ଡ଼ରେ ସମୀକ୍ଷାଧୀନ,ଏଥିପାଇଁ ଏହା ନିଷ୍ପତ୍ତି ନିଆଯାଇଛି ଯେ ଟିଏଡିକେର ବଦଳି ଭାବେ ଲୋକଙ୍କ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ାଯିବ ନାହିଁ ଏବଂ ତତ୍କାଳ ନିଯୁକ୍ତି କରାଯିବ।

ନିର୍ଦେଶରେ କୁହାଯାଇଛି ଯେ,‘ ଏହା ବ୍ୟତୀତ ୨୦୨୦,ଜୁଲାଇ ୧ରୁ ଏପ୍ରକାରର ନିଯୁକ୍ତିକୁ ଦିଆଯାଇଥିବା ମଞ୍ଜୁରୀ ମାମଲାରେ ସମୀକ୍ଷା କରାଯାଇପାରେ ଏବଂ ଏହାର ସ୍ଥିତି ବୋର୍ଡ଼କୁ କୁହାଯିବ। ଏହା ସମସ୍ତ ରେଳ ଅନୁଷ୍ଠାନରେ କଡ଼ାକଡ଼ି ଭାବେ ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.